କାନରେ ହେଉଥିବା ପୀଡାକୁ ଅଣଦେଖା କରନ୍ତୁ ନାହିଁ । ଜାଣନ୍ତୁ କିପରି ମୁକ୍ତି ପାଇବେ ?

Spread the love

ପ୍ରାୟତଃ ଆମ୍ଭମାନେ କାନରେ ହେଉଥିବା ପୀଡାକୁ ଅଣଦେଖା କରିଥାଉ । ପ୍ରାୟତଃ ଆମକୁ ଲାଗିଥାଏ କାନରେ ମଇଳା ଜମା ହେବା କାରଣରୁ କାନରେ ପୀଡା ହୋଇଥାଏ ଏବଂ ଆମେ କାନର ସଫେଇ କରି ନିଶ୍ଚିନ୍ତ ହୋଇ ଯାଇଥାଉ । ଶୀତ ଋତୁରେ ପିଲାଙ୍କ କ୍ଷେତ୍ରରେ କାନ ପୀଡା ହୋଇଥାଏ, ଏହା ସହ ବଡ ଲୋକଙ୍କୁ ମଧ୍ୟ ବେଳେବେଳେ କାନରେ ପୀଡା ଅନୁଭୂତ ହୋଇଥାଏ । ଯେତେବେଳେ କାନରେ ପୀଡା ହୋଇଥାଏ, ଲୋକେ କାନରେ ତେଲ ପକାଇ ଦେଇଥାନ୍ତି । ସେମାନଙ୍କୁ ଏହା ଲାଗିଥାଏ, ଏହିପରି କରିବା ଦ୍ଵାରା କାନ ପୀଡା ଦୂର ହୋଇଯିବ କିନ୍ତୁ ଏହା ଭୁଲ୍ ଧାରଣା ଅଟେ । ଯଦି ଆପଣଙ୍କ କାନରେ ପୀଡା ହେଲେ ତେଲ ପକାନ୍ତୁ ନାହିଁ ଅନ୍ୟଥା ଲାଭ ପ୍ରତିବଦଳରେ ଆପଣଙ୍କୁ ହାନି ସହିବା ପାଇଁ ପଡିଥାଏ ।

ଆସନ୍ତୁ ଜାଣିବେ କାନ ପୀଡା ହେବାର କଣ ସବୁ କାରଣ ରହିଛି ? ଏବଂ କିପରି ଏହି ପୀଡାରୁ ଆପଣ ମୁକ୍ତି ପାଇପାରିବେ । ଶୀତ ଦିନେ କାନ ଜନିତ ସମସ୍ୟା ଦେଖାଯାଇଥାଏ । ଏହା ପଛରେ କାରଣ ଏହା ଯେ, ଯେତେବେଳେ ଲୋକଙ୍କୁ ଥଣ୍ଡା ହୋଇଥାଏ ଏବଂ ଏହି ସମସ୍ୟା ବହୁତ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ; ତେବେ ନକାର ପଛ ଭାଗରୁ କାନ ପର୍ଯ୍ୟନ୍ତ ଆସୁଥିବା ୟୁଷ୍ଟେକିୟନ ଟିଉବ୍ ଠିକ ରୂପେ କାର୍ଯ୍ୟ କରିବା ବନ୍ଦ କରିଦେଇଥାଏ । ଯାହାଫଳରେ ସଂକ୍ରମଣ, ଫୁଲିବା ଦ୍ଵାରା କାନରେ ଅପଦ୍ରବ୍ୟ ବଢିବ ଫଳରେ କାନରେ ଅସହ୍ୟ ପୀଡା ଅନୁଭୂତ ହୋଇଥାଏ । ଏହି କାରଣରୁ ଯେତେବେଳେ ପିଲାଙ୍କୁ ଥଣ୍ଡା ଧରିଥାଏ, ସେହି ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ ଅଟେ । ଯଦି ପିଲାଙ୍କୁ ଶୁଣିବାରେ କୌଣସି ଅସୁବିଧା ଅନୁଭୂତ ହେଉଥାଏ; ତେବେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ଅଟେ ।

ଯଦି ପିଲାଙ୍କ ମଧ୍ୟରେ ଏହି ଲକ୍ଷଣ ଦେଖାଯାଏ, ତେବେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

ବାରମ୍ବାର ଜ୍ଵର ହେବ ।

ଥଣ୍ଡା ଧରିବା ପରେ କାନରେ ପୀଡା ହେବା ।

ଛୋଟ ପିଲାଙ୍କୁ ପୀଡା ହେବା ଫଳରେ ବାରମ୍ବାର କାନ୍ଦିବା ।

ବହୁତ ସମୟରୁ ସଂକ୍ରମଣ ଫଳରେ କାନର ପରଦାରେ ଛିଦ୍ର ହୋଇଯିବା ।

କାନରୁ ପୂଜ ବାହାରିବା ।

କାନ କୁଣ୍ଡେଇ ହେବା ।

ନିମ୍ନ ଲିଖିତ ସାବଧାନୀ ଆପଣାଇବା ଦ୍ଵାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ :

ପିଲାଙ୍କୁ ଥଣ୍ଡାରୁ ରକ୍ଷା କରନ୍ତୁ ।

ଖାଦ୍ୟପେୟର ଧ୍ୟାନ ରଖନ୍ତୁ ।

ଧାରୁଆ ଜିନିଷକୁ କାନରେ ଭର୍ତି କରନ୍ତୁ ନାହିଁ ।