ବ୍ୟବହାର ହୋଇ ସାରିଥିବା ଚା ପତିକୁ ଭୁଲ ରେ ମଧ୍ୟ ଫୋପାଡନ୍ତୁ ନାହିଁ ।ଜଣାନ୍ତୁ ଏହାର ବ୍ୟବହାର କଣ ହୋଇପାରେ ।

Spread the love

ପ୍ରକୃତିର ବର ଦାନ ରୂପରେ ଆମକୁ ବହୁତ ଗୁଡିଏ ଜିନିଷ ମିଳିଛି । କିନ୍ତୁ ଆମ ଦୈନଦିନ ଜୀବନରେ ବ୍ୟବହାର ହେଉଥିବା ଜିନିଷ ଗୁଡିକକୁ ବିନା କାରଣରେ, ତାହାର ମୂଲ୍ୟ ନ ଜାଣି ଫୋପାଡ଼ି ଦେଇଥାଉ । ଆଜି ଆପଣଙ୍କୁ ଏପରି ଗୋଟିଏ ଜିନିଷ ବିଷୟରେ କହିବୁ, ଯାହା ଆପଣ ବ୍ୟବହାର ପରେ ଫୋପାଡ଼ି ଦେଇଥାନ୍ତି । କିନ୍ତୁ ଏହାର ମୂଲ୍ୟ ବହୁତ ଅଧିକା ଅଟେ ।

ଭାରତରେ ପ୍ରତିଦିନ ସମସ୍ତଙ୍କ ଘରେ ୪ ରୁ ୫ଥର ଚା ତିଆରି ହୋଇଥାଏ ଓ ଚାହା ହୋଇସାରିବା ପରେ ଚାହା ପତିକୁ ଅଦରକାରୀ ଭାବି, ସେହି ଚାହା ପତିକୁ ଫୋପାଡ଼ି ଦେଇଥାଉ । ଯଦି ଆମେ ଆପଣଙ୍କୁ କହିବୁ, ବ୍ୟବହାର ହୋଇସାରିଥିବା ଚାହା ପତି ପୁଣି ଥରେ ଆପଣଙ୍କ ବ୍ୟବହାରରେ ଆସିପାରେ ! ଆପଣ ଏହା ଶୁଣି ଓ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ।

ଆଘାତ ଶୀଘ୍ର ଠିକ୍ ହୋଇଯାଏ :

ଚାହା ପତିରେ ଆଣ୍ଟି ଅକ୍ସଇଡେଣ୍ଟ ରହିଛି, ଯାହା ଆପଣଙ୍କର ଆଘାତ ବା କ୍ଷତ ସ୍ଥାନକୁ ବହୁ ଶୀଘ୍ର ଭଲ କରିଦେଇଥାଏ । ଆଘାତ ଲାଗିବା ପରେ ସେଥିରୁ ଯଦି ରକ୍ତ ବୋହିଥାଏ, ତାହା ହେଲେ ସେଥିରୁ ରକ୍ତ ବୋହିବା ବନ୍ଦ କରିବା ପାଇଁ ସେଥିରେ ଚାହା ପତିର ଲେପ ଲଗାନ୍ତୁ । ରକ୍ତ ବୋହିବା ବନ୍ଦ ହୋଇଯିବ । ବ୍ୟବହାର ହୋଇଯାଇଥିବା ଚାହା ପତିକୁ ଭଲ ଭାବରେ ଧୋଇ ଦେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଓ ଏହାକୁ ଆଘାତ ଲାଗିଥିବା ସ୍ଥାନରେ ଲଗାନ୍ତୁ, ଆଘାତ ଶୀଘ୍ର ଠିକ୍ ହୋଇଯିବ ।

କେଶ ପାଇଁ ଚାହାପତି :

ଚାହାପତି କେଶର ଚମକତ୍ୱ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ଚାହାପତିର ପାଣି ପ୍ରାକୃତିକ କଂଡିସନ୍ ପରି କାର୍ଯ୍ୟ କରିଥାଏ । ଚାହା କରିସାରିବା ପରେ ବଂଚି ଯାଇଥିବା ଚାହା ପତିକୁ ଭଲ ଭାବରେ ଧୋଇ ପୁଣି ଥରେ ସେହି ଚାହାପତିକୁ ଗରମ କରିଦିଅନ୍ତୁ, ଏହାକୁ ଛାଣି ଥଣ୍ଡା ହେବା ପରେ, ସେହି ପାଣିରେ ମଂଜୁଆତି ଓ ଅଁଳା ସହ ମିଶାଇ ଗୋଟିଏ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ସେହି ପେଷ୍ଟକୁ କେଶରେ ଲଗାନ୍ତୁ । ଏହା କେଶ ପାଇଁ ଖୁବ ଉପକାରୀ ଅଟେ ।

କାଠ ଆସବାବପତ୍ରକୁ ଚମକାଇଥାଏ :

ଚାହାପତିକୁ ପାଣିରେ ଗରମ କରି ସେହି ପାଣିକୁ ଥଣ୍ଡା କରନ୍ତୁ । ସେହି ପାଣିରେ କାଠର ଆସବାବପତ୍ର ଧୋଇଲେ, କାଠ ଆସବାବପତ୍ରଗୁଡିକ ନୂଆ ଭଳି ଦେଖାଯିବ ।

ଦାନ୍ତ ପୀଡ଼ାରୁ ମୁକ୍ତି ଦେଇଥାଏ ଚାହାପତି ।

ଚାହାପତିକୁ ପାଣିରେ ପକାଇ ସେହି ପାଣିକୁ ଅଳ୍ପ ଉଷୁମ କରି, ସେହି ଉଷୁମ ପାଣିକୁ କୁଳି କଲେ ଦାନ୍ତ ପୀଡ଼ାରୁ ଉପଶମ ମିଳିଥାଏ ।

ମାଛି ଆସିବା ରୋକିବା ପାଇଁ ବ୍ୟବହାର କରାଯାଇପାରେ ଚାହାପତି :

କୌଣସି ସ୍ଥାନରେ ବହୁତ ମାଛି ହେଉଥିଲେ ସେହି ସ୍ଥାନରେ, ବ୍ୟବହାର ହୋଇସାରିଥିବା ଚାହାପତିକୁ ଗୋଟିଏ କପଡ଼ାରେ ବାନ୍ଧି, ସେହି ସ୍ଥାନରେ ଝୁଲାଇ ଦେଲେ ମାଛି ଆସିବା ବନ୍ଦ ହୋଇଯାଇଥାଏ ।

ଚାହାପତିର ଵ୍ୟଵହାର କରି ଘିଅ ଓ ତେଲର ଦୂର୍ଗନ୍ଧକୁ ଦୂର କରାଯାଇ ପାରିବ :

ବ୍ୟବହାର ହୋଇସାରିଥିବା ଚାହା ପତିକୁ ପୁଣି ଥରେ ପାଣିରେ ଗରମ କରି; ସେହି ପାଣିରେ ତେଲ କିମ୍ବା ଘିଅ ଲାଗିଥିବା ବାସନାଗୁଡିକୁ ସଫା କଲେ ସେଗୁଡିକ ବହୁତ ସହଜରେ ସଫା ହୋଇଯାଇ ଥାଏ । ସେହି ବାସନରୁ ତେଲ ଘିଅ ଚିକ୍କଣପଣ ଚାଲି ଯାଇଥାଏ ।

ଏହା ମଧ୍ୟ ଆପଣ କରି ପାରିବେ ଯେ ରହି ଯାଇଥିବା ଚାହାପତି କୁ ଆପଣ ଗଛରେ ପକାଇଲେ ଗଛ ବହୁତ ଭଲ ବଢି ପାରେ ।