ଏହି ଜିନିଷକୁ ନିଜ ପର୍ସରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ । ନଚେତ ଆପଣ କେବେ ମଧ୍ୟ ଉନ୍ନତି କରିପାରିବେ ନାହିଁ ।

Spread the love

ପର୍ସ ଏପରି ଏକ ଜିନିଷ ଅଟେ, ଯାହାକୁ ପ୍ରତ୍ୟେକ ବ୍ୟକ୍ତି ସର୍ବଦା ନିଜ ପାଖରେ ରଖିଥାନ୍ତି । ପର୍ସରେ ଅନେକ ଆବଶ୍ୟକ ଜିନିଷ ଯେପରି ଏଟିଏମ କାର୍ଡ଼, ଡ୍ରାଇଭିଂ ଲାଇସେନ୍ସ ରହିଥାଏ । କିନ୍ତୁ କିଛି ଲୋକ ପର୍ସରେ କଦାପି ଟଙ୍କା ରଖନ୍ତି ନାହିଁ । କାରଣ ପର୍ସରେ ଅଧିକ ସମୟ ପର୍ଯ୍ୟନ୍ତ ଟଙ୍କା ରହିପାରେ ନାହିଁ ବୋଲି କହିଥାନ୍ତି । ଯଦି ଆପଣ ସେହି ବ୍ୟକ୍ତିମାନଙ୍କ ମଧ୍ୟରୁ ଯାହାର ପର୍ସରେ ଅଧିକ ସମୟ ପର୍ଯ୍ୟନ୍ତ ଟଙ୍କା ରହିପାରେ ନାହିଁ ବୋଲି ସେମାନେ ଅନୁଭବ କରୁଛନ୍ତି; ତେବେ ଏହି ପୋଷ୍ଟ ଆପଣଙ୍କ ପାଇଁ ଅଟେ । ଯଦି ଆପଣ କିଛି ଏପରି ବସ୍ତୁକୁ ନିଜ ପର୍ସରେ ରଖୁଛନ୍ତି; ତେବେ ଆପଣଙ୍କ ପର୍ସରୁ ଆପଣଙ୍କ ପରିଶ୍ରମର ଅର୍ଥ କାଦାପି ଅଧିକ ସମୟ ପର୍ଯ୍ୟନ୍ତ ରହିପାରିବ ନାହିଁ । ଆଜି ଆମେ ଆମର ଏହି ପୋଷ୍ଟ ମାଧ୍ୟମରେ ଆପଣଙ୍କୁ ସେହି ବସ୍ତୁଗୁଡିକ ବିଷୟରେ ଜଣାଇବୁ ।

ଭଗବାନଙ୍କର ଫୋଟ ରଖନ୍ତୁ ନାହିଁ :

ହିନ୍ଦୁ ଧର୍ମକୁ ବିଶ୍ଵାସ କରୁଥିବା ଅଧିକାଂଶ ଲୋକ ନିଜ ପର୍ସରେ ଭଗବାନଙ୍କ ଫୋଟକୁ ରଖିବା ଶୁଭ ବୋଲି ମନେ କରିଥାନ୍ତି । କିନ୍ତୁ ଏପରି କରିବା ଏକ ପ୍ରକାରର ବାସ୍ତୁ ଦୋଷ ହୋଇଥାଏ, ଏହା ଆପଣମାନେ ଜାଣି ରଖନ୍ତୁ । ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ପର୍ସରେ ଭଗବାନଙ୍କ ଫୋଟକୁ ରଖେ, ତେବେ ତାହାର ପର୍ସରେ ଅଧିକ ସମୟ ପର୍ଯ୍ୟନ୍ତ ଟଙ୍କା ରହି ନ ଥାଏ ।

ଟଙ୍କାକୁ କ୍ରମାନୁସାରେ ନ ରଖିବା :

ଅଧିକାଂଶ ଲୋକ ପର୍ସରେ ଟଙ୍କାକୁ କ୍ରମାନୁସାରେ ନ ରଖି ଏପଟ ସେପଟ କରି ରଖିଥାନ୍ତି । କିନ୍ତୁ ଲୋକମାନେ ଜାଣି ନଥାନ୍ତି ଯେ, ଏପରି ଭାବରେ ଟଙ୍କାକୁ ରଖିବା ଦ୍ଵାରା ମାତା ଲଷ୍ମୀ କ୍ରୋଧିତ ହୋଇଥାନ୍ତି । ମାତା ଲଷ୍ମୀ କ୍ରୋଧିତ ହେବା ଫଳରେ ପର୍ସରେ ଅଧିକ ସମୟ ପର୍ଯ୍ୟନ୍ତ ଟଙ୍କା ରହି ନ ଥାଏ । ତେଣୁ ଲୋକଙ୍କୁ ସର୍ବଦା ପର୍ସରେ ଟଙ୍କାକୁ କ୍ରମାନୁସାରେ ରଖିବା ଉଚିତ ।

କୌଣସି ବିଲ ରଖିବା ଆପଣଙ୍କୁ ମହଙ୍ଗା ପଡିପାରେ :

କିଛି ଲୋକ ବିଜୁଳି ବିଲ କିମ୍ବା ଫୋନ ବିଲକୁ ସୁରକ୍ଷିତ ରଖିବା ପାଇଁ ନିଜ ପର୍ସରେ ସେଗୁଡିକୁ ରଖିଥାନ୍ତି । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଏପରି କରେ, ତେବେ ସେହି ବ୍ୟକ୍ତି ଜଣକ ଅଧିକ ଋଣ ଗ୍ରସ୍ତ ଅର୍ଥାତ ଋଣ ପରିମାଣ ବଢିବାକୁ ଲାଗିଥାଏ ।

ମୃତ ଲୋକଙ୍କ ସ୍ମୃତି ରଖିବା :

କିଛି ଲୋକ ନିଜ ପୂର୍ବଜଙ୍କୁ ମନେ ରଖିବା ପାଇଁ ସେମାନଙ୍କ ଫୋଟକୁ ପର୍ସରେ ରଖିଥାନ୍ତି, ଯାହାକି ବହୁତ ଖରାପ ହୋଇଥାଏ । ଏପରି କରିବା ଦ୍ଵାରା ଆପଣଙ୍କ ଜୀବନରେ ଖରାପ ପ୍ରଭାବ ପଡିଥାଏ ।

ପର୍ସରେ ମୂନିଆ ବସ୍ତୁକୁ ରଖିବା :

କିଛି ଲୋକ ଜାଣତରେ କିମ୍ବା ଅଜାଣତରେ ନିଜ ପର୍ସରେ ମୂନିଆ ବସ୍ତୁକୁ ରଖିଥାନ୍ତି । ଯାହାଫଳରେ ସେମାନଙ୍କ ମନରେ ନକରାତ୍ମକତା ବଢିଥାଏ ବୋଲି ସେମାନେ ଜାଣି ନ ଥାନ୍ତି । ନକରାତ୍ମକତା ବଢିବା ଦ୍ଵାରା ପର୍ସରେ ଅଧିକ ସମୟ ପର୍ଯ୍ୟନ୍ତ ଟଙ୍କା ରହିପାରେ ନାହିଁ ।

ଅନାବଶ୍ୟକ ଜିନିଷ ରଖିବା :

କିଛି ଲୋକ ପର୍ସରେ ଅନାବଶ୍ୟକ କାଗଜ ଗୁଡ଼ାକ ରଖିଥାନ୍ତି; ଯାହାଫଳରେ ମାତା ଲଷ୍ମୀ କ୍ରୋଧିତ ହୋଇଥାନ୍ତି । ମାତା ଲଷ୍ମୀ କ୍ରୋଧିତ ହେବା ଫଳରେ ସେହି ଲୋକମାନେ ଧନ ସମ୍ପତି ଜନିତ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥାଏ ।

ଘରର ଚାବି :

ବହୁତ ଲୋକ ନିଜର ଘରର ଚାବିକୁ ସୁରକ୍ଷିତ ରଖିବା ପାଇଁ ନିଜ ପର୍ସରେ ରଖିଥାନ୍ତି । କିନ୍ତୁ ଆପଣଙ୍କୁ ଜାଣି ରଖିବା ଉଚିତ ଯେ, ଏପରି କରିବା ବହୁତ ଅଶୁଭ ହୋଇଥାଏ । ଏପରି କରିବା ଦ୍ଵାରା ଜୀବନରେ ନକରାତ୍ମକତାର ପ୍ରଭାବ ପଡିବା ସଂଗେ ସଂଗେ ସେହି ବ୍ୟକ୍ତିର ବ୍ୟୟ ମଧ୍ୟ ବଢିଥାଏ ।

ପୁରୁଣା ଫାଟି ଯାଇଥିବା ନୋଟକୁ ରଖିବା :

କିଛି ଲୋକ ନିଜର ପର୍ସରେ ପୁରୁଣା ଫାଟି ଯାଇଥିବା ନୋଟକୁ ରଖିଥାନ୍ତି; ଯାହା ଫଳରେ ମାତା ଲଷ୍ମୀ କ୍ରୋଧିତ ହୋଇଥାନ୍ତି । ମାତା ଲଷ୍ମୀ କ୍ରୋଧିତ ହେବା ଫଳରେ ସେହି ବ୍ୟକ୍ତିକୁ ନିଜ ଜୀବନରେ ସବୁବେଳେ ଆର୍ଥିକ ଅଭାବର ସମ୍ମୁଖୀନ କରିବାକୁ ପଡିଥାଏ ।

ଅନୁଛେଦଟି ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ମଧ୍ୟରେ ଶେୟାର କରନ୍ତୁ । ଧନ୍ୟବାଦ !