ବାଜି ଲଗାଇ କହି ପାରିବୁ; ପିଆଜ ବିଷୟରେ ଆପଣ ଏହି ବିଷୟଟି ଜାଣି ନ ଥିବେ ।

Spread the love

ପିଆଜକୁ ହାତରେ ରଗଡିବା ଦ୍ଵାରା ହେଉଥିବା ମିଳିଥାଏ ଅନେକ ଫାଇଦା । ଯାହା ଆପଣ ଜାଣି ନ ଥିବେ !

ଆପଣ ମାନେ ଜାଣିଥିବେ, ଯିଏ ଆମକୁ ସବୁଠୁ ବେଶୀ କନ୍ଦାଇଥାଏ ସେ ହିଁ ଆମକୁ ବହୁତ ପ୍ରେମ ଏବଂ ଯତ୍ନ କରିଥାଏ । ଏପରି ହିଁ କିଛି ପିଆଜ ବିଷୟରେ କୁହା ଯାଇପାରିବ । “An apple in a day, keeps doctor away”. ଏହି ବାକ୍ୟ ବର୍ତ୍ତମାନ ବଦଳି ପାରେ । ସେହି ଦିନ ବର୍ତ୍ତମାନ ଦୂର ନାହିଁ ଯେଉଁ ଦିନ ଲୋକ କହିବେ “An onion in a day, keeps doctor away”. ଏହା ଆମମାନଙ୍କ ଖାଦ୍ୟର ସ୍ଵାଦ ବଢାଇବା ସହ ଅନେକ ଲାଭଦାୟକ ଗୁଣ ଏଥିରେ ରହିଛି ।

ଆଜି ପିଆଜର ଯେଉଁ ଲାଭଦାୟକ ଗୁଣ ରହିଛି ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇପଡିବେ :

1. ଯେତେବେଳେ କୌଣସି ପୋକ ବା କୀଟ କାଟି ଦେଇଥାଏ, ଯେଉଁ ଜାଗାରେ କୀଟଟି କାଟିଛି ସେଠାରେ ପିଆଜ ରସ ଲଗାନ୍ତୁ ।

ହଁ, ଏହା ଶୁଣିବା ପରେ ଟିକେ ଭିନ୍ନ ଲାଗିପାରେ କିନ୍ତୁ ଏହା ଫଳପ୍ରଦ ଅଟେ । ଆପଣଙ୍କୁ କିଛି ସମୟ ମଧ୍ୟରେ ଫରକ ଜଣା ପଡିଯିବ ।

2. ହାତରେ ଜଳାପୋଡା ହେଉଥିଲେ ଏହାକୁ ବ୍ୟବହାର କରନ୍ତୁ ।

ପିଆଜ ପ୍ରକୃତି ପୀଡ଼ା ନିବାରକ ଅଟେ ଏବଂ ଏହା ଥଣ୍ଡା ମଧ୍ୟ ଅଟେ । ଯେତେବେଳେ ଆପଣ ଜଳାପୋଡା ହେଉଥିବା ହାତରେ ଏହାକୁ ଲଗାଇବେ, ଆପଣଙ୍କୁ ଆରାମ ମିଳିବ ।

3. ଋତୁସ୍ରାବ ସମୟରେ ପିଆଜ ଔଷଧ ଭଳି କାମ କରିଥାଏ ।

ଋତୁସ୍ରାବର ପ୍ରାରମ୍ଭର 2 ରୁ 3 ଦିନ ଏହାର ଉପଯୋଗ କରନ୍ତୁ (କଞ୍ଚାରେ ଖାଇବା) ଏବଂ ଲାଭ ଦେଖନ୍ତୁ ।

4. ଗୋଡରେ ଛାଲ ପଡି ଯାଇଥିଲେ ।

ଗୋଡରେ ଛାଲ ପଡି ଯାଇଥିଲେ ଛାଲ ଉପରେ ପିଆଜକୁ ପ୍ରତିଦିନ ଘୋଷିବା ଦ୍ୱାରା 5 ଦିନ ପରେ ଛାଲି ଗୁଡିକ ଆପେ ଆପେ ଉଭେଇଯିବ ।

5. ଯଦି ଆପଣଙ୍କୁ ଜ୍ୱର ହୋଇଥାଏ; ତେବେ ନିଜ ପିନ୍ଧା ମଜାରେ (ସକ୍ସ) ପିଆଜ ରଖି ଶୁଅନ୍ତୁ ।

ଯଦି ଆପଣଙ୍କୁ ଜ୍ୱର ହୋଇଥାଏ, ତେବେ ନିଜ ମୋଜା (ସକ୍ସ) ଭିତରେ ପିଆଜ ରଖି ଶୁଅନ୍ତୁ । ଯେତେବେଳେ ଆପଣ ପିଆଜର ସୁରକ୍ଷା କବଚ ମଧ୍ୟରେ ଶୋଇବେ, ତେବେ ସକାଳ ମଧ୍ୟରେ ଆପଣଙ୍କ ଜ୍ୱର ଠିକ ହୋଇଥିବା ।

6. ବାନ୍ତି ହେଉଥିଲେ ପିଆଜକୁ ବ୍ୟବହାର କରନ୍ତୁ ।

ଯଦି ଆପଣଙ୍କୁ ବାରମ୍ବାର ବାନ୍ତି ହେଉଥାଏ; ତେବେ ଆପଣ ଏକ କପ ପିଆଜ ଜୁସ ପିଅନ୍ତୁ । ଆପଣଙ୍କ ବାନ୍ତି ବନ୍ଦ ହୋଇଯିବ ।

ଯଦି ଆପଣ ପିଆଜକୁ ପାଖରେ ରଖିବେ; ତେବେ ରୋଗ ଆପଣଙ୍କ ଠାରୁ ଦୁରେଇ ରହିବ ।