୩୦ ବର୍ଷ ବୟସ ପରେ ଏହି ଜିନିଷ ଗୁଡିକର ସେବନ ଫଳରେ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ ।

Spread the love

୩୦ ବର୍ଷ ବୟସ ପରେ ନିଜ ଶରୀରର ଯତ୍ନ ଠିକ ରୂପେ ନିଅନ୍ତୁ । ଏହି ଜିନିଷ ଗୁଡିକର ସେବନରୁ ନିବୃତ ରୁହନ୍ତୁ ।

୩୦ ବର୍ଷ ବୟସ ପରେ ଶରୀରରେ ଅନେକ ପ୍ରକାରର ପରିବର୍ତ୍ତନ ଦେଖା ଦେଇଥାଏ, ସେଥିପାଇଁ ସ୍ୱାସ୍ଥ୍ୟର ଯତ୍ନ ନେବା ଜରୁରୀ ଅଟେ । ଏହି ବୟସରେ ଅନେକ ପ୍ରକାରର ରୋଗ ଶରୀରକୁ ଆକ୍ରମଣ କରିଥାଏ । ଏଣୁ ଏହା ଜରୁରୀ ହୋଇପଡେ ଯେ, ଆପଣ ଆପନଙ୍କ ଶରୀରର ଠିକ ରୂପେ ଯତ୍ନ ନେବା ଆବଶ୍ୟକ । ୩୦ ବର୍ଷ ବୟସ ପରେ ସେହି ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ ଯେଉଁ ଖାଦ୍ୟ ଖାଇବା ପରେ ହୃଦୟ, ମସ୍ତିସ୍କ, ଅସ୍ଥି ଏବଂ ମାଂସପେଶୀୟ ସମସ୍ୟା ଉପୁଜି ଥାଏ । ଯେଉଁ ଖାଦ୍ୟ ଗୁଡିକ ଠାରୁ ଦୁରେଇ ରହିବା ପାଇଁ କହୁଛୁ, ତାହାର ସୂଚୀ ନିମ୍ନରେ ପ୍ରଦତ୍ତ କରାଯାଇଛି ।

୩୦ ବର୍ଷ ବୟସ ପରେ ଏହି ଜିନିଷ ଗୁଡିକ ସେବନରୁ ନିବୃତ ରୁହନ୍ତୁ :

ଚାହା କଫି ଠାରୁ ଦୁରେଇ ରୁହନ୍ତୁ :

Google

ଚାହା ଏବଂ କଫିରେ କୈଫିନ ତତ୍ୱ ରହିଥାଏ; ଯାହା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ଅଟେ । ଅଧିକ ପରିମାଣରେ ଚାହା କିମ୍ବା କଫିର ସେବନ ଫଳରେ ଅସ୍ଥି ଦୁର୍ବଳ ହୋଇ ପଡ଼ିଥାଏ । ଏହାର ସେବନ ଫଳରେ ଉଚ୍ଚ ରକ୍ତଚାପ, ଖାଦ୍ୟ ଅପଚ, କୋଷ୍ଟକାଠିନ୍ୟ ଜନିତ ସମସ୍ୟା ଦେଖା ଯାଇଥାଏ । ଯଦି ପାରୁଛନ୍ତି; ଦିନରେ ଗୋଟିଏ କପ ଚାହା ହିଁ ପିଅନ୍ତୁ । କଫି ଏବଂ ଚାହାରେ ଚିନିର ପରିମାଣ କମାଇ ଦେଲେ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଏହା ହିତକାରକ ସାବ୍ୟସ୍ତ ହୋଇଥାଏ ।

ମିଠା ଖାଦ୍ୟ :

Google

୩୦ ବର୍ଷ ବୟସ ପରେ ଆପଣଙ୍କୁ ମଧୁମେହ ହେବାର ଆଶଙ୍କା ଯଥେଷ୍ଟ ଅଧିକ ଥାଏ ଓ ଏହି ବୟସରେ ଆପଣଙ୍କ ଓଜନ ମଧ୍ୟ ବଢିଥାଏ । ମିଠା ଖାଇବା ଦ୍ୱାରା ମଧୁମେହ ହେବାର ଆଶଙ୍କା ରହିଥାଏ ଏବଂ ଆପଙ୍କ ଓଜନ ମଧ୍ୟ ବଢିଥାଏ । ଏହି କାରଣରୁ ଆପଣ ଦିନରେ ଦୁଇ ଚାମଚରୁ ଅଧିକ ଚିନି ଖାଇବାରୁ ନିବୃତ ରୁହନ୍ତୁ ଯଥାସମ୍ଭବ ମିଠା, ଥଣ୍ଡା ପାନୀୟ, ଚକଲେଟ୍ ସେବନରୁ ନିବୃତ ରୁହନ୍ତୁ ।

ଜଙ୍କ ଫୁଡ୍ ସେବନରୁ ନିବୃତ ରୁହନ୍ତୁ :

Google

ଜଙ୍କ ଫୁଡ୍ ସେବନରୁ ନିବୃତ ରୁହନ୍ତୁ । ଜଙ୍କ ଫୁଡ୍ ଖାଇବା ଦ୍ୱାରା ମଧୁମେହ ହେବାର ସମ୍ଭାବନା ଅଧିକ ଥାଏ ଏବଂ ଅଧିକ ଜଙ୍କ ଫୁଡ୍ ଖାଇବା ଦ୍ୱାରା ମୋଟାପଣର ମଧ୍ୟ ଆପଣ ଶିକାର ହୋଇପାରନ୍ତି । ଏହା ବ୍ୟତୀତ ଜଙ୍କ ଫୁଡ଼ରେ କୋଲଷ୍ଟ୍ରଲର ପରିମାଣ ଅଧିକ ଥାଏ । ତେଣୁ ଏହା ହୃଦୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଅତ୍ୟଧିକ କୋଲଷ୍ଟ୍ରଲ ଯୁକ୍ତ ଖାଦ୍ୟର ସେବନ ଫଳରେ ହୃଦୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ ।

ମାଛମାଂସ କମ ଖାଆନ୍ତୁ :

Google

ମାଛମାଂସ ଖାଇବା ଦ୍ୱାରା ଶକ୍ତି ଶରୀରକୁ ମିଲିଥାଏ କିନ୍ତୁ ଏହି ଖାଦ୍ୟ ହଜମ ହେବା ପାଇଁ ସମୟ ବହୁତ ଲାଗିଥାଏ । ତେଣୁ ସର୍ବଦା ମାଛ ମାଂସ ନଖାଇ ସପ୍ତାହରେ ଥରେ କିମ୍ବା ଦୁଇ ଥର ଖାଇଲେ ଶରୀର ସୁସ୍ଥ ରହିଥାଏ । ଯଦି ଆପଣ ରେଡ୍ ମିଟ୍ ଖାଉଛନ୍ତି; ତେବେ ଏହାର ସେବନରୁ ଶୀଘ୍ର ନିବୃତ ହୋଇଯାଅନ୍ତୁ । କାରଣ ଏହା ହୃଦୟ ସମସ୍ୟା ଉପୁଜାଇ ଥାଏ ।

ଏହି ଜିନିଷ ଗୁଡିକର ସେବନ କରନ୍ତୁ :

Google

୩୦ ବର୍ଷ ବୟସ ପରେ ଆପଣ କ୍ଷୀର ଜାତୀୟ ଜିନିଷ ଅଧିକ ସେବନ କରନ୍ତୁ । କ୍ଷୀର ପିଇବା ଦ୍ୱାରା ଅସ୍ଥି ମଜଭୁତ ହୋଇଥାଏ । ନିଜ ଖାଦ୍ୟ ସୂଚୀରେ ଦହି, ଡାଲି, ଶସ୍ୟ ଜାତୀୟ ଖାଦ୍ୟ, ଅଣ୍ଡା, ପାନୀର, ସବୁଜ ପନିପରିବା, ଫଳ ରସ ସାମିଲ କରନ୍ତୁ । ଏହି ଜିନିଷ ଗୁଡିକ ଖାଇବା ଦ୍ୱାରା ଆପଣ ଫିଟ ରହିବେ ଏବଂ କୌଣସି ପ୍ରକାରର ରୋଗ ଆପଣଙ୍କୁ ଆକ୍ରମଣ କରିବ ନାହିଁ ।