ଭୁଲରେ ମଧ୍ୟ ଏହି ଖାଦ୍ୟ ସାମଗ୍ରୀ ଗୁଡ଼ିକୁ ଫ୍ରିଜରେ ରଖନ୍ତୁ ନାହିଁ, ସ୍ୱାସ୍ଥ୍ୟ ଉପରେ ଅନେକ ବିପଦ ପଡିପାରେ ।

Spread the love

ସାଧାରଣତଃ ଖାଦ୍ୟ ସାମଗ୍ରୀକୁ ଅଧିକ ସମୟ ସତେଜ ରଖିବା ପାଇଁ ଫ୍ରିଜ ଏକ ଭଲ ବିକଳ୍ପ ଅଟେ ଏବଂ ଲୋକମାନେ ସମସ୍ତ ଜିନିଷକୁ ଫ୍ରିଜରେ ରଖି ଏହା ଭାବନ୍ତି ଯେ, ଏହାଦ୍ୱାରା ତାହାର ଗୁଣବତ୍ତା ବଜାୟ ରହେ କିନ୍ତୁ ବାସ୍ତବରେ ଏମିତି କିଛି ଜିନିଷ ଅଛି ଯାହା ଫ୍ରିଜରେ ରଖିବା ପରେ ତାହା ଖାଇବା ଯୋଗ୍ୟ ରହେ ନାହିଁ । ଏମିତିରେ ଏଗୁଡିକୁ ଫ୍ରିଜରେ ରଖିବା ଅନୁଚିତ, କିନ୍ତୁ ସୂଚନା ଅଭାବରୁ ଲୋକମାନେ ଏପରି କରନ୍ତି ନାହିଁ, ଯାହାର ପରିଣାମ ସ୍ୱରୂପ ଏଭଳି ଜିନିଷ ସେବନ କରନ୍ତି ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ । କାରଣ ଏମିତି କିଛି ଖାଦ୍ୟ ପଦାର୍ଥ ଅଛି, ଯାହାକୁ ଫ୍ରିଜରେ ରଖିବା ଦ୍ୱାରା ତାହାର ସ୍ୱାଦ ଖରାପ ହୋଇଯାଇଥାଏ । ଏହା ସ୍ୱାସ୍ଥ୍ୟକୁ ହାନି ମଧ୍ୟ ପହଞ୍ଚାଇଥାଏ । ତେବେ ଚାଲନ୍ତୁ ଜାଣିବା ଏମିତି ଖାଦ୍ୟ ପଦାର୍ଥ ବିଷୟରେ ଯାହାକୁ କି ଫ୍ରିଜରେ ରଖିବା ଅନୁଚିତ ଅଟେ…

ପାଉଁରୁଟି ବା ବ୍ରେଡ଼ :

ପାଉଁରୁଟି ସବୁଦିନ ବ୍ୟବହାର ହେଉଥିବା ଏକ ଖାଦ୍ୟ ପଦାର୍ଥ ଅଟେ, ଏମିତିରେ ଲୋକେ ବଳକା ରହିଥିବା ପାଉଁରୁଟିକୁ ଫ୍ରିଜରେ ରଖିଦିଅନ୍ତି । କାରଣ ତା’ ପରଦିନ ଏହାର ବ୍ୟବହାର କରି ପାରିବେ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ପାଉଁରୁଟିକୁ କେବେ ମଧ୍ୟ ଫ୍ରିଜରେ ରଖିବା ଉଚିତ ନୁହେଁ । କାରଣ କାରଣ ଫ୍ରିଜରେ ରଖିବା ଦ୍ୱାରା ପାଉଁରୁଟିର ନରମତା ସମ୍ପୂର୍ଣ୍ଣ କ୍ଷୟ ହୋଇଯାଏ ଏବଂ ଏହାର ସ୍ୱାଦ ମଧ୍ୟ ଖରାପ ହୋଇଯାଇଥାଏ ଏବଂ ଏହା ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହାନିକାରକ ହୋଇଥାଏ । ଏହା ଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହୋଇଥାଏ ।

ଆଳୁ :

କିଛି ଲୋକ ଅନ୍ୟ ପନିପରିବା ସହିତ ଆଳୁକୁ ମଧ୍ୟ ଫ୍ରିଜରେ ରଖିଦିଅନ୍ତି । ଯେବେକି ଫ୍ରିଜର ଅଧିକ ଥଣ୍ଡା ତାପମାତ୍ରା କାରଣରୁ ଆଳୁରେ ମହଜୁଦ ଥିବା ମଣ୍ଡଦ, ଶର୍କରାରେ ପରିଣତ ହୋଇଥାଏ । ଯାହା ସ୍ୱାସ୍ଥ୍ୟକୁ ହାନି ପହଞ୍ଚାଇଥାଏ । ବିଶେଷ କରି ମଧୁମେହ ରୋଗୀଙ୍କୁ ଫ୍ରିଜରେ ଥିବା ଆଳୁ ସେବନରୁ ବଞ୍ଚିବା ଦରକାର ।

କଦଳୀ :

ଫଳଗୁଡିକୁ ଅଧିକ ସମୟ ପର୍ଯ୍ୟନ୍ତ ସତେଜ ରଖିବା ପାଇଁ ଲୋକେ ଏହାକୁ ଫ୍ରିଜରେ ରଖିଦିଅନ୍ତି । ଯେତେବେଳେ କି କିଛି ଫଳ ଫ୍ରିଜରେ ରଖିବା ଦ୍ୱାରା ଶୀଘ୍ର ଖରାପ ହୋଇଯାଇଥାଏ ଯେପରିକି କଦଳୀ । କଦଳୀକୁ ସବୁବେଳେ ସାମାନ୍ୟ ତାପମାତ୍ରାରେ ହିଁ ରଖିବା ଉଚିତ । କାରଣ ଫ୍ରିଜରେ କଦଳୀ ରଖିବା ଦ୍ୱାରା ଏହା ବହୁତ ଶୀଘ୍ର କଳା ପଡିଯାଏ ଏବଂ ସାଥିରେ ଏହାର ସ୍ୱାଦ ମଧ୍ୟ ବଦଳିଯାଏ । ଯଦି କଦଳୀକୁ ସଢ଼ିବାରୁ ବଞ୍ଚେଇବା ପାଇଁ ଚାହଁନ୍ତି; ତେବେ ଏଥିପାଇଁ କଦଳୀର ଅଗ୍ରଭାଗକୁ ସବୁବେଳେ ପ୍ଲାଷ୍ଟିକ ବେଗରେ ଘୋଡ଼ାଇ ରଖନ୍ତୁ ।

ଆଚାର :

ଯଦି ଆପଣ ଆଚାରକୁ ଫ୍ରିଜରେ ରଖୁଛନ୍ତି; ତେବେ ସତର୍କ ହୋଇ ଯାଆନ୍ତୁ । କାରଣ ଫ୍ରିଜରେ ରଖାଯାଇଥିବା ଆଚାର ଶୀଘ୍ର ହିଁ ଖରାପ ହୋଇଯାଏ । ଯେହେତୁ ଆଚରରେ ଭିନେଗାର ଥାଏ; ଯାହା ଥଣ୍ଡା ତାପମାତ୍ରାରେ ଆଚାରକୁ ଶୀଘ୍ର ଖରାପ କରିଦିଏ । ଏମିତିରେ ଆଚାରକୁ ସୁରକ୍ଷିତ ରଖିବା ପାଇଁ ଏହାକୁ କୋଠରୀ ତାପମାତ୍ରାରେ ହିଁ ରଖିବା ଉଚିତ ।

ଟମାଟୋ :

ଟମାଟୋକୁ ମଧ୍ୟ ଫ୍ରିଜରେ ରଖିବା ଉଚିତ ନୁହେଁ, କାରଣ ବହୁତ କମ ତାପମାତ୍ରାରେ ରହିବା ଦ୍ୱାରା ଟମାଟୋର ସ୍ୱାଦ ଖରାପ ହୋଇଯାଇଥାଏ ଏବଂ ଏହା ସହିତ ଶୀଘ୍ର ସଢ଼ି ଯାଇଥାଏ ।

କଫି :

କଫିକୁ ଫ୍ରିଜରେ ରଖିବା ଅନୁଚିତ । କାରଣ କଫିକୁ ଫ୍ରିଜରେ ରଖିବା ଦ୍ୱାରା ଏହା ଫ୍ରିଜରେ ଥିବା ଅନ୍ୟ ଖାଦ୍ୟ ପଦାର୍ଥ ଯେପରିକି ପନିପରିବା ଆଦିର ବାସନାକୁ ଅବଶୋଷିତ କରିଦିଏ ଓ ସମ୍ପୂର୍ଣ୍ଣ କଫି ଖରାପ ହୋଇଯାଏ ।

ମହୁ :

ଫ୍ରିଜରେ ମହୁକୁ ଆବଦ୍ଧ କରି ରଖିଲେ କମ ତାପମାତ୍ରା ଥିବାରୁ ଏହା ଜମିଯାଏ ଏବଂ ଏହା ସ୍ଵାଦରେ ମଧ୍ୟ ପରିବର୍ତ୍ତନ ପରିଲକ୍ଷିତ ହୁଏ । ଯେବେକି ଯଦି ଏହି ମହୁକୁ ଫ୍ରିଜରେ ନରଖି ବାହାରେ ରଖନ୍ତି; ତେବେ ଏହା ବହୁତ ବର୍ଷ ସୁରକ୍ଷିତ ହୋଇରହେ ।