ପରିଶ୍ରା କରିବା ସମୟରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ଭୁଲଗୁଡିକ । ନଚେତ ଏହାର କୂପରିମାଣ ଭୋଗିବା ପାଇଁ ପଡିପାରେ ।

Spread the love

ବ୍ୟକ୍ତି ଯେତେବେଳେ ପରିସ୍ରା କରିଥାଏ, ଏହି ସମୟରେ ଅନେକ ବ୍ୟକ୍ତି ଏହିଭଳି କିଛି ଭୁଲ୍ କରି ଦିଅନ୍ତି ଏବଂ ସେହି ବ୍ୟକ୍ତିମାନେ ଜାଣି ନ ଥାନ୍ତି, ଭୁଲରେ ଏହି ଭୁଲ୍ ଗୁଡିକ କରିଦେଇଥାନ୍ତି, ଯାହାର ବ୍ୟକ୍ତିର ଶରୀରରେ କୁପ୍ରଭାବ ପକାଇଥାଏ । ଯଦି ପରିଶ୍ରା କରିବା ସମୟରେ ଛୋଟ ଛୋଟ ଭୁଲ କରାଯାଇ ଥାଏ; ତେବେ ଏହାର କୁପ୍ରଭାବ ଆମ୍ଭମାନଙ୍କ ଶରୀରରେ ପଡିଥାଏ । ଯଦି ସକାଳୁ ଉଠିବା ପରେ ପରିଶ୍ରା ଏବଂ ନିତ୍ୟକର୍ମ କରିଦିଆଯାଏ, ଏହା ଶରୀର ପାଇଁ ହିତକାରକ ଅଟେ । ବିଜ୍ଞାନ ମଧ୍ୟ ପୃଷ୍ଟି କରିଛି, ପରିଶ୍ରା କରିବା ସମୟରେ କରୁଥିବା ଛୋଟ ଭୁଲ ଗୁଡିକ ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ । ଏହି ସବୁକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କ ପାଇଁ ପରିସ୍ରା ସମୟରେ କରୁଥିବା ଭୁଲ ଗୁଡିକ ବିଷୟରେ ଜଣାଇବୁ ।

ଆସନ୍ତୁ ଜାଣିବେ ପରିଶ୍ରା ସମୟରେ କରୁଥିବା ଛୋଟ ଛୋଟ ଭୁଲ ଗୁଡିକ ବିଷୟରେ :

ଖରାପ ଟୟଲେଟର ବ୍ୟବହାର :

ଭୁଲରେ ମଧ୍ୟ ଆପଣ ପରିଶ୍ରା, ଖରାପ ସ୍ଥାନର କରନ୍ତୁ ନାହିଁ । ଖାସ କରି ଏହି ବିଷୟର ଧ୍ୟାନ ମହିଳାମାନେ ରଖିବା ଉଚିତ୍ । ଯଦି କୌଣସି କାରଣରୁ ଆପଣ ସାର୍ବଜନୀନ ଟୟଲେଟର ବ୍ୟବହାର କରନ୍ତି; ତେବେ ଆପଣଙ୍କୁ ବିଶେଷ ଧ୍ୟାନ ରଖିବା ଉଚିତ୍ । ପରିଶ୍ରା କରିବା ପୂର୍ବରୁ ଏବଂ କରିବା ପରେ ଠିକ ରୂପେ ପାଣି ପକାନ୍ତୁ । ଯଦି ଆପଣ ଅପରିଷ୍କାର ସ୍ଥାନରେ ପରିସ୍ରା କରନ୍ତି; ତେବେ ଆପଣଙ୍କୁ ପରିସ୍ରା ସଂକ୍ରମଣ ହୋଇପାରେ ଏବଂ ଏହା ଭବିଷ୍ୟତରେ ଅନେକ ସମସ୍ୟା ଉତ୍ପନ୍ନ କରିଥାଏ ।

ପରିସ୍ରା ଆସିଲେ ରୋକନ୍ତୁ ନାହିଁ :

ପ୍ରାୟତଃ ଲୋକଙ୍କ ଅଭ୍ୟାସ ରହିଛି, ପରିଶ୍ରା ଆସିଲେ ସେମାନେ ବହୁ ସମୟ ପର୍ଯ୍ୟନ୍ତ ରୋକି ଦେଇଥାନ୍ତି । ଯେତେବେଳେ ସେମାନେ ଅନିୟନ୍ତ୍ରିତ ହୋଇପଡନ୍ତି; ସେହି ସମୟରେ ହିଁ ସେମାନେ ପରିସ୍ରା କରିଥାନ୍ତି । କିନ୍ତୁ ସେମାନଙ୍କର ଏହି ଛୋଟ ଛୋଟ ଭୁଲ୍ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ତେଣୁ କଦାପି ବହୁ ସମୟ ପର୍ଯ୍ୟନ୍ତ ପରିସ୍ରାକୁ ରୋକିବା ଉଚିତ୍ ନୁହେଁ । ଏହା ଦ୍ୱାରା ଏହାର କୁପ୍ରଭାବ ଆପଣଙ୍କ କିଡ୍ନୀ ବା ବୃକକ ଉପରେ ପଡିଥାଏ । ବାରମ୍ବାର ଏହି ଭୁଲ୍ କରିବା ଦ୍ୱାରା ଏହାର କୁପ୍ରଭାବ ବୃକକ ଉପରେ ପଡ଼ିଥାଏ ।

ପରିସ୍ରାରେ ଅଧିକ ଫେଣ ଦେଖାଦେଲେ :

ଯେତେବେଳେ ପରିସ୍ରା କରନ୍ତି ଏବଂ ଆପଣଙ୍କୁ ଜଣା ପଡିଥାଏ, ସାମାନ୍ୟରୁ ଅଧିକ ଫେଣ ସୃଷ୍ଟି ହୋଇଥାଏ ଏବଂ ଏହା ଆପଣଙ୍କ ସହ ବାରମ୍ବାର ହେଲେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କାରଣ ପରିସ୍ରାରେ ଅଧିକ ଫେଣ ଆସିବା ଅର୍ଥ ହେଉଛି ଆପଣଙ୍କୁ କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଇ ପାରେ । କିଡ୍ନୀ ଖରାପ ହେବା କିମ୍ବା ପରିସ୍ରା ସଂକ୍ରମଣର ସମ୍ଭାବନା ହୋଇପାରେ ।

ପରିଶ୍ରା ଦୂର୍ଗନ୍ଧ ହେବା :

ଯଦି ଆପଣଙ୍କ ପରିସ୍ରା ଅତ୍ୟଧିକ ଗନ୍ଧଯୁକ୍ତ ହେଲେ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ସମୟ ପୂର୍ବରୁ ଏହାର ଚିକିତ୍ସା କରାଇ ନିଅନ୍ତୁ ।

ପାଣି କମ ପିଇବା :

ଜଣେ ସାମାନ୍ୟ ବ୍ୟକ୍ତି ପ୍ରତିଦିନ ୪ ଲିଟର ପାଣି ପିଇବା ଉଚିତ୍ । ଯାହାଫଳରେ ଶରୀର ଠିକ୍ ରୂପେ ପରିଷ୍କାର ହୋଇଥାଏ ଏବଂ ଆପଣ ଅନେକ ଗୁଡିଏ ଗମ୍ଭୀର ରୋଗରୁ ମୁକ୍ତି ମଧ୍ୟ ପାଇ ପାରନ୍ତି ।