ପିରିୟଡ ସମୟରେ ପେଟରେ ଯନ୍ତ୍ରଣା ହେଲେ ପୈନ୍ କ୍ଲିଅର୍ ବ୍ୟବହାର କରନ୍ତୁ ନାହିଁ ! ତୁରନ୍ତ ଆପଣନ୍ତୁ ଏହି ୬ଟି ଘରୋଇ ଉପଚାର ଯନ୍ତ୍ରଣରୁ ମିଳିବ ମୁକ୍ତି ।

Spread the love

ପିରିୟଡ (ମାସିକ ଋତୁସ୍ରବା) ଦିନ ମାନଙ୍କରେ ମହିଳାମାନଙ୍କୁ ପେଟ ଓ ଅଣ୍ଟାରେ ବ୍ୟଥା ହେବା ସାଧାରଣ କଥା ଅଟେ । କିନ୍ତୁ ବେଳେବେଳେ ଏହି ବ୍ୟଥା ଏତେ ଅସହନୀୟ ହୋଇଯାଇ ଥାଏ କି ସେହି ବ୍ୟଥା ସମ୍ଭାଳି ନ ପାରି ପୈନ୍ କ୍ଲିଅର୍ ବ୍ୟବହାର କରିବାକୁ ବାଧ୍ୟ ହୋଇଥାନ୍ତି । ପୈନ୍ କ୍ଲିଅର୍ ବ୍ୟବହାର କରିବାର କିଛି ସମୟ ମଧ୍ୟରେ ଯନ୍ତ୍ରଣରୁ ମୁକ୍ତି ମିଳିଥାଏ ସତ କିନ୍ତୁ ପୈନ୍ କ୍ଲିଅର୍ ରେ ଅନେକ ପ୍ରକାରର ସାଇଡ୍ ଏଫେକ୍ଟ ଥାଏ ଯାହାକି ଭବିଷ୍ୟତରେ ଅନେକ ପ୍ରକାରର ସମସ୍ୟାକୁ ସୃଷ୍ଟି କରିପାରେ । ପିରିୟଡର ବ୍ୟଥାକୁ କମେଇବା ପାଇଁ ଏହି ଘରଇ ଉପାୟ ଗୁଡ଼ିକୁ ପ୍ରୟୋଗ କରନ୍ତୁ । ଆସନ୍ତୁ ଆଜି ଆମେ ସେ ବିଷୟରେ ସମ୍ପୁର୍ଣ ରୂପେ ଜାଣିବା ।

୧) ଗରମ ପାଣିରେ ସେକ କରନ୍ତୁ –

ପିରିୟଡ ଦିନ ମାନଙ୍କରେ ଦିନକୁ ଦୁଇ ଥର ଗରମ ପାଣିରେ ପେଟ ଓ ଅଣ୍ଟା ଉପରେ ସେକ କରନ୍ତୁ । ପିରିୟଡର ବ୍ୟଥାରୁ ଆରାମ ପାଇବାକୁ ଏହା ଏକ ସହଜ ଓ ବହୁତ ଲାଭଦାୟକ ଉପାୟ ଅଟେ ।

୨) ଅଧିକ ଗରମ କରନ୍ତୁ –

ଏକ ଚାମଚ ମହୁ, ଏକ ଚାମଚ ଜିରା, ଅଳ୍ପ ହଳଦୀ ଓ ଜୁଆଣିକୁ ନେଇ ଗୋଟିଏ ଗ୍ଲାସ ପାଣିରେ ପକାଇ ସେତେବେଳେ ପର୍ଯ୍ୟନ୍ତ ଗରମ କରିବେ ଯେତେବେଳେ ତାହା ଅଧା ନ ହୋଇଛି । ଏହା ଅଳ୍ପ ଥଣ୍ଡା ହେବା ପରେ ଏହାକୁ ଔଷଧ ରୂପେ ପିଅନ୍ତୁ । ଏଭଳି କରିଲେ ଆପଣଙ୍କ ଶରୀରର ସୂକ୍ଷ୍ମ ଶିରାକୁ ଆରାମ ମିଳିଥାଏ ଓ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

୩) ହଳଦୀର ବ୍ୟବହାର କରନ୍ତୁ –

ହଳଦୀରେ ଏଣ୍ଟିବାୟଟିକ୍ ଗୁଣ ଥାଏ । ଆପଣ ଗୋଟିଏ ଗ୍ଲାସ କ୍ଷୀରରେ ଗୋଟିଏ ଛୋଟ ଚାମଚ ହଳଦୀ ମିଶାଇ ପିଅନ୍ତୁ । ଏହା ଦ୍ୱାରା “ଅଣ୍ଟା ଓ ପେଟ”ର ବ୍ୟଥାରେ ଆରାମ ମିଳିବା ତା ସଙ୍ଗେ ସଙ୍ଗେ ଯେଉଁ ମହିଳାକୁ ମାସିକ ଋତୁସ୍ରବା ଠିକ୍ ରୂପେ ହୋଇନଥାଏ, ତେବେ ସେମାନଙ୍କ ପାଇଁ ଏହି ଉପାୟ ବହୁତ ଲାଭଦାୟକ ହୋଇଥାଏ । ପାଣିରେ ହଳଦୀ ମିଶାଇ ଗରମ କରି ତାହା ଥଣ୍ଡା ହେବା ପରେ ସେଥିରେ ମହୁ ମିଶାଇ ପିଇଲେ ମଧ୍ୟ ବ୍ୟଥାରେ ଆରାମ ମିଳିଥାଏ ।

୪) ଅଦାର ସେବନ କରନ୍ତୁ –

ଏହି ୪, ୫ ଦିନରେ ବିଶେଷ କରି ସାଧା ଓ ସହଜରେ ହଜମ ହୋଇପାରିବ ଯେପରି, ସେହିପରି ଭୋଜନ ହିଁ କରନ୍ତୁ । ପ୍ରତ୍ୟେକ ଦିନ ଭୋଜନ କରିବା ପରେ ଅଦାର ରସ ସେବନ କରନ୍ତୁ । ଗୋଟିଏ ଗ୍ଲାସ ପାଣିରେ କିଛି ଖଣ୍ଡ ଅଦା ପକାନ୍ତୁ ଓ ସେହି ପାଣିକୁ ଗରମ କରନ୍ତୁ, ଯେତେବେଳେ ଏହା ଗରମ ହୋଇ ଅଧା ହୋଇଯାଏ, ସେତେବେଳେ ଏକ ଚାମଚ ମହୁ ମିଶାଇ ପିଅନ୍ତୁ । ଗ୍ରୀଷ୍ମଋତୁରେ ଅଦାର ବ୍ୟବହାର ଭାବିଚିନ୍ତି କରିବେ ।

୫) ଡାଲଚିନି ବ୍ୟବହାର କରନ୍ତୁ –

ଗୋଟିଏ ଗ୍ଲାସ ପାଣିରେ ଗୋଟିଏ ଚାମଚ ଡାଲଚିନି ମିଶାଇ ୫ ରୁ ୧୦ ମିନିଟ ପର୍ଯ୍ୟନ୍ତ ପାଣି ଗରମ କରନ୍ତୁ । ଏହା ଥଣ୍ଡା ହେଲାପରେ, ଏଥିରେ ଏକ ଚାମଚ ମହୁ ଓ ଅକ୍ପ ବୁନ୍ଦ ଲେମ୍ବୁ ମିଶାଇ ପିଇଲେ ବ୍ୟଥାରେ ଆରାମ ମିଳିଥାଏ ।

★ ମନେ ରଖନ୍ତୁ ଏଥିରୁ କେବଳ ଗୋଟିଏ ଉପାୟ ହିଁ ପ୍ରୟୋଗ କରନ୍ତୁ ।