ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଏହିପରି ଭଲ୍ କରନ୍ତୁ ନାହିଁ । ଦ୍ଵିତୀୟ ଭୁଲଟି ପ୍ରାୟ ଲୋକମାନେ କରିଥାନ୍ତି ।

Spread the love

ସମସ୍ତ ଦେବତା ମାନଙ୍କ ମଧ୍ୟରୁ ସୂର୍ଯ୍ୟଦେବ ଅଧିକ ତେଜସ୍ୱି ବୋଲି କୁହାଯାଏ । ଏଭଳି କୁହାଯାଏ କି, ଯାହା ଉପରେ ସୂର୍ଯ୍ୟ ଦେବଙ୍କ ଦିବ୍ୟ କିରଣ ଓ ଆଶୀର୍ବାଦ ରହିଥାଏ, ତାହାର ଭାଗ୍ୟ ଚମକି ଯାଇଥାଏ । ପ୍ରତ୍ୟେକ ଦିନ ଆପଣଙ୍କୁ ସୂର୍ଯ୍ୟଙ୍କ ଦର୍ଶନ ହୋଇଥାଏ । ତାଙ୍କର ସାୟା ସବୁବେଳେ ଆପଣଙ୍କ ଉପରେ ରହିଥାଏ । ଯଦି ଆପଣ ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ ନିଜ ଭକ୍ତି ଦ୍ଵାରା ପ୍ରସନ୍ନ କରିପାରିବେ, ତେବେ ସୂର୍ଯ୍ୟଦେବ ଆପଣଙ୍କ ଭାଗ୍ୟକୁ ଚମକାଇ ଦେବେ । ତେଣୁ ଅଧିକାଂଶ ଲୋକମାନେ ସକାଳେ ସ୍ନାନ କରିବା ପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତି । ଖାସ କରି ରବିବାର ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବାର ମହତ୍ତ୍ୱ ଅଧିକ ବଢିଯାଏ ।

ଆପଣଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରୁଛନ୍ତି । କଣ ଆପଣ ଜାଣନ୍ତି କି, ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଯଦି ଏହି ଭୁଲ ହୋଇଯାଏ, ତେବେ ତାହାର ଭୟଙ୍କର ପରିଣାମ ଭୋଗିବାକୁ ପଡିପାରେ । ସୂର୍ଯ୍ୟଙ୍କ ଆଶୀର୍ବାଦ ଯେତେ ଫଳପ୍ରଦ ହୋଇଥାଏ, ତାଙ୍କର କ୍ରୋଧ ତାହା ଠାରୁ ମଧ୍ୟ ଅଧିକ ଭୟଙ୍କର ହୋଇଥାଏ । ଯଦି ସୂର୍ଯ୍ୟ ଦେବ ଆପଣଙ୍କ ଉପରେ ଥରେ ରାଗିବେ, ତେବେ ଭଗବାନ ସୂର୍ଯ୍ୟ ଆପଣଙ୍କ ଭାଗ୍ୟକୁ, ଦୁର୍ଭାଗ୍ୟ ରୂପେ ପରିବର୍ତ୍ତନ କରିବାକୁ ଅଧିକ ସମୟ ଲାଗିବ ନାହିଁ । ସୁଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଭୁଲରେ ମଧ୍ୟ ଏହି ଭୁଲଗୁଡ଼ିକୁ କରନ୍ତୁ ନାହିଁ ।

୧) ପ୍ରଥମ ଭୁଲ :

ସୂର୍ଯ୍ୟଦେବଙ୍କୁ ସର୍ବଦା ସ୍ନାନ ପରେ ହିଁ ଜଳ ଅର୍ପଣ କରିବା ଉଚିତ । ଏହା ସଙ୍ଗେ ସଙ୍ଗେ ଏହି କଥା ବି ମାନେ ରଖନ୍ତୁ ଯେ, ଆପଣ ଯେତେବେଳେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବେ ସେହି ସମୟରେ ପାଦରେ ଜୋତା ପିନ୍ଧିବା ଉଚିତ ନୁହେଁ । ଜଳ ଅର୍ପଣ କରିବା ସମୟରେ ଗୋଡ଼ ଓ ହାତ ସଫା ହୋଇଥିବା ଆବଶ୍ୟକ । ଆପଣଙ୍କ ଶରୀରରେ ଜମିହୋଇ ରହିଥିବା ମଇଳା ନକରାତ୍ମକ ଉର୍ଜ୍ଜା ସୃଷ୍ଟି କରିଥାଏ । ଏହି ନକରାତ୍ମକ ଉର୍ଜ୍ଜା ସହିତ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିଲେ ଆପଣଙ୍କୁ କିଛି ମଧ୍ୟ ଫାଇଦା ମିଳିନଥାଏ । ତେଣୁ ସୂର୍ଯ୍ୟଙ୍କ ଜଳ ଅର୍ପଣ କରିବା ସମୟରେ ସବୁବେଳେ ନିଜ ଗୋଡ଼ ଓ ହାତକୁ ସଫା କରି, ଜଳ ଅର୍ପଣ କରିବା ଅତ୍ୟନ୍ତ ଫଳପ୍ରଦ ହୋଇଥାଏ ।

୨) ଦ୍ୱିତୀୟ ଭୁଲ :

ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଆପଣଙ୍କ ମନ ସ୍ୱଚ୍ଛ ଓ ଶାନ୍ତ ରହିଥିବା ଆବଶ୍ୟକ । ଜଳ ଅର୍ପଣ କରିବା ସମୟରେ ମନରେ କୌଣସି ପ୍ରକାର ଖରାପ ବିଚାର ଆସିବାକୁ ହେବ ନାହିଁ । ବେଳେବେଳେ ଏଭଳି ହୋଇଥାଏ ଯେ, ଆମେ କାହା ସହିତ ଝଗଡ଼ା କରି ବା କାହା ଉପରେ କ୍ରୋଧିତ ଥିବା ଅବସ୍ଥାରେ ଆମେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିଥାଉ । ଏଭଳି କରିବା ଦ୍ଵାରା ଜଳ ଅର୍ପଣ କରିବା କୌଣସି ଫଳପ୍ରଦ ହୋଇନଥାଏ । ଦିନେ ଆପଣ ସୂର୍ଯ୍ୟଙ୍କୁ ଜଳ ଅର୍ପଣ ନ କରିଲେ ଚଳିବ କିନ୍ତୁ କ୍ରୋଧ ବା ଅଶାନ୍ତ ମନରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ନାହିଁ । ଏଭଳି କରିଲେ ସୂର୍ଯ୍ୟ ଦେବ ଆପଣଙ୍କ ଉପରେ କ୍ରୋଧିତ ହୋଇଯାଆନ୍ତି ଓ ଦୁର୍ଭାଗ୍ୟ ଆପଣଙ୍କ ପିଛା ଛାଡ଼ି ନ ଥାଏ ।

୩) ତୃତୀୟ ଭୁଲ :

ଆପଣ ଭଗବାନ ସୂର୍ଯ୍ୟଙ୍କୁ ଯେଉଁ ଜଳ ଅର୍ପଣ କରୁଛନ୍ତି; ତାହା ସଫା ହୋଇଥିବା ଆବଶ୍ୟକ । ଆପଣ ସ୍ନାନ କରିବା ପରେ ହିଁ ଜଳ ଭରିବା ଆବଶ୍ୟକ । ପରେ ସେହି ଜଳକୁ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ । ଗୋଟିଏ କଥାକୁ ଧ୍ୟାନ ରଖିବେ, ଆପଣ ଯେଉଁ ଢାଳରେ ଜଳ ଭରିବେ ତାହା ସବୁ ଦିନ ସଫା ରଖିବା ନିହାତି ଜରୁରୀ । ନଚେତ ଜଳରେ ନକରାତ୍ମକ ଉର୍ଜ୍ଜା ଆସି ଯାଇଥାଏ ଓ ଆପଣଙ୍କ ପୂଜାର ପ୍ରଭାବ ବିପରୀତ ହୋଇଯାଏ ।

ସୂର୍ଯ୍ୟଦେବଙ୍କ କୃପାରରୁ ସମସ୍ତଙ୍କ ଜୀବନରେ ସର୍ବଦା ଆନନ୍ଦ ଉଲ୍ଲାସ ଲାଗି ରହିଥାଉ ।