ଭୁଲରେ ମଧ୍ୟ ଘରର ଏହି କୋଣରେ ଶୁଅନ୍ତୁ ନାହିଁ । ଆସିଥାଏ ଦରିଦ୍ରତା, ଖର୍ଚ୍ଚ ହୋଇଥାଏ ଅନେକ ଟଙ୍କା ।

Spread the love

ବାସ୍ତୁଶାସ୍ତ୍ର ଏପରି ଏକ ଶାସ୍ତ୍ର ଯେଉଁଥିର ନୀତି ନିୟମକୁ ପ୍ରାୟତଃ ହିନ୍ଦୁମାନେ ନିଜ ଜୀବନରେ ମାନ୍ୟତା ଦେଇଥାନ୍ତି । ଯେତେବେଳେ ଘର ତିଆରି କରାଯାଏ, ସେତେବେଳେ ମଧ୍ୟ ବାସ୍ତୁଶାସ୍ତ୍ରର ନିଯମାବଳୀକୁ ଅନୁସରଣ କରାଯାଇଥାଏ । କିନ୍ତୁ ବାସ୍ତୁଶାସ୍ତ୍ରର ନିୟମ ନା କେବଳ ଘର ତିଆରି କରିବା ପାଇଁ କରାଯିଏ, ଅନ୍ୟ କାର୍ଯ୍ୟରେ ମଧ୍ୟ କରା ଯାଇଥାଏ । ଆପଣ ନିଜର ପ୍ରତିଦିନ ଜୀବନରେ କରୁଥିବା କାମରେ ମଧ୍ୟ ବାସ୍ତୁଶାସ୍ତ୍ରର ନିୟମ ପାଳନ କରାଯାଇଥାଏ । ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଶୋଇବା ପାଇଁ ବାସ୍ତୁଶାସ୍ତ୍ର ବିଷୟରେ କହିବୁ । ବାସ୍ତୁଶାସ୍ତ୍ର ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ । ଘର ହେଉ କିମ୍ବା ଅଫିସ, ଖାଦ୍ୟ ହେଉ କିମ୍ବା ଶୋଇବା ଘର ହେଉ ପ୍ରତ୍ୟେକ କ୍ଷେତ୍ରରେ ବାସ୍ତୁ ଶାସ୍ତ୍ରର ବ୍ୟବହାର ହୋଇଥାଏ । ବାସ୍ତୁଶାସ୍ତ୍ର ମାନିବା ଦ୍ୱାରା ଜୀବନରେ ସୁଖ ଶାନ୍ତି ବଜାୟ ରହିଥାଏ । ବାସ୍ତୁଶାସ୍ତ୍ର ମାନିବା ଦ୍ୱାରା ଜୀବନର ଅସଫଳ କାମ ସଫଳ ହୋଇଥାଏ । ବାସ୍ତୁଶାସ୍ତ୍ର ବିଶେଷଜ୍ଞଙ୍କ ଅନୁସାରେ ଶୋଇବା ପାଇଁ ଏକ ନିୟମ ରହିଛି ।

ନିଦ ଏପରି ଏକ ଜିନିଷ ଯାହା ପ୍ରତ୍ୟକ ମନୁଷ୍ୟ ପାଇଁ ଜରୁରୀ ଅଟେ । ଯେତେବେଳେ କିଛି ଘଣ୍ଟା ଶୋଇଯାଉ; ସେହି ସମୟରେ ଆମ ଶରୀରରୁ ଥକ୍କାପଣ ଦୂର ହୋଇଯାଇ ଆମେ ରିଲାକ୍ସ (ଆରମ) ଅନୁଭଵ କରିଥାଉ । ଶୋଇ ଉଠି ସାରିବା ପରେ ଆମ ଶରୀରରେ ଶକ୍ତିର ସଂଚାର ହୋଇଥାଏ । ଫଳରେ ଆମେ ନିଜ କାର୍ଯ୍ୟ ପାଇଁ ପ୍ରସ୍ତୁତି ହୋଇପାରୁ । ଶୋଇବାର ଏକ ସମୟ ନିର୍ଦ୍ଧାରିତ ହୋଇଥାଏ କିନ୍ତୁ ବହୁତ ସମୟରେ ନିଦ ଏପରି ଆସିଥାଏ; ଯାହାଫଳରେ ଆମେ କେବେ ମଧ୍ୟ କେଉଁଠି ମଧ୍ୟ ଶୋଇ ପଡ଼ିଥାଉ । ମାନେ ଆପଣ ଟିଭି ଦେଖୁଥିବା ସମୟରେ ସୋଫା ଉପରେ ହିଁ ଶୋଇ ପଡ଼ିଥାନ୍ତି । କିଛି ଲୋକ ରାତିରେ ତ ଶୁଅନ୍ତି, ବେଳେବେଳେ ଦିନରେ ମଧ୍ୟ ଶୋଇଯାନ୍ତି । ଦିନରେ ଶୋଉଥିବା ସମୟରେ ଆମେ ସ୍ଥାନର ଗୁରୁତ୍ୱ ଦେଇ ନଥାଉ ।

କିନ୍ତୁ ଆପଣ ଜାଣି ନ ଥିବେ ଏହା ଭୁଲ୍ ଅଟେ । ଭୁଲ୍ ଜାଗାରେ ଶୋଇବା ଦ୍ୱାରା ଆପଣଙ୍କୁ କ୍ଷତି ସହିବା ପାଇଁ ପଡିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଘରର ଭୁଲ୍ ଦିଗରେ ଶୋଇଥାନ୍ତି; ସେମାନଙ୍କ ପାଖରେ ଦରିଦ୍ରତା ଦେଖାଯାଇଥାଏ କିମ୍ବା ଘରେ ଝଗଡା ଲାଗି ରହିଥାଏ । ତେଣୁ ଆପଣ ବାସ୍ତୁ ଅନୁସାରେ ସଠିକ୍ ଜାଗାରେ ଶୁଅନ୍ତୁ ।କେବଳ ଏହି କାରଣ ପାଇଁ ଆମେ ଆପଣଙ୍କୁ ଶୋଇବା ପାଇଁ ବାସ୍ତୁଶାସ୍ତ୍ର ବିଷୟରେ କହୁଛୁ ।

ଏହି ଦିଗରେ ଶୋଇବା ଭୁଲ ଅଟେ :

ବାସ୍ତୁ ଅନୁସାରେ ଘରର ଦକ୍ଷିଣ ଦିଗରେ ଶୋଇବା ଅନୁଚିତ । ଏହି ଦିଗ ଏପରି ଏକ ସ୍ଥାନ ଯେଉଁଠି ଘରର ନକରାତ୍ମକ ଚିନ୍ତାଧାରା ଭରି ହୋଇରହିଥାଏ । ତେଣୁ ଯେତେବେଳେ ଆପଣ ଏହି ଦିଗରେ ଶୁଅନ୍ତି, ଆପଣଙ୍କ ଭିତରେ ନକରାତ୍ମକ ଉର୍ଜା ଭରି ହୋଇଯାଏ । ଏହାଫଳରେ ଝଗଡା ଲାଗିଥାଏ ଏବଂ ଆପଣଙ୍କ ମନ କୌଣସି କାମରେ ଲାଗି ନଥାଏ । ଏହା ସହ ଘରେ ଦରିଦ୍ରତା ଦିନକୁ ଦିନ ବୃଦ୍ଧି ପାଇଥାଏ । ତେଣୁ ଆପଣ ଏହି ଦିଗରେ ଶୁଅନ୍ତୁ ନାହିଁ ।

ଏହି ଦିଗରେ ଶୋଇବା ଶୁଭ ଏବଂ ଲାଭଦାୟକ ଅଟେ :

ବାସ୍ତୁଶାସ୍ତ୍ର ଅନୁସାରେ ପୂର୍ବ ଏବଂ ଉତ୍ତର ଦିଗରେ ଶୋଇବା ସବୁଠୁ ଶୁଭ ଅଟେ । ଏହି ଦିଗରେ ସବୁଠୁ ଅଧିକ ସକାରାତ୍ମକ ଚିନ୍ତାଧାରା ରହିଥାଏ । ଯେତେବେଳେ ଆପଣ ଏହି ଦିଗରେ ଶୁଅନ୍ତି; ତେବେ ଆପଣଙ୍କ ମନ ସକାରାତ୍ମକ ରୁହେ ଏବଂ ଆପଣ କାମ କରିବା ପାଇଁ ଉତ୍ସାହିତ ହୋଇ ରୁହନ୍ତି । କାମ କରିବା ଫଳରେ ଆପଣ ଅଧିକ ଉପାର୍ଜନ କରିଥାନ୍ତି । ତେଣୁ ଆପଣ ପୂର୍ବ ଏବଂ ଉତ୍ତର ଦିଗରେ ଶୋଇ ସକାରାତ୍ମକ ରହି ଦାରିଦ୍ରତାରୁ ଦୁରେଇ ରୁହନ୍ତୁ ।