ସକାଳୁ ଉଠି ଭୁଲରେ ମଧ୍ୟ ଦେଖନ୍ତୁ ନାହିଁ ଏହି ଚାରୋଟି ଜିନିଷ, ନହେଲେ ପୁରା ଦିନ ହେଉଥିବ ବହୁତ କ୍ଷତି ।

Spread the love

ପୁରାଦିନରର ପରିଶ୍ରମ ପରେ ମନୁଷ୍ୟ ରାତିରେ ଶୋଇଥିବା ସମୟରେ ତାହାର ସକାଳ ଭଲ ହେଉ ବୋଲି ଭଗବାନଙ୍କ ଠାରେ ଅନେକ ପ୍ରାର୍ଥନା କରି ଶୋଇବାକୁ ଯାଇଥାଏ । ଏହା ଏଥିପାଇଁ ହୋଇଥାଏ କାହିଁକି ନା ଦିବର ଆରମ୍ଭ ସକାଳୁ ଭଲ ହୁଏ, ତୋ ପୁରା ଦିନ, ସନ୍ଧ୍ୟା ଏବଂ ଆସୁଥିବା ରାତି ଭଲରେ କଟିଥାଏ । ସକାଳର ସମୟ ଦିନର ଖାସ୍ ହେବା ଦରକାର, ଯେଉଁ ସମୟରେ ଆମେ ଶଯ୍ୟା ତ୍ୟାଗ କରିଥାଉ, ସେହି ସମୟ ସବୁଠାରୁ ଖାସ୍ ହୋଇଥାଏ । ଏଥିପାଇଁ ମାନ୍ୟତା ରହିଛି ଯେ, ସବୁ ରାତ୍ରିର ଅନ୍ଧକାର ପରେ ପରଦିନର ସୂର୍ଯ୍ୟ ଏକ ନୂଆ ଆଶା ନେଇ ଆସିଥାଏ । ଗୋଟିଏ ପ୍ରକାରେ ଏହା ଜୀବନ – ମୃତ୍ୟୁର ପ୍ରତୀକ ବୋଲି ମଧ୍ୟ କୁହାଯାଏ । ଶାସ୍ତ୍ରରେ ସକାଳର ସମୟ ପାଇଁ କେତେକ ବିଶେଷ ନିୟମ ବର୍ଣ୍ଣନା କରାଯାଇଛି, ଯାହା ସମସ୍ତଙ୍କୁ ଜାଣିବା ନିହାରି ଜରୁରୀ ଅଟେ । ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ, ମନୁଷ୍ୟକୁ ନିଜ ଦିନର ଆରମ୍ଭ କିପରି କରିବ ? ସକାଳୁ ଉଠି ଭୁଲରେ ମଧ୍ୟ ଦେଖନ୍ତୁ ନାହିଁ ଏହି ଚାରୋଟି ବସ୍ତୁ ଅନ୍ୟଥା ଆପଣଙ୍କର ବି ହୋଇପାରେ ଅଧିକ କ୍ଷତି ।

ସକାଳୁ ଉଠି ଭୁଲରେ ମଧ୍ୟ ଦେଖନ୍ତୁ ନାହିଁ ଏହି ଚାରୋଟି ଜିନିଷ :

ଏମିତି ମାନ୍ୟତା ଅଛି କି କିଛି ଜିନିଷକୁ ସକାଳୁ ଉଠିବା ମାତ୍ରେ ହିଁ କରିବା ଦ୍ଵାରା ମନୁଷ୍ୟର ପୁରା ଦିନ ଠିକ୍ ରେ ଚାଲିଥାଏ ଏବଂ ଏମିତି କିଛି କଥା ସକାଳୁ ଉଠି ଭୁଲରେ ମଧ୍ୟ କରିବା ଉଚିତ୍ ନୁହେଁ । ଏବେ ଚାଲନ୍ତୁ ଆପଣଙ୍କୁ ଜଣାଇବୁ ସେହି ଚାରୋଟି ଜିନିଷ ଯାହାକୁ ଆଧାର କରି ଆପଣଙ୍କ ଦିନ କେମିତି ଅଛି ଏହା ଜଣାପଡୁଥାଏ ଅଥବା ଏହି ଜିନିଷକୁ ଦେଖିବା ଦ୍ଵାରା ଆପଣଙ୍କ ଦିନ ଶୁଭ ଅଛି ନା ଅଶୁଭ ଅଛି ଜଣାପଡ଼ିବ ।

୧) ଅନେକ ଲୋକଙ୍କୁ ସକାଳୁ ଉଠି କରି ଆଇନା ଦେଖିବାର ଅଭ୍ୟାସ ଥାଏ କିନ୍ତୁ ଏମିତି କରିବା ଶାସ୍ତ୍ରରେ ଅଶୁଭ ବୋଲି କୁହାଯାଇଛି । ସେଥିପାଇଁ ସକାଳୁ ଉଠିବା ପରେ ନିଜର ଚେହେରା ଆଇନାରେ ଦେଖିବା ବଦଳରେ ନିଜ ହାତର ପାପୁଲିକୁ ଦେଖନ୍ତୁ ଏବଂ ନିଜ ହାତ ପାପୁଲିକୁ ଚୁମ୍ବନ ଦିଅନ୍ତୁ । ଏହା ସହ ଦୁଇ ହାତକୁ ଯୋଡ଼ି ଭଗବାନଙ୍କ ନାମ ନେବା ମଧ୍ୟ ବହୁତ ଶୁଭ ହୋଇଥାଏ ।

୨) ସକାଳ ସମୟରେ ଅଧିକାଂଶ ଗାଁ ଗହଳିରେ କୁକୁରମାନେ ଭୁକିଥାନ୍ତି । ଯଦି ଏହି ଶବ୍ଦ ଶୁଣି ଆପଣ ସକାଳୁ ଉଠୁଛନ୍ତି ଏବଂ ଆପଣଙ୍କୁ କୌଣସି ଜରୁରୀ କାମରେ କୁଆଡ଼େ ଯିବାର ଅଛି, ତେବେ ଏହାକୁ ଅଶୁଭ ସଙ୍କେତ ବୋଲି କୁହାଯାଏ । ଏହାବ୍ୟତୀତ ଆପଣ କୌଣସି ଇଣ୍ଟର୍ଭ୍ୟୁ ଅଥବା କୌଣସି ଖାସ୍ ସ୍ଥାନକୁ ଯାଉଛନ୍ତି ଏବଂ ଆପଣ ଘରୁ ବାହାରିବା ସମୟରେ କୁକୁରକୁ ଦେଖିଦେଲେ; ତେବେ ଏହା ମଧ୍ୟ ବହୁତ ଅଶୁଭ ସଙ୍କେତ ହୋଇଥାଏ । ଏମିତି ମାନ୍ୟତା ରହିଛି କି ଯଦି ସକାଳୁ କୁକୁରମାନେ ଝଗଡା କରିବାର ଦେଖିଦିଅନ୍ତି; ତେବେ ଆପଣଙ୍କ ଆୟୁ କମ୍ ହୋଇଯାଇଥାଏ ।

୩) ହିନ୍ଦୁ ଧର୍ମରେ ଶାସ୍ତ୍ର ଅନୁସାରେ ଯଦି ସକାଳୁ ଉଠିବା ମାତ୍ରେ ତେଲ ଲାଗିଥିବା ବାସନ ଦେଖାଯାଏ, ତୋ ଏହାଦ୍ୱରା ଆପଣଙ୍କ ପୁରା ଦିନ ଖରାପ ହୋଇପାରେ । ଏଥିପାଇଁ ଯଦି ସମ୍ଭବ ହୁଏ ତୋ ସମସ୍ତ ବାସନ ରାତିରେ ହିଁ ସଫା କରିଦେବା ଭଲ ହୋଇଥାଏ ଏବଂ ଏମିତି କୌଣସି ବି ଜିନିଷ ସକାଳୁ ସାମ୍ନାରେ ରଖନ୍ତୁ ନାହିଁ ଯେଉଁଥିରେ ତେଲ ଲାଗିଥିବ । ଅଥବା ପ୍ରଥମରୁ ହିଁ ତାହାକୁ ସଫା କରି ଦେବା ଭଲ ହୋଇଥାଏ ।

୪) ଏହାବ୍ୟତୀତ ସକାଳୁ ସକାଳୁ କେବେ ମଧ୍ୟ ମାଙ୍କଡ଼ର ନାମ ନେବା ଉଚିତ୍ ନୁହେଁ । ଯଦିଓ ସେ ଦେଖାଯାଏ, ତେବେ ମଧ୍ୟ କହିବା ଉଚିତ୍ ନୁହେଁ । ଏହା ବିଷୟରେ ଏମିତି ମାନ୍ୟତା ରହିଛି କି ସକାଳୁ ସକାଳୁ ଯେକୌଣସି ମାଙ୍କଡ଼ର ନାମ ନିଆଯାଏ ତୋ ଆପଣଙ୍କର ଆରମ୍ଭ ହେଉଥିବା ପୁରା ଦିନ ଗୋଳମାଳରେ କିମ୍ବା ବିଭ୍ରାନ୍ତରେ କଟି ଥାଏ । ଏହା ସହିତ ଆପଣଙ୍କୁ ସମୟାନୁସରେ ଖାଇବା ମିଳିନଥାଏ ।

୫. ସକାଳ ସମୟରେ ହୋଇପାରିବ ଯଦି ଭଗବାନଙ୍କ ଦର୍ଶନ କରିବା ଭଲ ହୋଇଥାଏ । କାହିଁକି ନା ଏହାଦ୍ଵାରା ଆପଣଙ୍କୁ ଭାବିବା ଚିନ୍ତିବାର ଭଲ ଶକ୍ତି ମିଳିଥାଏ ।