ଏହି ଦୁଇ ରଙ୍ଗର ବସ୍ତ୍ର ପିନ୍ଧି ପୂଜା କରନ୍ତୁ ନାହିଁ, ନ ହେଲେ ରୁଷ୍ଟ ହୋଇନ୍ତି ଦେବାଦେବୀ ।

Spread the love

ପୂଜା ପାଠର ମହତ୍ୱ ତ ସମସ୍ତେ ଜାଣନ୍ତି ଏବଂ ଲୋକ ନିଜ ଶ୍ରଦ୍ଧା ଅନୁସାରେ ନିଜ ଇଷ୍ଟଦେବତାଙ୍କୁ ପୂଜା ମଧ୍ୟ କରନ୍ତି । କିନ୍ତୁ ବହୁତ ଲୋକଙ୍କୁ ପୂଜା ସମ୍ବନ୍ଧିତ ଜରୁରୀ ନିୟମମାନ ଜଣାନଥାନ୍ତି । କହିବାକୁ ଗଲେ ଶାସ୍ତ୍ରରେ ପ୍ରତ୍ୟେକ ଦିନର ପୂଜାପାଠରେ କଣ କଣ କରିବା ଦରକାର ଏବଂ କଣ ନାହିଁ, ଏହି ସମ୍ବନ୍ଧରେ କେତେକ ନିୟମ ଉଲ୍ଲେଖ କରାଯାଇଛି । ଯାହାକି ଅଧିକାଂଶ ଲୋକଙ୍କୁ ଜଣା ନଥାଏ, ଯେତେବଳେ କି ଶାସ୍ତ୍ର ଅନୁସାରେ ପୂଜା ସମୟରେ ବହୁତ ସାବଧାନ ରହିବା ଉଚିତ । ଅନ୍ୟଥା ଆପଣଙ୍କ ଦ୍ଵାରା କରାଯାଇ ଥିବା ପୂଜା ଗ୍ରାହଣଯୋଗ୍ୟ ହୋଇ ନ ଥାଏ । ଆଜି ଆମେ ଆପଣଙ୍କୁ ପୂଜା ସମ୍ବନ୍ଧୀୟ ଏମିତି କିଛି ଜାଣିବା ବିଷୟରେ କହିବାକୁ ଯାଉଛୁ ଯାହାର ଧ୍ୟାନ ରଖିବା ବହୁତ ଜରୁରୀ ଅଟେ ।

ଶାସ୍ତ୍ରରେ ଦୈନନ୍ଦିନ ଜୀବନର ପ୍ରତୀଟି କାର୍ଯ୍ୟକଳାପ ବିଷୟରେ ଉଚିତ ମାର୍ଗଦର୍ଶନ କରାଯାଇଛି । ଏପରି କି ପୂଜା ପାଠ ସମ୍ବନ୍ଧିତ କିଛି ଜରୁରୀ କଥା ମଧ୍ୟ ବର୍ଣ୍ଣନା କରାଯାଇଛି । ପୂଜା ତ ଏମିତିରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ । ଏହା ସାଂସାରିକ କର୍ମ ଠାରୁ ଅଲଗା । ପୂଜା କରିବା ଅର୍ଥ ମନୁଷ୍ୟ ଈଶ୍ୱରଙ୍କ ସମ୍ପର୍କ ସ୍ଥାପନ ରଖିବା ଅଟେ । ଏମିତିରେ ପୂଜା କରିବା ସମୟରେ ସାବଧାନରେ ନରହିଲେ, ପୂଜାର ମହତ୍ଵ ହିଁ ରହିବା ନାହିଁ, ଆପଣ ଜାଣିଥିବେ । ତେଣୁ ଶାସ୍ତ୍ରର ମାର୍ଗଦର୍ଶନ ନେବା ଆମ ପାଇଁ ହିତକର ଅଟେ ।

ବାସ୍ତବରେ ବରାହ ପୁରାଣରେ ସ୍ଵୟଂ ବରାହ ପୂଜା ସମ୍ବନ୍ଧିତ ଜରୁରୀ ନିୟମ ଏବଂ ନିଷେଧ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି । ପୌରାଣିକ ମାନ୍ୟତରେ ଭଗବାନ ବରାହ, ଭଗବାନ ବିଷ୍ଣୁଙ୍କ ଦଶମ ଅବତାରରେ ତୁର୍ତୀୟ ଅବତାର ବୋଲି କୁହାଯାଏ । ଯାହାର ଅବତରଣ ହିରଣାକ୍ଷ ନାମକ ରାକ୍ଷସକୁ ମାରିବା ପାଇଁ ହୋଇଥିଲା । ବରାହ ପୁରାଣରେ, ଶ୍ରୀହରୀଙ୍କ ବରାହ ଅବତାରର ମୁଖ୍ୟ କଥା ସହ ତୀର୍ଥ, ବ୍ରତ, ଯଜ୍ଞ, ଦାନ ଆଦି ସହ ଯୋଡ଼ିତ ନିୟମର ବର୍ଣ୍ଣନା କରାଯାଇଛି । ବରାହ ପୁରାଣରେ ଦୁଇଶହ ଅଧ୍ୟାୟ ଏବଂ ପାଖାପାଖି ଦଶ ହଜାର ଶ୍ଳୋକ ଅଛି, ଯେଉଁଥିରେ ଭଗବାନ ବରାହଙ୍କ ଧର୍ମୋପୋଦେଶ କଥାଗୁଡ଼ିକ ରୂପରେ ପ୍ରସ୍ତୁତ କରାଯାଇଛି । ଏହି ଉପଦେଶରେ ପୂଜା ସହ ଯୋଡ଼ିତ କିଛି ଜରୁରୀ ନିୟମ ମଧ୍ୟ ରହିଛି, ଯେଉଁଠି ଭଗବାନ ବରାହ ପୂଜା ସହ ଯୋଡିତ ଦଶଟି ନିଷେଧ କାମ ବର୍ଣ୍ଣନା କରାଯାଇଛି, ଯାହାକୁ ପୂଜା ସମୟରେ କରିବା ଦ୍ୱାରା ବ୍ୟକ୍ତିକୁ ପାପର ଭାଗୀଦାର ବନିବାକୁ ପଡ଼ିଥାଏ । ଯାହା କି…

୧. ବରାହ ପୁରାଣରେ ବର୍ଣ୍ଣିତ ଭଗବାନ ବରାହଙ୍କ ଉପଦେଶ ଅନୁସାରେ, “ଅପରାଧ କରି ଅର୍ଜିତ ଧନରେ ମୋର ସେବା କିମ୍ବା ଉପାସନା କରିବାକୁ ପୂଜା କୁହାଯାଏ ନାହିଁ, ବରଂ ତାହା ମଧ୍ୟ ଅପରାଧ ହୋଇଥାଏ ।”

୨. ବରାହ ପୁରାଣ ଅନୁସାରେ ପୂଜା ସମୟରେ ଯିଏ କୌଣସି ନୀଳ କିମ୍ବା କଳା ପୋଷାକ ପିନ୍ଧନ୍ତି, ପୂଜା କରିବା ଉଚିତ ନୁହେଁ ।

୩. ଶବକୁ ସ୍ପର୍ଶ କରିବା ପରେ, ସ୍ନାନ ନ କରି ପୂଜା କଲେ ମୋତେ ସ୍ଵୀକାର ନାହିଁ ।

୪. ସମ୍ଭୋଗ କରି ସ୍ନାନ ନ କରି ମୋର ପୂଜା କରିବା ମଧ୍ୟ ଏକ ଅପରାଧ ଅଟେ ।

୫. ଯଦି କ୍ରୋଧରେ ମୋର ଉପାସନା କରନ୍ତି ତ ସେମିତି ପୂଜା ମୋତେ ସ୍ଵୀକାର ନୁହେଁ ।

୬. ବରାହ ପୁରାଣ ଅନୁସାରେ ଅନ୍ଧାରରେ ଭଗବାନଙ୍କ ମୂର୍ତ୍ତୀ କିମ୍ବା ଫଟୋକୁ ସ୍ପର୍ଶ କରିବା ଏବଂ ପୂଜା କରିବା ଉଭୟ ଅପରାଧ ଅଟେ ।

୭. ଘଣ୍ଟି ଶଙ୍ଖ ଆଦିର ଶବ୍ଦ କରି ପୂଜା କରିବା ମଧ୍ୟ ମୋତେ ସ୍ଵୀକାର ନୁହେଁ ।

୮. ଯଦି କିଏ ପୂଜା ପୂର୍ବରୁ କିମ୍ବା ପରେ ବ୍ୟର୍ଥ କଥାବାର୍ତ୍ତା ହୁଅନ୍ତି, ତ ତାର ପୂଜାକୁ ମୁଁ ସ୍ଵୀକାର କରେ ନାହିଁ ।

୯. ଯଦି କେହି ଖାଇବା ପରେ ମୁହଁ ନ ଧୋଇ ପୂଜା କରନ୍ତି, ତ ତାର ପୂଜା ସ୍ଵୀକାର ନୁହେଁ ।

୧୦. ଦୀପକୁ ସ୍ପର୍ଶ କରିବା ପରେ ହାତ ନ ଧୋଇ ମୋର ଉପାସନା କରନ୍ତି, ତ ମୁଁ ତା ପୂଜାକୁ ସ୍ଵୀକାର କରେ ନାହିଁ ।

ଅନୁଛେଦଟି ପସନ୍ଦ ଆସିଲେ ଅନ୍ୟମାନଙ୍କ ମଧ୍ୟରେ ଶେୟାର କରନ୍ତୁ ! ଧନ୍ୟବାଦ !