ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ : ଏହି ପାଞ୍ଚ ଜଣଙ୍କୁ କଦାପି ସାହାଯ୍ୟ କରନ୍ତୁ ନାହିଁ, ନଚେତ ଆପଣ ହିଁ ଅସୁବିଧାରେ ପଡିଯିବେ ।

Spread the love

ଆଚାର୍ଯ୍ୟ ଚାଣକ୍ୟ ଏକ ବହୁତ ଭଲ ନୀତିକାର ଥିଲେ । ସେ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ବହୁତଗୁଡିଏ ବିଷୟ ଉଲ୍ଲେଖ କରିଛନ୍ତି ନିଜ ନୀତିଶାସ୍ତ୍ରରେ । ଯଦି କୌଣସି ବ୍ୟକ୍ତି ଏହି ଉଲ୍ଲେଖନୀୟ ବିଷୟଗୁଡିକୁ ପାଳନ କରେ; ତେବେ ସେ ନିଜ ଜୀବନକୁ ସୁଖମୟ କରିବା ସହ ନିଜ ଜୀବନରେ ସଫଳତା ପ୍ରାପ୍ତ କରିଥାଏ । ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜାତି ସହ ସମ୍ପୃକ୍ତ କିଛି କଥା ନିଜ ନୀତିଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି, ଯାହା ଦ୍ଵାରା ଆମେ ନିଜର ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ପାରିବା । ଆଚାର୍ଯ୍ୟଙ୍କ ଏହି ନୀତି ଗୁଡିକରେ ସଫଳତାର ରହସ୍ୟ ଲୁଚି ରହିଛି । ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଗୁଡିକରେ ଏପରି ପାଞ୍ଚ ଜଣଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି, ଯାହାଙ୍କୁ କଦାପି ସାହାଯ୍ୟ କରିବେ ନାହିଁ । ଏହି ବ୍ୟକ୍ତିମାନଙ୍କ ସାହାଯ୍ୟ କରିଲେ ଆପଣ ଅସୁବିଧାରେ ପଡି ପାରନ୍ତି । ଆଜି ଆମେ ଏହି ଲେଖା ମାଧ୍ୟମରେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ଦର୍ଶାଯାଇଥିବା ପାଞ୍ଚ ଜଣ ବ୍ୟକ୍ତିମାନଙ୍କ ବିଷୟରେ ଜଣାଇବୁ ।

କେଉଁ ପଞ୍ଚଜଣ ବ୍ୟକ୍ତିଙ୍କର ସାହାଯ୍ୟ କରିବା ନାହିଁ ଆସନ୍ତୁ ଜାଣିବା :

ମୂର୍ଖ ବ୍ୟକ୍ତି :

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଯଦି ଆପଣ ମୂର୍ଖ ବ୍ୟକ୍ତିଙ୍କର ସାହାଯ୍ୟ କରୁଛନ୍ତି; ତେବେ ଆପଣ ଫସି ଯାଇପାରନ୍ତି । କାରଣ ମୂର୍ଖ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଦ୍ଵାରା ଯଦି କୌଣସି ଅସୁବିଧା ଆସେ, ତେବେ ଆପଣଙ୍କୁ ଏହାର ଉତ୍ତରଦାୟୀ କୁହାଯିବ । ସେଥିପାଇଁ ମୂର୍ଖ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ ନାହିଁ, ନଚେତ ସମସ୍ତ ଦୋଷ ଆପଣଙ୍କ ଉପରେ ଆସିଯିବ ।

ନିଶା କରୁଥିବା ବ୍ୟକ୍ତି :

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଯେଉଁ ବ୍ୟକ୍ତି ନିଶା କରୁଥିବ, ସେମାନଙ୍କୁ କଦାପି ସାହାଯ୍ୟ କରିବା ଉଚିତ ନୁହଁ । ଯଦି ଆପଣ ଏହିପରି ବ୍ୟକ୍ତିଙ୍କର ସାହାଯ୍ୟ କରିବେ; ତେବେ ଆପଣଙ୍କୁ ଏମାନଙ୍କ ସହ ରହିବାକୁ ପଡିବ ଏବଂ ଏହି ବ୍ୟକ୍ତି ଆପଣଙ୍କୁ ନିଜ ପରି ନିଶାସକ୍ତ କରି ଦେଇପାରନ୍ତି । ଯାହା ଦ୍ଵାରା ଆପଣ ମଧ୍ୟ ନିଶାର ଆସକ୍ତ ହୋଇଯିବେ । ତେଣୁ ଆପଣ ଭୁଲରେ ମଧ୍ୟ ନିଶା କରୁଥିବା ବ୍ୟକ୍ତିଙ୍କୁ କଦାପି ସାହାଯ୍ୟ କରିବେ ନାହିଁ ।

ଚୋରି କିମ୍ବା କୁକାର୍ଯ୍ୟ କରୁଥିବା ବ୍ୟକ୍ତି :

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଯଦି ଆପଣ ଚୋରି କିମ୍ବା କୁକାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ; ତେବେ ଆପଣ ନିଜେ ଅସୁବିଧାରେ ପଡିଯିବେ । କାରଣ ଏହି ବ୍ୟକ୍ତି ସବୁବେଳେ କୁକାର୍ଯ୍ୟ କରିବାରେ ଲିପ୍ତ ଥାଆନ୍ତି । ଯାହା ଫଳରେ ଯଦି ଏମାନଙ୍କ ଉପରେ କୌଣସି ଅସୁବିଧା ଆସିଯାଏ; ତେବେ ଆପଣଙ୍କ ନାମ ମଧ୍ୟ ଆସିପାରେ । ଏହିପରି ବ୍ୟକ୍ତିଙ୍କୁ ସାହାଯ୍ୟ କରିଲେ, ଆପଣ ମଧ୍ୟ ଏମାଙ୍କର ସହିତ ଅଛନ୍ତି ବୋଲି କୁହାଯିବ । ସେଥିପାଇଁ ଆପଣ ଏହି ବ୍ୟକ୍ତିଙ୍କୁ ସାହାଯ୍ୟ କଦାପି କରନ୍ତୁ ନାହିଁ ।

ଦୁଃଖରେ ରହୁଥିବା ବ୍ୟକ୍ତି :

ଯେଉଁ ବ୍ୟକ୍ତି ସର୍ବଦା ଦୁଃଖରେ ଥାଏ ଏବଂ ନିଜର ଅସୁବିଧା ସମସ୍ତଙ୍କୁ ଶୁଣାଉ ଥାଏ; ସେହିପରି ବ୍ୟକ୍ତିଙ୍କର ସାହାଯ୍ୟ କରିଲେ ସେମାନେ ସମସ୍ତ ଦୋଷ ଆପଣଙ୍କ ଉପରେ ପକାଇ ପାରନ୍ତି । ମନେକର ଆପଣ କୌଣସି ଦୁଃଖି ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତି ଏବଂ ତାହା ଉପରେ କୌଣସି ଅସୁବିଧା ଆସେ, ତେବେ ସେ ସମସ୍ତ ଦୋଷ ଆପଣଙ୍କ ଉପରେ ପକାଇ ପାରେ ଏବଂ ସେ କହିପାରେ ତୁମେ ସାହାଯ୍ୟ କରିବା ଦ୍ଵାରା ଏପରି ସବୁ ହେଲା । ଏହି ସବୁ କାରଣ ପାଇଁ ଆପଣ ଏହି ବ୍ୟକ୍ତିମାନଙ୍କୁ କଦାପି ସାହାଯ୍ୟ କଦାପି କରନ୍ତୁ ନାହିଁ ।

ଦୁଷ୍ଟ ମହିଳା :

ଯେଉଁ ମହିଳାଙ୍କ ନାମ ସମାଜରେ ଖରାପ ହୋଇଥିବ କିମ୍ବା ସମାଜ ଦୃଷ୍ଟିରେ ନିର୍ଲଜ ହୋଇଥିବେ; ସେମାନଙ୍କର ସାହାଯ୍ୟ କରନ୍ତୁ ନାହିଁ । ଯଦି ଆପଣ ସାହାଯ୍ୟ କରନ୍ତୁ; ତେବେ ସମାଜ ଆପଣଙ୍କୁ ହିଁ ଖରାପ କହିବ । ଯଦ୍ୟପି ଆପଣ କେବଳ ତାକୁ ସାହାଯ୍ୟ ମଧ୍ୟ କରୁଥିଲେ କିନ୍ତୁ ସମାଜ ଏହିସବୁ ଦେଖେ ନାହିଁ ଏବଂ ଆପଣଙ୍କୁ ଖରାପ ଭାବିବାକୁ ଲାଗିବେ ।

ଅନୁଛେଦଟି ଭଲ ଲାଗିଲେ Comment କରନ୍ତୁ । ଧନ୍ୟବାଦ !