ଗରୁଡ଼ ପୁରାଣ ଅନୁସାରେ ଏହି ୪ଟି ଲୋକଙ୍କ ଘରେ ଭୋଜନ କରନ୍ତୁ ନାହିଁ, ନଚେତ ଜୀବନରେ ଆସିପାରେ ଦୁଃଖ ଓ ସଙ୍କଟ !!

Spread the love

ହିନ୍ଦୁ ଧର୍ମରେ ଗରୁଡ଼ ପୁରାଣର ବହୁତ ମହତ୍ତ୍ୱ ରହିଛି । ଏହି ମହାନ ଗ୍ରନ୍ଥର ରଚନା ବେଦବ୍ୟାସ କରିଥିଲେ । ସମ୍ପୂର୍ଣ ଗ୍ରନ୍ଥରେ ୨୭୯ ଅଧ୍ୟାୟ ଅଛି । ଯେତେବେଳେ କି ଏହି ଅଧ୍ୟାୟରେ ୧୮ ହଜାର ଶ୍ଳୋକ ବର୍ଣ୍ଣନା କରାଯାଇଛି । ଏହି ସବୁ ଶ୍ଳୋକ ଲୋକଙ୍କ ମାର୍ଗଦର୍ଶନ କରିଥାଏ । ଏଥିରେ ଏଭଳି କିଛି ଲେଖା ହୋଇଛି; ଯାହାକୁ ଆମେ ଧ୍ୟାନ ଦେଲେ, ଆମେ ଜୀବନକୁ ଶରସ ସୁନ୍ଦର କରି ଗଢି ପାରିବ ଏବଂ ଖୁସିରେ କଳାତିପାତ କରିପାରିବ । ଏହି ପୁରାଣରେ ଏହା ମଧ୍ୟ କୁହାଯାଇଛି କି ଏହି ୪ଟି ଲୋକଙ୍କ ଘରେ ଭୋଜନ ଗ୍ରହଣ କରିଲେ ଆମ ଜୀବନରେ ଅନେକ ପ୍ରକାରର ଖରାପ ପ୍ରଭାବ ପଡ଼ିଥାଏ । ଆଜି ଆମେ ସେହି ୪ଟି ଲୋକଙ୍କ ବିଷୟରେ କହିବାକୁ ଯାଉଛୁ, ଯାହା ଘରେ କି କେବେ ମଧ୍ୟ ଭୋଜନ ଗ୍ରହଣ କରିବା ଉଚିତ ନୁହେଁ । ନଚେତ୍ ଆପଣଙ୍କ ଉପରେ ବହୁତ ଖରାପ ପ୍ରଭାବ ପଡିପାରେ ।

୧) ଅପରାଧୀ ବା ଚୋରଙ୍କ ଘରେ ଭୋଜନ କରନ୍ତୁନାହିଁ –

ଗରୁଡ଼ ପୁରାଣରେ ବର୍ଣ୍ଣିତ ଅନୁସାରେ ବ୍ୟକ୍ତି କୌଣସି ଅପରାଧୀ ଘରେ ଭୋଜନ କରିବା ଉଚିତ ନୁହେଁ । କାରଣ କୌଣସି ଚୋର ବା ଅପରାଧିର ଘରେ ଭୋଜନ କରିଲେ ତାର ପାପ ଅର୍ଜିତ ଧାନର ଭାଗିଦାର ହୋଇଯାଇଥାଉ । ଗରୁଡ଼ ପୁରାଣ ଅନୁସାରେ ଏଭଳି ଲୋକମାନେ କେବେ ମଧ୍ୟ ପରିଶ୍ରମ କରନ୍ତି ନାହିଁ । ଏମାନେ ସବୁବେଳେ ଭୁଲ୍ କାମ କରି ନିଜ ପରିବାରର ଲାଳନ ପାଳନ କରିଥାନ୍ତି । ଯଦି ଆପଣ ସେଭଳି ଲୋକଙ୍କ ଘରେ ଭୋଜନ କରିବେ; ତେବେ ସେ କରିଥିବା ପାପର ଭାଗିଦାର ଆପଣ ମଧ୍ୟ ହୋଇଥାନ୍ତି ।

୨) ଚରିତ୍ରହିନ ସ୍ତ୍ରୀ ଘରେ ଭୋଜନ କରିବା ଉଚିତ ନୁହେଁ –

ଗରୁଡ଼ ପୁରାଣରେ ଲେଖା ହୋଇଥିବା ଅନୁସାରେ ଯେଉଁ ମହିଳା ସାଧାସିଧା ଲୋକମାନଙ୍କୁ ଧୋକା ଦେଇ ନିଜ ଆଚରଣକୁ ମଇଳା କରନ୍ତି, ଏଭଳି ମହିଳା ଘରେ ଭୋଜନ କରିଲେ ପାପ କରିବା ସହ ସମାନ ଅଟେ । ଆପଣ ଯଦି ଭୁଲରେ ସେହି ମହିଳା ସହିତ ବସି ଭୋଜନ କରିବେ; ତେବେ ସେହି ମହିଳା କରିଥିବା ସବୁ ପାପର ଭାଗିଦାର ଆପଣ ହୋଇପାରନ୍ତି । ଯେଉଁ କାରଣରୁ ଆପଣଙ୍କୁ ବହୁତ କଷ୍ଟ ଭୋଗିବାକୁ ପଡିପାରେ ।

୩) ଋଣ ଦେଉଥିବା ଲୋକଙ୍କ ଘରେ ଭୋଜନ କରିବା ପାପ ଅଟେ –

ଏମାନେ ଟଙ୍କାର ଆବଶ୍ୟକତା ଥିବାବେଳେ ଅନ୍ୟକୁ ସାହାଯ୍ୟ କରିଥାନ୍ତି କିନ୍ତୁ ସୁଧ ସହ ନେଇଥାନ୍ତି ଓ ସେମାନଙ୍କୁ ଅଧିକ ଚାପ ପକାଇଥାନ୍ତି । ତେଣୁ ଏଭଳି ଲୋକଙ୍କ ଘରେ ଭୋଜନ କରିବା ଉଚିତ ନୁହେଁ । ଏହି ଲୋକ ଆପଣଙ୍କୁ ମଧ୍ୟ ମିଠା କଥା କହି ଆପଣଙ୍କ ଜୀବନକୁ ବର୍ବାଦ କରିପାରେ ।

୪) କ୍ରୋଧିତ ହେଉଥିବା ଲୋକଙ୍କ ଘରେ ଭୋଜନ କରନ୍ତୁ ନାହିଁ –

କ୍ରୋଧିତ ଲୋକ ନିଜକୁ ନିୟନ୍ତ୍ରଣରେ ରଖିପାରି ନ ଥାଏ । ଏଭଳି ଲୋକ ଯେକୌଣସି ମୁହୂର୍ତ୍ତରେ ମଧ୍ୟ ଆପଣଙ୍କ ଉପରେ ମଧ୍ୟ କ୍ରୋଧିତ ହୋଇପାରନ୍ତି । ଆପଣଙ୍କୁ କ୍ଷତି ମଧ୍ୟ ପହଞ୍ଚାଇ ପାରନ୍ତି । ତେଣୁ ଏଭଳି ଲୋକଙ୍କ ଘରେ କେବେ ଭୋଜନ କରନ୍ତୁ ନାହିଁ ।