ଯଦିଓ କର୍ମ ଏବଂ ଭାଗ୍ୟ ଆପଣଙ୍କୁ ସହଯୋଗ କରୁନାହିଁ; ତେବେ କରନ୍ତୁ ଏହି କାମ, ମହାଲକ୍ଷ୍ମୀଙ୍କ ଆଶୀର୍ବାଦରେ ହୋଇଯିବ ଧନବାନ୍ ।

Spread the love

ଯଦି ବ୍ୟକ୍ତିକୁ ଧନବାନ୍ ହେବାକୁ ଇଚ୍ଛା ରହିଥାଏ, ଏଥିପାଇଁ ଅଧିକା ପରିଶ୍ରମ ଏବଂ ଭାଗ୍ୟର ସହଯୋଗ ରହିବା ନିହାତି ଜରୁରୀ ଅଟେ । କିନ୍ତୁ ଅନେକ ଥର ଦେଖାଯାଇଛି କି ବହୁତ ପରିଶ୍ରମ କରିବା ପରେ ମଧ୍ୟ ମନୁଷ୍ୟକୁ ସଫଳତା ମିଳିନଥାଏ ଏବଂ ଭାଗ୍ୟ ମଧ୍ୟ ମନୁଷ୍ୟର ସହଯୋଗ ଦେଇନଥାଏ । ଏହି ପରିସ୍ଥିତିରେ ବ୍ୟକ୍ତି ଅଧିକ ହତାଶ ହୋଇ ଯାଇଥାଏ । ଏମିତି ବହୁତ ଲୋକ ଅଛନ୍ତି; ଯେଉଁମାନେ ଧନ ପ୍ରାପ୍ତ କରିବା ପାଇଁ ମାତା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିଥାନ୍ତି ଏବଂ ଅନ୍ୟ କିଛି ଲୋକ ତୁଳସୀ ଗଛକୁ ନିଜ ଘରେ ରଖି ପ୍ରତିଦିନ ନିୟମିତ ରୂପରେ ସକାଳ ଏବଂ ସନ୍ଧ୍ୟାରେ ପୂଜା କରି ଦୀପ ଜଳାଇଥନ୍ତି ।

ଯଦି ଆପଣଙ୍କୁ ଧନ ପ୍ରାପ୍ତ କରିବାର ଅଛି; ତେବେ ସେଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି କିଛି ବିଶେଷ ଉପାୟ ଜଣାଇବାକୁ ଯାଉଛୁ, ଯାହାକୁ କରିବା ଦ୍ଵାରା ଆପଣଙ୍କ ଧନବାନ ହେବାର ମନୋସ୍କାମନା ନିଶ୍ଚୟ ପୂରଣ ହେବ ଏବଂ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ । ଏହି ଉପାୟକୁ କରିବା ଦ୍ୱାରା ଧନର ଦେବୀ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବେ ।

ଏହି ଉପାୟକୁ କରିବା ଦ୍ଵାରା ଧନବାନ ହେବାର ଇଚ୍ଛା ହେବ ପୂରଣ :

ଏହା କୁହାଯାଏ କି ଯେଉଁ ଲୋକଙ୍କ ଘର ଭିତରେ ଶଙ୍ଖ ରହିଥାଏ, ସେହି ଘର ଭିତରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାନ୍ତି । କାହିଁକି ନା ଶଙ୍ଖ ସମୁଦ୍ର ମନ୍ଥନ ସମୟରେ ପ୍ରାପ୍ତ ହୋଇଥିଲା, ସମୁଦ୍ର ମନ୍ଥନ ସମୟରେ ୧୪ଟି ଅମୂଲ୍ୟ ରତ୍ନ ପ୍ରକଟ ହୋଇଥିଲା, ସେଥି ମଧ୍ୟରେ ଶଙ୍ଖ ଗୋଟିଏ । ଏହା ମାତା ଲକ୍ଷ୍ମୀଙ୍କ ସହିତ ଉତ୍ପନ ହୋଇଥିଲା । ଏଥିଯୋଗୁଁ ଏହାକୁ ଲକ୍ଷ୍ମୀ ମାତାଙ୍କ ଭ୍ରାତା ମଧ୍ୟ କୁହାଯାଏ । ଯଦି ଆପଣ ଆପଣଙ୍କ ଘରେ ଶଙ୍ଖ ରଖନ୍ତି, ତେବେ ଏହାଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଘରେ ନିବାସ କରିବେ ।

ଆପଣ ଶନିବାର ଦିନ ଉତ୍ଥା ଗଛକୁ ଜଳ ଅର୍ପଣ କରନ୍ତୁ ଏବଂ ତାର ପୂଜା କରନ୍ତୁ, ଏହି ଉପାୟକୁ କରିବା ଦ୍ୱାରା ଧନ ଏବଂ ସମୃଦ୍ଧି ବୃଦ୍ଧି ହେବାରେ ଲାଗିଥାଏ ।

ହଳଦିଆ କଉଡ଼ିକୁ ଧନର ଦେବୀ ମାତା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ଗଣନା କରାଯାଏ । ତେଣୁ ଆପଣ କଉଡ଼ିକୁ କେଶର ଏବଂ ହଳଦିରେ ଭିଜାଇ ତାହାକୁ ଲାଲ କପଡ଼ାରେ ବାନ୍ଧି ଆପଣ ଆପଣଙ୍କ ସିନ୍ଧୁକ ପେଡି (ଧନ ବାକ୍ସ)ରେ ରଖି ଦିଅନ୍ତୁ । କଉଡ଼ିଗୁଡିକୁ ଅତିରିକ୍ତ ନଡିଆର ବିଧିବିଧାନରେ ପୂଜା କରିବା ପରେ ତାହାକୁ କୌଣସି କପଡ଼ାରେ ବାନ୍ଧି ବାକ୍ସରେ ରଖି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଧନର ଅଭାବ ହେବ ନାହିଁ ଏବଂ ଆପଣଙ୍କ ଧନ ବଢିବାରେ ଲାଗିବ ।

ଭଗବାନ ଶ୍ରୀକୃଷ୍ଣଙ୍କୁ ବଇଁଶୀ ଅତି ପ୍ରିୟ ଅଟେ । ଯଦି ଆପଣ ଆପଣଙ୍କ ଘରେ ବଇଁଶୀ ରଖନ୍ତି; ତେବେ ଆପଣଙ୍କ ଘର ପରିବାରର ଲୋକଙ୍କ ମଧ୍ୟରେ ପାରସ୍ପରିକ ପ୍ରେମ ସମ୍ବନ୍ଧ ମଜବୁତ ରହିବ ଏବଂ ଆପଣଙ୍କ ଘରେ ସୁଖ ସମୃଦ୍ଧି ଲାଗି ରହିବ ।

ଆପଣଙ୍କୁ ଏହି କଥାର ଅବଶ୍ୟ ଧ୍ୟାନ ରଖିବା ଦରକାର କି ଆପଣ ଆପଣଙ୍କ ଘରର ଐଶ୍ଵନ୍ୟ କୋଣ ସର୍ବଦା ଖାଲି ରଖିବେ । ଆପଣ ଏହି ସ୍ଥାନରେ ଜଳପୂର୍ଣ୍ଣ ଏକ ପାତ୍ର କିମ୍ବା ଜଳରେ ପୂର୍ଣ୍ଣ ହୋଇଥିବା ଏକ କଳସୀ ମଧ୍ୟ ରଖି ପାରିବେ । ଏହା କରିବା ଦ୍ୱାରା ଆପଣଙ୍କ ଘରର ନକାରାତ୍ମକ ଊର୍ଜା ଦୂରେଇ ରହିଥାଏ ଏବଂ ଦରିଦ୍ରତା ଠାରୁ ମୁକ୍ତି ମିଳିଥାଏ । ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଆପଣଙ୍କୁ ଧନ ସହିତ ଯୋଡି ହୋଇଥିବା ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ ।

ଅଧିକାଂଶରେ ବ୍ୟକ୍ତି ନିଜ ଜୀବନର ସମସ୍ୟା ଠାରୁ ମୁକ୍ତି ପାଇବା ପାଇଁ ବଡ଼ କାର୍ଯ୍ୟ କରିଥାନ୍ତି କିନ୍ତୁ ଛୋଟ ଛୋଟ କାର୍ଯ୍ୟରେ ବିଲକୁଲ୍ ଧ୍ୟାନ ଦେଇନଥାନ୍ତି କିନ୍ତୁ ଏହି ଛୋଟ କାମ ହିଁ ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣି ପାରିବ । ଉପରୋକ୍ତ ଶାସ୍ତ୍ରୀୟ ଉପାୟକୁ ଯଦି ଆପଣ ପାଳନ କରୁଛନ୍ତି; ତେବେ ଏହାଦ୍ଵାରା ଆପଣଙ୍କ ଜୀବନରେ ଧନ ସହିତ ଯୋଡି ହୋଇଥିବା ସମସ୍ୟା ଦୂର ହୋଇଯିବ ଏବଂ ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ସର୍ବଦା ଲାଗି ରହିବ ।