ଭୁଲରେ ମଧ୍ୟ କଦାପି ଏହି ୬ଟି ଜିନିଷର ଦାନ କରନ୍ତୁ ନାହିଁ ।

Spread the love

ଶାସ୍ତ୍ର ଅନୁସାରେ ଏହି ଜିନିଷ ଗୁଡିକର ଦାନ ବର୍ଜନୀୟ ଅଟେ ।

ନିଜ ଭାଗ୍ୟ ଅନୁସାରେ କିଛି ବି ଜିନିଷ ଦାନ କରିବା ପୁଣ୍ୟ ଅଟେ । ଶାସ୍ତ୍ର ଅନୁସାରେ ବସ୍ତୁ ଗୁଡିକର ଦାନ କରିବା ଦ୍ୱାରା ମନୁଷ୍ୟକୁ ପ୍ରତିଟି ସମସ୍ୟାରୁ ମୁକ୍ତି ମିଳିଥାଏ ଏବଂ ଜୀବନରୁ ପ୍ରତିଟି କଷ୍ଟ ଦୂର ହୋଇଥାଏ । କିନ୍ତୁ ଶାସ୍ତ୍ରୀରେ ଏହିଭଳି କିଛି ଜିନିଷର ଦାନ ବର୍ଜନ କରାଯାଇଛି । ସେହିପରି କିଛି ଜିନିଷକୁ କଦାପି ଦାନ କରିବା ଉଚିତ୍ ନୁହେଁ । ଏହି ଜିନିଷ ଗୁଡିକର ଦାନ କରିବା ଫଳରେ ଜୀବନରେ ଦୁଃଖକଷ୍ଟ ଲାଗି ରହିଥାଏ ଏବଂ ମନୁଷ୍ୟର ଖରାପ ସମୟ ଆରମ୍ଭ ହୋଇ ଯାଇଥାଏ । ଏହି କାରଣ ସକାଶେ ଆପଣ ଭୁଲରେ ମଧ୍ୟ ଏହି ଜିନିଷ ଗୁଡିକର ଦାନ କରନ୍ତୁ ନାହିଁ ।

ଶାସ୍ତ୍ରରେ ଏହି ଜିନିଷ ଗୁଡିକର ଦାନ କରିବା ଅଶୁଭ ବୋଲି କୁହାଯାଇଛି :

ଝାଡୁ ଦାନ :

ଝାଡୁ ମହଲକ୍ଷ୍ମୀଙ୍କ ସହ ଜଡିତ ଅଟେ ଏବଂ ଝାଡୁ ଦାନ ବର୍ଜନୀୟ ଅଟେ । ମାନ୍ୟତା ରହିଛି; ଯଦି କୌଣସି ବ୍ୟକ୍ତି ଝାଡୁ ଦାନ କରିଥାଏ, ତେବେ ସେହି ବ୍ୟକ୍ତିକୁ ଧନ ହାନିର ଶିକାର ହେବାକୁ ପଡିଥାଏ । ଏହି କାରଣରୁ କଦାପି କୌଣସି ବ୍ୟକ୍ତିଙ୍କୁ ଝାଡୁ ଦାନ କରନ୍ତୁ ନାହିଁ ।

ପିନ୍ଧିଥିବା ପୋଷାକ :

ହିନ୍ଦୁ ଧର୍ମ ଅନୁସାରେ ପୋଷାକ ଦାନ କରିବା ପୁଣ୍ୟ ହୋଇଥାଏ କିନ୍ତୁ କଦାପି ଆପଣ ଆପଣଙ୍କ ପୁରୁଣା ବସ୍ତ୍ର ଦାନ କୌଣସି ପଣ୍ଡିତଙ୍କ କରନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ପଣ୍ଡିତଙ୍କ ସର୍ବଦା ନୂତନ ପୋଷାକ ଦାନ କରିବା ଉଚିତ୍ । ଯଦି ଆପଣ ପଣ୍ଡିତଙ୍କୁ ପୁରୁଣା ପୋଷାକ ଦାନ କରନ୍ତି; ତେବେ ଆପଣଙ୍କୁ ପାପ ଲାଗିଥାଏ । ଏହି କାରଣରୁ କଦାପି ବ୍ୟବହୃତ ପୋଷାକ ଦାନ କରନ୍ତୁ ନାହିଁ ।

ବାସନ କୁସନର ଦାନ :

ନିଜ ଘରର ବାସନ-କୁସନ କଦାପି ଦାନ କରନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ବାସନ କୁସନର ଦାନ କରିବା ଦ୍ଵାରା ମଣିଷର ଜୀବନରେ ଅନ୍ନର ଅଭାବ ଦେଖାଯାଏ ଏବଂ ଏହା ସହ ଜୀବନରେ ସର୍ବଦା ଦୁଃଖ ଲାଗି ରହିଥାଏ ।

ଅଇଁଠା କିମ୍ବା ବାସୀ ଖାଦ୍ୟ :

ଖାଦ୍ୟର ଦାନ ସବୁଠୁ ଭଲ ଓ ପୂଣ୍ୟ ଦାନ ହୋଇଥାଏ । ମାନ୍ୟତା ରହିଛି; ଭୋଜନ କିମ୍ବା ଖାଦ୍ୟଶସ୍ୟର ଦାନ କରିବା ଦ୍ୱାରା ଭାଗ୍ୟ ପରିବର୍ତ୍ତନ ହୋଇଥାଏ ଏବଂ ମାତାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । କିନ୍ତୁ ଭୁଲରେ ମଧ୍ୟ ଆପଣ କାହାରିକୁ ଅଇଁଠା କିମ୍ବା ବାସୀଖାଦ୍ୟ ଦାନ କରନ୍ତୁ ନାହିଁ । ଅଇଁଠା ଖାଦ୍ୟ ବ୍ୟତୀତ ଅଇଁଠା କିମ୍ବା ଦୂଷିତ ପାଣିର ଦାନ କରନ୍ତୁ ନାହିଁ ।

ବ୍ୟବହୃତ ତୈଳର ଦାନ କରନ୍ତୁ ନାହିଁ :

ତେଲ ଦାନ କରିବା ଦ୍ୱାରା ଗ୍ରହ ଶାନ୍ତି ହୋଇଥାଏ । ଏହି କାରଣରୁ କୁହାଯାଇଛି; ଯେତେବେଳେ ଆପଣଙ୍କ ଉପରେ ଗ୍ରହର ଖରାପ ପ୍ରଭାବ ପଡିଥାଏ, ତେବେ ଆପଣ ସୋରିଷ ତେଲର ଦାନ କରିନ୍ତୁ । କିନ୍ତୁ ସର୍ବଦା ଧ୍ୟାନ ରଖନ୍ତୁ, ବ୍ୟବହୃତ ହୋଇଥିବା ତେଲର ଦାନ କଦାପି କରନ୍ତୁ ନାହିଁ । ଏହା ପଛରେ ମାନ୍ୟତା ରହିଛି, ଶନିଙ୍କ ପ୍ରକୋପ କମିବା ପ୍ରତିବଦଳରେ ଶନିଙ୍କ ପ୍ରକୋପ ବଢି ଯାଇଥାଏ ଏବଂ ଜୀବନରେ ଅନେକ ସମସ୍ୟା ବୃଦ୍ଧି ପାଇଥାଏ ।

ଧାରୁଆ ଅସ୍ତ୍ରର ଦାନ ବର୍ଜନୀୟ :

ଧାରୁଆ ଅସ୍ତ୍ରର ଦାନ ବର୍ଜନୀୟ ଅଟେ । ମାନ୍ୟତା ରହିଛି; ଧାରୁଆ ଅସ୍ତ୍ରର ଦାନ କରିବା ଦ୍ୱାରା ଘରେ ଅଶାନ୍ତି ବଢି ଯାଇଥାଏ ଏବଂ ଘରର ବାତାବରଣ ଖରାପ ହୋଇଥାଏ । ଏହି କାରଣରୁ କଦାପି ଧାରୁଆ ଅସ୍ତ୍ରର ଦାନ କରନ୍ତୁ ନାହିଁ ।