ଚା’ ପିଇବା ସମୟରେ ଭୁଲରେ ମଧ୍ୟ ଏମିତି କରନ୍ତୁ ନାହିଁ ! ନଚେତ ଗମ୍ଭୀର ରୋଗର ଶିକାର ହୋଇପାରିବେ ।

Spread the love

ଆମେ ସମସ୍ତେ ଜାଣିଛେ ଯେ, ଅଧିକାଂଶ ଘରେ ଦିନର ଆରମ୍ଭ ସକାଳ ଚା’ରୁ ହୋଇଥାଏ । ଏହି କଥା ମଧ୍ୟ ସତ୍ୟ ଯେ, ଯେଉଁ ମାନଙ୍କର ଚା’ ପିଇବା ଅଭ୍ୟାସ ରହିଛି, ସେମାନେ ଚା’ ବିନା ରହିପାରନ୍ତି ନାହିଁ । କେତେଜଣ ଏମିତି ମଧ୍ୟ ଅଛନ୍ତି, ଦିନରେ ୪ ରୁ ୫ କପ ଚା’ ପିଅନ୍ତି । କିନ୍ତୁ ଆପଣଙ୍କୁ କହି ରଖୁଛୁ, ଅଧିକ ଚା’ ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏତିକି ହିଁ ନୁହେଁ, କେତେଜଣ ଚା’ ପିଇବା ସମୟରେ କିଛି ଏମିତ ଭୁଲ୍ କରନ୍ତି, ଯାହାଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଆପଣ ଏବେ ଭାବୁଥିବେ ଯେ, ଏମିତି କଣ ଭୁଲ୍ ଯାହା ଆମେ ଚା’ ପିଇବା ସମୟରେ କରୁଛୁ ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ସକାଳୁ ଉଠୁ ଉଠୁ କେହି ମଧ୍ୟ ଖାଲି ପେଟରେ ଚା’ ପିଇବା ଅନୁଚିତ । କାରଣ ଏମିତି କରିବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଆମେ ଜାଣିବା ଅନୁସାରେ ଆପଣଙ୍କୁ ଜଣାଇ ଦେଉଛୁ, ଯଦି ଆପଣ ସକାଳୁ ଉଠି ଖାଲି ପେଟରେ ଚା’ ପିଅନ୍ତି, ତେବେ ଏସିଡିଟି ଓ କର୍କଟ (କ୍ୟାନସର) ଭଳି ଗମ୍ଭୀର ରୋଗ ହୋଇପାରେ । ଏତିକି ହି ନୁହେଁ, ଏହା ମଧ୍ୟ କହିଦେଉଛୁ ଯେ, ଖାଲି ପେଟରେ ଚା’ ପିଇଲେ ଲୋକଙ୍କ ଆୟୁଷ ମଧ୍ୟ କମିଥାଏ । ତେଣୁ ସକାଳେ ଯେବେ ମଧ୍ୟ ଆପଣ ଚା’ ପିଇବେ ତା’ପୂର୍ବରୁ ଏକ ଗ୍ଲାସ ପାଣି କିମ୍ବା ବିସ୍କୁଟ ନିଶ୍ଚିତ ଖାଆନ୍ତୁ ।

ଏହାଛଡା ସକଳ ଜଳଖିଆ କିମ୍ବା ମଧ୍ୟାହ୍ନ ଭୋଜନ କରିବା ସଙ୍ଗେ ସଙ୍ଗେ ଚା’ ପିଇବା ଉଚିତ ନୁହେଁ । କାରଣ ଏହା ଦ୍ୱାରା ଆପଣଙ୍କ ଶରୀର ଉପରେ କୁପ୍ରଭାବ ପଡ଼େ । ଯେବେ ମଧ୍ୟ ଆପଣ ଖାଦ୍ୟ ଖାଉଛନ୍ତି, ଏହି ଖାଦ୍ୟରେ ଥିବା ପୋଷକ ତତ୍ୱ ଆମ ଶରୀର ଅବିଶୋଷିତ କରିବା ପାଇଁ କିଛି ସମୟ ଲାଗିଥାଏ । କିନ୍ତୁ ଆମେ ଖାଇବାର ସଂଗେ ସଂଗେ ଚା’ ପିଇଲେ, ଆମ ଶରୀର ଖାଦ୍ୟର ପୋଷକ ତତ୍ୱ ଅବିଶୋଷିତ କରିପାରେ ନାହିଁ । ଯାହାଫଳରେ ଆମ ଶରୀରକୁ ସମ୍ପୂର୍ଣ୍ଣ ପୋଷଣ ମିଳିପାରେ ନାହିଁ । ଏମିତିରେ ଆପଣଙ୍କୁ ମଧୁମେହ ଭଳି ରୋଗ ହେବାର ସମ୍ଭାବନା ହୋଇଥାଏ ।

ଅନେକଥର ଲୋକମାନେ କଡା ଚା’ ପିଇବାକୁ ପସନ୍ଦ କରନ୍ତି । କଡା ଚା’ ପିଇବାକୁ ହେଲେ ଚା’କୁ ବେଶି ସିଝେଇବାକୁ ପଡ଼ିଥାଏ । କିନ୍ତୁ ସେମାନେ ଏହା ଜାଣିନଥାନ୍ତି ଯେ, ଚା’କୁ ବେଶି ସିଝେଇ ପିଇବା ଉଚିତ ନୁହେଁ । ଏହାଛଡା ଥରେ ଚା’ ଗରମ ହେଲା ପରେ ଏହାକୁ ବାରମ୍ବାର ସିଝାନ୍ତୁ ନାହିଁ । ଏହା କରିବା ଦ୍ୱାରା ଆପଣଙ୍କୁ ଏସିଡିଟି ଭଳି ସମସ୍ୟା ହୋଇପାରେ ।

ଅନେକ ଥର ଏମିତି ମଧ୍ୟ ହୁଏ ଯେ, ଲୋକମାନେ ଚା’ରେ ଗୋଲମରିଚ, ସୁଣ୍ଠି, ତୁଳସୀ ଅଳେଇଚ, ଲବଙ୍ଗ, ପିପ୍ପଳ, ଜାଇଫଳ ଆଦି ମସଲା ଦେଇ ଚା’ ତିଆରି କରନ୍ତି । ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇ ପାରେ । କାରଣ ଚା’ରେ ଥିବା କୈଫିନ ଏହି ମସଲାର ଔଷଧୀୟ ଗୁଣକୁ ନଷ୍ଟ କରଦିଏ ଏବଂ ଏହାର କୁପରିଣାମ ଆମ ଶରୀର ଉପରେ ପଡ଼େ ।