ପରିସ୍ରା କରିବା ସମୟରେ ଯଦି ଆପଣ ମଧ୍ୟ କରନ୍ତି ଏହିପରି ଭୁଲ୍; ତେବେ ହୋଇଯାନ୍ତୁ ସାବଧାନ ! ନଚେତ ଭଗିବାକୁ ପଡ଼ିବ ଗମ୍ଭୀର ରୋଗ ।

Spread the love

ଦିନକୁ ଲୋକମାନେ କେଜାଣି କେତେଥର ପରିସ୍ରା କରିବାକୁ ଯାଇଛନ୍ତି । ପରିସ୍ରା କରିବା ମନୁଷ୍ୟ ଶରୀରର ଏକ ମହତ୍ତ୍ୱପୂର୍ଣ କାମ ଅଟେ । ପ୍ରତ୍ୟେକ ଦିନ ପରିସ୍ରା କରିବା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ । ପରିସ୍ରା କରିବା ଦ୍ୱାରା ଆମ ଶରୀରରୁ ସବୁ ବିଷାକ୍ତ ତତ୍ତ୍ୱ ପରିସ୍ରା ମାଧ୍ୟମରେ ଶରୀରରୁ ବାହାରକୁ ଆସିଯାଇ ଥାଏ । କିନ୍ତୁ ଦୁନିଆରେ ଏଭଳି କେତେକ ଲୋକମାନେ ମଧ୍ୟ ଅଛନ୍ତି ଯେଉଁମାନେ ଦିନ ଅପେକ୍ଷା ରାତ୍ରରେ ପରିସ୍ରା ଅଧିକ ଥର କରିଥାନ୍ତି । ସେମାନଙ୍କୁ ବାରମ୍ବାର ପରିସ୍ରା କରିବାର ଅଭ୍ୟାସ ଥାଏ । ସେମାନଙ୍କ ସହିତ ଏଭଳି ହୋଇଥାଏ କାରଣ ସେମାନେ ଦିନବେଳେ ବହୁତ ପାଣି ପିଇଥାନ୍ତି । ତେଣୁ ସେମାନଙ୍କୁ ରାତ୍ରରେ ଅଧିକ ଥର ପରିସ୍ରା କରିବାକୁ ପଡିଥାଏ । କିନ୍ତୁ ଆପଣ ଜାଣନ୍ତି କି ଆମେ ପରିସ୍ରା କରିବା ସମୟରେ କେତେକ ଭୁଲ କାମ କରିଦେଇଥାଉ । ଯାହାକି ଭବିଷ୍ୟତରେ ଅସୁବିଧା ସୃଷ୍ଟି କରିଥାଏ । ଛୋଟ-ଛୋଟ ଭୁଲ୍ ଗୁଡ଼ିକୁ ଅଣଦେଖା କରି ଆମେ ଆମ ଶରୀରର ହେବାକୁ ଯାଉଥିବା ରୋଗକୁ ଅଣଦେଖା କରୁଅଛୁ । ପରିସ୍ରା କରିବା ସମୟରେ କେଉଁ ଭୁଲ୍ କାମ ଗୁଡ଼ିକୁ କରିବା ଉଚିତ ନୁହଁ ଆସନ୍ତୁ ସେ ବିଷୟରେ ଆମେ ଆଜି ସମ୍ପୁର୍ଣ ରୂପେ ଜାଣିବା ।

ଡିହାଇଡ୍ରେସନ (ନିର୍ଜଳୀକରଣ) କାରଣ ଯୋଗୁଁ –

ପ୍ରତ୍ୟେକ ଦିନ ମନୁଷ୍ୟକୁ ୮ ରୁ ୧୦ ଗ୍ଲାସ ପାଣି ପିଇବା ଆବଶ୍ୟକ । ପାଣି ପିଇବା ଶରୀର ପାଇଁ ବହୁତ ଲାଭଦାୟକ ଅଟେ । ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇଲେ ବିନା ଔଷଧରେ ଅନେକ ବେମାର ଠିକ୍ ହୋଇଯାଏ । ପାଣି ପିଇଲେ ତ୍ୱଚା ସମ୍ବନ୍ଧୀୟ ସମସ୍ତ ଅସୁବିଧା ଠିକ୍ ହୋଇଯାଇ ଥାଏ । ମନୁଷ୍ୟ ବିନା ଖାଦ୍ୟ ଖାଇ ବଞ୍ଚି ପାରିବ କିନ୍ତୁ ବିନା ପାଣି ବଞ୍ଚିବା ଅସମ୍ଭବ ଅଟେ । ଶରୀରକୁ ପୂର୍ଣ୍ଣ ରୂପେ ପାଣି ମିଳିବା ଆବଶ୍ୟକ ଅଟେ । କିନ୍ତୁ ଏବେ ପ୍ରଶ୍ନ ଏହା ଉଠୁଛି କି ଆପଣଙ୍କ ଶରୀରକୁ ପୁରା ପାଣି ମିଳୁଛି ନା ନାହିଁ ? ତାହା କେମିତି ଜାଣିବା ? ଆପଣ ନିଜ ପରିସ୍ରାର ରଙ୍ଗକୁ ଦେଖି ଜାଣିପାରିବେ । ଯଦି ଆପଣଙ୍କ ପରିସ୍ରାର ରଙ୍ଗ ସ୍ଵଛ ହୋଇଥାଏ; ତେବେ ଆପଣ ଠିକ୍ ମାତ୍ରାରେ ପାଣି ପିଉଛନ୍ତି । ଯଦି ଆପଣଙ୍କ ପରିସ୍ରାର ରଙ୍ଗ ହଳଦିଆ ହୋଇଥାଏ ଓ ପରିସ୍ରାରୁ ଦୁର୍ଗନ୍ଧ ଆସିଥାଏ; ତେବେ ଜାଣିବେ କି ଆପଣଙ୍କ ଶରୀରରେ ପାଣିର ମାତ୍ରା କମିଯାଇଛି ।

ଗୁପ୍ତାଙ୍ଗ ସଫା କରିବାରେ ଧ୍ୟାନ ନ ଦେବା –

ଗୁପ୍ତାଙ୍ଗକୁ ପ୍ରତ୍ୟେକ ଦିନ ସଫାସୁତରା କରିବା ଉଚିତ । ଗୁପ୍ତାଙ୍ଗ ସଫା ନ ରହିଲେ ଇଂନଫେକ୍ସନ ହେବାର ଆଶଙ୍କା ଥାଏ ଓ ଇଂଫେକସନ ଦ୍ଵାରା ଅନେକ ବେମାରୀ ହେବାର ଆଶଙ୍କା ବଢିଯିବ । ଖାସ୍ କରି ପରିସ୍ରା କରିବା ପରେ ଗୁପ୍ତାଙ୍ଗ ସଫା କରିବା ଉପରେ ବିଶେଷ ଧ୍ୟାନ ରହିବ ଉଚିତ । ଯଦି ଆପଣ ଗୁପ୍ତାଙ୍ଗକୁ ସଫାସୁତରା କରିବାରେ ଅଧିକ ଧ୍ୟାନ ନ ଦେଲେ କ୍ୟାନ୍ସର ହେବାର ସମ୍ଭାବନା ବଢିଯିବ । ତେଣୁ ପରିସ୍ରା କରିବା ପରେ ନିଜ ଗୁପ୍ତାଙ୍ଗକୁ ସ୍ଵଛ ପାଣିରେ ଧୋଇବା ଆବଶ୍ୟକ । ଏଭଳି ନ କରିଲେ ଜୀବାଣୁ ଗୁଡ଼ିକ ଜମି ରହିଯାଏ ଓ ଭିନ୍ନ-ଭିନ୍ନ ପ୍ରକାରର ଇଂଫେକ୍ସନ ଓ ବେମାର ହେବାର ଅଧିକ ଆଶଙ୍କା ରହିଥାଏ ।

ୟୁ.ଟି.ଆଇ ହେବାର କାରଣ –

ୟୁ.ଟି.ଆଇକୁ ଆମେ ଇଂରାଜୀ ରେ ୟୁରିନ୍ ଟ୍ରାକ୍ଟ ଇଂଫେକ୍ସନର କୁହାଯାଏ । ଏହା ଗୋଟିଏ ପ୍ରକାରର ଗମ୍ଭୀର ରୋଗ ଅଟେ । ଏହି ରୋଗରେ ମହିଳାମାନଙ୍କ ପରିସ୍ରାରୁ ଦୁର୍ଗନ୍ଧ ହୋଇଥାଏ ଓ ଜ୍ଵଳନ ମଧ୍ୟ ହୋଇଥାଏ । ୟୁ.ଟି.ଆଇ ଗୋଟିଏ ପ୍ରକାରର ସଂକ୍ରମଣ ଅଟେ, ଯାହାକି ଅଧିକାଂଶ ସମୟରେ ମହିଳାମାନଙ୍କୁ ହୋଇଥାଏ । ଯଦି ଆପଣଙ୍କୁ ମଧ୍ୟ ଏହି ସମସ୍ୟା ଅଛି; ତେବେ ତୁରନ୍ତ ଆପଣ ଡାକ୍ତରଙ୍କ ପାଖକୁ ଯିବା ଆବଶ୍ୟକ । ଯଦି ଅଣଦେଖା କରିବେ ତେବେ ଗମ୍ଭୀର ପରିଣାମ ଭଗିବାକୁ ପଡ଼ିପାରେ ।