କେବେ ମଧ୍ୟ ଏହି ୭ ଟି ବସ୍ତୁକୁ ଘରେ ରଖନ୍ତୁ ନାହିଁ ! ନଚେତ ଉଜୁଡି ଯିବ ଘର ଓ ପରିବାର !

Spread the love

ପ୍ରତ୍ୟେକ କ୍ଷେତ୍ରରେ ଏହା ଦେଖିବାକୁ ମିଳେ କି ଜଣେ ବ୍ୟକ୍ତି ନିଜ ସ୍ୱପ୍ନକୁ ସାକାର କରିବା ଅବା କୌଣସି କାମ ସଂପୂଣ୍ଣ କରିବା ପାଇଁ ବହୁତ ପରିଶ୍ରମ କରିବା ସତ୍ତ୍ୱେ ଏଥିରେ ବାରମ୍ବାର ବିଫଳ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ କୁହାଯାଇଛି କି ଯଦି କେହି ବାରମ୍ବାର ଚେଷ୍ଟା କଲେ ମଧ୍ୟ ତାକୁ କାମରେ ସଫଳତା ମିଳୁନାହିଁ; ତେବେ ଏହା ପଛରେ ସେହି ବ୍ୟକ୍ତିଙ୍କ ଘରେ ଥିବା ବାସ୍ତୁ ଦୋଷ ଥାଇପାରେ । କୁହାଯାଏ, ଘରେ ଏପରି କିଛି ବସ୍ତୁ ବା ସାମଗ୍ରୀ ଥିବା କାରଣରୁ ପରିବାରର ସଦସ୍ୟଙ୍କ ସଫଳତାରେ ବାଧା ଉପୁଜିଥାଏ । ଦୁର୍ଭାଗ୍ୟ ତାଙ୍କ ପିଛା ଛାଡେ ନାହିଁ । ତେବେ ଚାଲନ୍ତୁ ଜାଣିବା ସେହି ଵସ୍ତୁ ଗୁଡିକ କଣ କଣ ଯାହାକୁ ଘରେ ରଖିବା ଉଚିତ ନୁହେଁ ?

୧. ଘରେ କବେ ମଧ୍ୟ ଚାଇନିସ ଗଛ ରଖନ୍ତୁ ନାହିଁ । ଏହା ଦ୍ୱାରା ଘରର ବାସ୍ତୁ ବିଧି ବିଗିଡି ଯାଇଥାଏ ଏବଂ ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।

୨. ଘରର ଉତ୍ତର ପୂର୍ବ ଦିଗରେ କେବେ ହେଲେ ଭାରି ସାମଗ୍ରୀ ରଖନ୍ତୁ ନାହିଁ । ଉତ୍ତର ପୂର୍ବ ଦିଗରେ ଭାରି ସାମଗ୍ରୀ ରଖିବା ଦ୍ୱାରା ଘରେ ନକରାତ୍ମକ ଶକ୍ତିର ଉର୍ଜା ସୃଷ୍ଟି ହୁଏ ।

୩. ଖଟ ତଳେ ଜୋତା ରଖନ୍ତୁ ନାହିଁ । ଏହା ଦ୍ୱାରା ପରିବାର ସଦସ୍ୟଙ୍କୁ ରୋଗ ଓ ମାନସିକ ଅଶାନ୍ତିର ଶିକାର ହେବାକୁ ପଡିଥାଏ । ତେଣୁ କରି ଖଟ ତଳେ ଜୋତା ରଖିବା ଉଚିତ ନୁହେଁ ।

୪. ଦାନ ଓ ପୂଜା ପାଇଁ ଆସିଥିବା ସାମଗ୍ରୀକୁ ଅଧିକ ଦିନ ପର୍ଯ୍ୟନ୍ତ ଘରେ ରଖନ୍ତୁ ନାହିଁ । ଏହାଦ୍ୱାରା ଅଶୁଭ ଫଳ ମିଳିଥାଏ ।

୫. କଦାପି କୌଣସି ଦେବୀ ଦେବତାଙ୍କ ଖଣ୍ଡିତ ମୂର୍ତ୍ତି ଘରେ ରଖନ୍ତୁ ନାହିଁ । ଏହା ମଧ୍ୟ ଦୁର୍ଭାଗ୍ୟକୁ ନିମନ୍ତ୍ରଣ କରିବା ସହ ସମାନ ହୋଇଥାଏ ।

୬. ଘରେ ଅଚଳ କିମ୍ବା ଭଙ୍ଗା ଘଣ୍ଟା ରଖିବା ଉଚିତ ନୁହେଁ । ଏହିପରି ଅଚଳ ଓ ଭଙ୍ଗା ଘଣ୍ଟା ରଖିବା ଦ୍ୱାରା ଆପଣଙ୍କ ପରିବାରର ଭଲ ସମୟ ଖରାପ ଅର୍ଥାତ ଦୁର୍ଭାଗ୍ୟର କାରଣ ହୋଇଥାଏ ।

୭. ଘରର ଉତ୍ତର ପଶ୍ଚିମ ଦିଗକୁ କେବେ ମଧ୍ୟ ଅନ୍ଧାର ରଖନ୍ତୁ ନାହିଁ । କାରଣ ଏହି ଦିଗରେ ସବୁବେଳେ ଧନ ବା ଟଙ୍କା ରହିଥାଏ ।

ଆଶା କରୁଛୁ ଏହି ବିଷୟ ଦ୍ୱାରା ଆପଣ ବାସ୍ତୁ ଦୋଷ ବିଷୟରେ ସମ୍ୟକ ତଥ୍ୟ ଜାଣି ପାରିଥିବେ ଏବଂ ଯଦି ଆପଣମାନେ ଏହି ସବୁ ଵସ୍ତୁକୁ ଦୂର କରି ଦେଉଛନ୍ତି; ତା’ହେଲେ ଆପଣଙ୍କୁ ନିହାତି ଭାବରେ ସଫଳତା ମିଳିବ । ଅନୁଛେଦଟିକୁ ଶେୟର କରି ଅନ୍ୟଙ୍କୁ ମଧ୍ୟ ଜାଣନ୍ତୁ ।