ଗ୍ରୀଷ୍ମଋତୁରେ କେତେକ ଅସୁବିଧାରୁ ବର୍ତ୍ତିବା ପାଇଁ ପିସ୍ତା ବାଦାମ ସେବନ କରନ୍ତୁ ନାହିଁ ।

Spread the love

ବାଦାମରେ ପୋଷକ ତତ୍ୱ ଭରପୁର ମାତ୍ରାରେ ଥାଏ । ଏହାକୁ ଶ୍ରେଷ୍ଟ ଖାଦ୍ୟ ମାନଙ୍କ ମଧ୍ୟରେ ରଖାଯାଇଛି । ଏଥିରେ ପ୍ରୋଟିନ, ଫାଇବେର, ଭିଟାମିନ-ଇ, ଅମେଗା-୩, ଅମେଗା ୬ ଫେଟି ଏସିଡ଼୍ସ, କ୍ୟାଲସିମ୍, ମ୍ୟାଗ୍ନେସିଅମ୍ ଓ ଜିଙ୍କ ଭରପୁର ମାତ୍ରାରେ ପାଇଥାଉ । ସୁସ୍ଥ ମସ୍ତିଷ୍କ ଓ ଶରୀର ପାଇଁ ଅଧିକାଂଶ ଏକ୍ସପର୍ଟ, ବାଦାମ ସେବନ କରିବା ପାଇଁ କହିଥାନ୍ତି । ଅଧିକାଂଶ ଲୋକମାନେ ଏହାର ଚୋପା ନ କାଢ଼ି, ସେହିଭଳି ସେବନ କରିବାକୁ ଅଧିକ ପସନ୍ଦ କରନ୍ତି ।

ବାଦାମ ଶରୀରର ତାପମାତ୍ରାକୁ ବଢ଼ାଇ ଥାଏ । ଏହା ଯୋଗୁଁ ପାଚନ ପ୍ରକ୍ରିୟା ସୁସ୍ଥ ହୋଇ ରହିଥାଏ । ଯେତେବେଳେ ବାହାରର ପାଗ ଆପଣଙ୍କୁ ଶରୀର ଭିତରେ ଥଣ୍ଡା ରଖିବାକୁ ଚେତାଇ ଥାଏ, ସେତେବେଳେ ଏଭଳି ଜିନିଷକୁ ସେବନ କରିବା ସ୍ୱାସ୍ଥ୍ୟପାଇଁ କଦାପି ଭଲ ନୁହଁ । କାରଣ ବାହାରର ପାଗ ଗରମ ଓ ଶରୀର ଭିତରେ ପୁଣି ଅଧିକ ଗରମ ନିର୍ମାଣ ହେଲେ ଶରୀରକୁ ବହୁତ କ୍ଷତି କରିଥାଏ । ତେଣୁ ଏଭଳି ଜିନିଷ ମାନଙ୍କଠାରୁ ଦୁରେଇରହିବା ନିହାତି ଆବଶ୍ୟକ । ବାଦାମ ଛଡ଼ା ଯେଉଁ ଜିନିଷ ଶରୀରର ତାପମାତ୍ରାକୁ ବଢ଼ାଇ ଥାଏ, ସେ ଜିନିଷ ଗୁଡ଼ିକୁ ମଧ୍ୟ ଅଧିକ ମାତ୍ରାରେ ସେବନ କରନ୍ତୁ ନାହିଁ ।

ଏଭଳି ସେବନ କରନ୍ତୁ –

ବାଦାମ କୁ ରାତିରେ ପାଣିରେ ବତୁରାଇ ତାହାକୁ ସକାଳେ ସେବନ କରିବା ଉଚିତ । ଏହାଦ୍ୱାରା ସେଥିରେ ଥିବା ପୋଷକ ତତ୍ୱକୁ ସୁରକ୍ଷାରେ ରଖିପାରିବା । ଦୁଇ କପ ପାଣିରେ ଗୋଟିଏ କପ ବାଦାମ ପକେଇ ବତୁରାଅ । ଗୋଟିଏ କଥା ମନେ ରଖିବେ ପାଣି ଫିଲ୍ଟେର ହୋଇଥିବା ଆବଶ୍ୟକ ଓ ବାଦାମ ସମ୍ପୁର୍ଣରୂପେ ପାଣିରେ ବୁଡ଼ିବା ଆବଶ୍ୟକ । ବାଦାମ କୁ ଅତିକମରେ ରାତ୍ରରେ ୮ ରୁ ୧୨ ଘଣ୍ଟା ପାଣିରେ ବତୁରାଇ, ସେବନ କରିବା ଉଚିତ । ଏଭଳି ସେବନ କରିଲେ ଶରୀରରେ ଅଧିକ ତାପମାତ୍ରା ବଢ଼ି ନଥାଏ ଓ ଶରୀରକୁ ଅଧିକ ଶକ୍ତି ମଧ୍ୟ ମିଳିଥାଏ ।