ପିରିୟଡ଼ରେ ସମୟରେ କରୁଥିବା ଏହି ଭୁଲ ଆପଣଙ୍କର ଜୀବନକୁ ମଧ୍ୟ ବର୍ବାଦ କରି ଦେଇପାରେ ।

Spread the love

ପିରିୟଡ଼ ଏକ ସାଧାରଣ ପ୍ରକ୍ରିୟା ଅଟେ ଯାହା ମହିଳାମାନଙ୍କୁ ପ୍ରତି ମାସରେ ହୋଇଥାଏ । ଏହା ଏକ ବରଦାନ ସଦୃଶ ଅଟେ କିନ୍ତୁ ପିରିୟଡ଼ରେ ପେଟ ବ୍ୟଥା ହେଲେ ଏହି ବରଦାନ ଅଭିଶାପ ହୋଇଯାଇଥାଏ । ପୋଷାକରେ ଦାଗ ଲାଗିଯିବାର ଭୟ ରହିଥିବା ଯୋଗୁଁ ମନରେ ସର୍ବଦା ଚିନ୍ତିତ ଲାଗି ରହିଥାଏ । ଅନେକ ଯୁବତୀଙ୍କ ମୁଣ୍ଡ ବ୍ୟଥା ଏବଂ ବାନ୍ତି ଭଳି ସମସ୍ୟା ହୋଇଥାଏ । ଆପଣ ପିରିୟଡ଼କୁ ଅଟକାଇ ପାରିବେ ନାହିଁ କିନ୍ତୁ ପିରିୟଡ଼ର ସମୟରେ ଏହି ଭୁଲ ଗୁଡିକୁ ଯେପରି ନ ହେବ ଏବଂ ହେବାକୁ ଥିବା ସମସ୍ୟାକୁ ଅଟକାଇ ପାରିବେ । ପିରିୟଡ଼ର ସମୟରେ ଏହି କଥାଗୁଡିକ ପ୍ରତି ଧ୍ୟାନ ରଖିବା ଉଚିତ, ନଚେତ ଆଗକୁ ମଧ୍ୟ ଅସୁବିଧା ସହିବାକୁ ପଡିବ ।

ପିରିୟଡ଼ରେ ଏକଦମ ଚୁପଚାପ ବସିଯିବା କିମ୍ବା ଡିଆଁ ଉକୁଚା କରିବା ଆଦୌ ଠିକ ନୁହେଁ । କଷ୍ଟ ନ ହେବା ଯୋଗୁଁ କିଛି ଯୁବତୀମାନେ ବ୍ୟାୟାମ କରିଥାନ୍ତି, ଯାହା ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ରୁପେ ଭୁଲ ଅଟେ । ପିରିୟଡ଼ ସମୟରେ ଆପଣଙ୍କ ଶିରା ଢିଲା ହୋଇଥାଏ । ବ୍ୟାୟାମ କରିବା ଦ୍ଵାରା ରକ୍ତପ୍ରବାହ ଅଧିକ ବଢି ଯାଇଥାଏ ଏବଂ ଆପଣଙ୍କୁ କଷ୍ଟ ହୋଇପାରେ ।

ବିଜ୍ଞାନ ଅନୁସାରେ ପିରିୟଡ଼ ସମୟରେ ନିଜର ଯତ୍ନ ରଖିବା ଅତ୍ୟନ୍ତ ଆବଶ୍ୟକ ଅଟେ । ନିଜର ସେନିଟରୀ ପେଡ୍ସ କିମ୍ବା ନେପକୀନକୁ ପ୍ରତି ୩ ରୁ ୪ ଘଣ୍ଟାରେ ବଦଳାଇବା । ସଫା ସୁତୁରାକୁ ଧ୍ୟାନରେ ରଖି ନିଜ ଶରୀରକୁ ସର୍ବଦା ସଫା ରଖିବା ଉଚିତ୍ । ଯଦି ଆପଣ ହାଇଯିନକ ଉପାୟରେ ନ ରୁହନ୍ତି; ତେବେ ଶରୀରରେ ମଇଳା ବଢିବା ଦ୍ଵାରା ଇଂଫେକସନ ହୋଇଥାଏ ।

କିଛି ଲୋକ ଭାବି ଥାଆନ୍ତି ଯେ, ପିରିୟଡ଼ ଦିନରେ ଶାରୀରିକ ସମ୍ପର୍କ ରଖିଲେ ଗର୍ଭବତୀ ହେବାର ଭୟ ନ ଥାଏ । ଏପରି ଭାବିବା ସମ୍ପୂର୍ଣ ରୁପରେ ଭୁଲ ଅଟେ । ପିରିୟଡ଼ରେ ମଧ୍ୟ ଗର୍ଭବତୀ ହୋଇପାରନ୍ତି । ଏହିପରି ସ୍ଥିତିରେ ଶାରୀରିକ ସମ୍ପର୍କ ରଖିବା ଠାରୁ ଦୂରରେ ରୁହନ୍ତି । ଏହା ଦ୍ଵାରା ଇଂଫେକ୍ସନର ଭୟ ବଢ଼ିବା ସହ କଷ୍ଟ ମଧ୍ୟ ଅଧିକ ବଢିଥାଏ ।

ଯଦି ଆପଣ ଧର୍ମକୁ ବିଶ୍ଵାସ କରି ବ୍ରତ ରଖନ୍ତି; ତେବେ ପିରିୟଡ଼ରେ ବ୍ରତ ଜମାରୁ ରଖନ୍ତୁ ନାହିଁ । ବ୍ଲଡ଼ ଲାନ୍ସ କାରଣରୁ ଏହି ଦିନ ମାନଙ୍କରେ ଶରୀର ବହୁତ ଦୁର୍ବଳ ରହିଥାଏ । ଏହିପରି ସମୟରେ ଅଧିକ ରୁ ଅଧିକ ଭିଟାମିନ ଏବଂ ମିନେରାଲର ଆବଶ୍ୟକ ଥାଏ । ଉତ୍ତମ ଖାଦ୍ୟ ଖାଇବେ, ଜୁସ ପିଇବେ ଏବଂ ଡ଼ାଇଟ ବିଷୟରେ ସମ୍ପୂର୍ଣ ଭାବରେ ଭୁଲି ଯିବେ ।

ପିରିୟଡ଼ର ଦିନରେ ବେଶୀ ମାନସିକ ଚାପ ନିଅନ୍ତୁ ନାହିଁ । ଅତ୍ୟଧିକ ଖୁସି ରହିବେ ଏବଂ ଅତ୍ୟଧିକ ଆରାମ କରିବେ । ଶରୀରକୁ ଅତିକମରେ ୮ ଘଣ୍ଟାର ବିଶ୍ରାମ ଆବଶ୍ୟକ । ଯଦି ଶରୀରକୁ ପୁରା ବିଶ୍ରାମ ନ ମିଳେ; ତେବେ ମୁଣ୍ଡ ବ୍ୟଥା ହେବା ସହ ଶରୀର ମଧ୍ୟ କଷ୍ଟ ପାଇଥାଏ । ଏହି ସମୟରେ କଫିର ସେବନ ଜମାରୁ କରିବେ ନାହିଁ । ଆପଣଙ୍କୁ ଉଷ୍ମତା ପାଇଁ କଫିର ଆବଶ୍ୟକ ଥାଏ କିନ୍ତୁ ଏଥିରେ କଫିନ ଥାଏ; ଯାହା ପିରିୟଡ଼ରେ ଖରାପ ପ୍ରଭାବ ପକାଇଥାଏ ।

ପିରିୟଡ଼ ଦିନରେ ମହିଳାମାନଙ୍କର ସ୍ଵଭାଵ ବଦଳିଥାଏ । କେତେବେଳେ ହସିବାକୁ ମନ କରେ ତ କେତେବେଳେ ଅଧିକ କାନ୍ଦିବାକୁ ମନ କରନ୍ତି । ବେଳେବେଳେ ଅନେକ ମହିଳା, ଏହି ଦିନରେ ଅଧିକ ମାନସିକ ଚାପ ଅନୁଭବ କରିଥାନ୍ତି । ଯାହା ମଧ୍ୟ ଅନୁଭବ କରନ୍ତି ଭଲ କରନ୍ତି, କିନ୍ତୁ ନିଜର ମନକୁ ଟିକିଏ ନିୟନ୍ତ୍ରଣ ରଖିବା ନିହାତି ଦରକାର ଅଟେ । ଆପଣଙ୍କର କିଛି ସମୟର ମୁଡ଼ ସ୍ୱିଙ୍ଗ ଆୟନଙ୍କ ସମ୍ପର୍କକୁ ଖରାପ କରିଥାଏ ।