ଭୁଲ୍ ରେ ମଧ୍ୟ ଆଲମାରୀ ଭିତରେ ରଖନ୍ତୁ ନାହିଁ ଏହି ଦୁଇ ଜିନିଷକୁ, ନଚେତ ଏହା ଆପଣଙ୍କୁ ପୁରା କାଙ୍ଗାଳୀ କରିଦେବ !!

Spread the love

ହିନ୍ଦୁ ଧର୍ମରେ ବସ୍ତୁଶାସ୍ତ୍ରକୁ ବହୁତ ମହତ୍ତ୍ୱ ଦିଆଯାଇଥାଏ । ଆଲମାରୀ ଭିତରେ ଅଧିକାଂଶ ଲୋକମାନେ ଗହଣା ଓ ଟଙ୍କା ରଖିଥାନ୍ତି । ଯେଉଁମାନେ ଆଲମାରୀରେ ଟଙ୍କା ଗହଣା ରଖିଥାନ୍ତି, ସେମାନଙ୍କୁ ନିଜ ସଫଳତା ବା ଉନ୍ନତିରେ କାଏମ ରଖିବା ପାଇଁ ଆଲମାରୀରେ ସକାରାତ୍ମକ ଉର୍ଜା ରହିବା ନିହାତି ଆବଶ୍ୟକ ଅଟେ । କିନ୍ତୁ ଏମିତି କିଛି ଜିନିଷ ଅଛି ଯାହାକୁ ଆଲମାରୀରେ ରଖିଲେ ସକାରାତ୍ମକ ଉର୍ଜା, ନକରାତ୍ମକ ଉର୍ଜା ରୂପେ ପରିବର୍ତ୍ତନ ହୋଇଯାଏ । ନକରାତ୍ମକ ଊର୍ଜା, ଯାହା ଧନ ଆଗମନରେ ବାଧା ଉତ୍ପନ୍ନ କରିଥାଏ ଏବଂ ଖର୍ଚ୍ଚ ବଢିଥାଏ । ଆସନ୍ତୁ ଏବେ ଆମେ ସମ୍ପୁର୍ଣରୂପେ ଜାଣିବା କି ଆଲମାରୀରେ କେଉଁ ଜିନିଷ ରଖିବା ଉଚିତ ନୁହଁ ।

କଳା ରଙ୍ଗକୁ କାଳର ରୂପ କୁହାଯାଇଥାଏ, ଏଥିରେ ବହୁତ ପ୍ରକାରର ନକରାତ୍ମକ ଉର୍ଜା ବାହାରିଥାଏ । ତେଣୁ କଳା ରଙ୍ଗର କୌଣସି ବି ବସ୍ତୁ ବା କପଡା ରଖନ୍ତୁ ନାହିଁ । ଏହି ନକରାତ୍ମକ ଉର୍ଜା ଆପଣଙ୍କ ଆଲମାରୀରେ ଥିବା ଟଙ୍କା ଓ ଗହଣା ଉପରେ ମଧ୍ୟ ପଡିପାରେ । ଯେଉଁ କାରଣରୁ ଟଙ୍କାର ଅଭାବ ହୋଇଥାଏ । ବହୁତ ଥର ଆମେ ପିନ୍ଧୁଥିବା କପଡା ଫାଟିଯାଇ ଥାଏ ବା ବହୁତ ପୁରୁଣା ହୋଇଯାଇ ଥାଏ । ଏମିତିରେ ଆମେ ସେହି କପଡ଼ାକୁ ପିନ୍ଧି ନଥାଉ । ଆଲମାରୀରେ ସେମିତି ହିଁ ରଖିଦେଇଥାଉ । ଯଦି ଆପଣ ମଧ୍ୟ ଏଭଳି କିଛି କରୁଛନ୍ତି, ତେବେ କପଡ଼ାକୁ ତୁରନ୍ତ ବାହାରକୁ କାଢି ଦିଅନ୍ତୁ ।

ଅଧିକାଂଶ ଲୋକମାନେ ନିଜ କପଡା ଯେତେ ପୁରୁଣା ବା ଫାଟି ଯାଇଥିଲେ ମଧ୍ୟ ତାହା ଘରେ ହିଁ ରଖିଥାନ୍ତି । ନିଜେ ପିନ୍ଧନ୍ତି ନାହିଁ ବା ଅନ୍ୟକୁ ପିନ୍ଧିବାକୁ ମଧ୍ୟ ଦେଇନଥାନ୍ତି । ସେହି ଫଟା ବା ପୁରୁଣା କପଡା କେତେବେଳେ ହେଲେ ପଛିବା ବା ଗନ୍ଥା ତିଆରି (ସିଲେଇ) କରିବାକୁ ହେବ ବୋଲି ସେହିଭଳି ଘରେ ରଖିଥାନ୍ତି । ଫଟା ଓ ପୁରୁଣା କପଡା ଆଲମାରୀରେ ରଖିଲେ ଦରିଦ୍ରତା ଆସିଥାଏ ।

ଗୋଟିଏ କଥା ମନେ ରଖନ୍ତୁ; ଯଦି ଆପଣଙ୍କ ପାଖରେ ବହୁତ ଟଙ୍କା ଅଛି ବୋଲି ଯଦି ଏଗୁଡ଼ିକୁ ଅଣଦେଖା କରିବେ, ତେବେ ପଛେ ବହୁତ ପସ୍ତେଇବାକୁ ପଡ଼ିବ । କାରଣ ଥରେ ଦରିଦ୍ରତା ମାଡି ଆସିଲେ, ପୁଣି ଉନ୍ନତି କରିବାକୁ ବହୁତ ସମୟ ଲାଗିଥାଏ । ତେଣୁ ଏଭଳି ଜିନିଷ ଯଦି ଆପଣଙ୍କ ଆଲମାରୀ ଭିତରେ ଅଛି ତେବେ ତୁରନ୍ତ ବାହାର କରିଦିଅନ୍ତୁ ।