ବିବାହର ଏକ ସପ୍ତାହ ପୂର୍ବରୁ ଏହି ସବୁ କାର୍ଯ୍ୟରୁ ଦୁରେଇ ରୁହନ୍ତୁ ନ ହେଲେ ବିବାହ ଦିନ କିଛି ଏହିପରି ହୋଇଯିବ..

Spread the love

ବିବାହର ଏକ ସପ୍ତାହ ପୂର୍ବରୁ ଏହି ସବୁ କାର୍ଯ୍ୟରୁ ଦୁରେଇ ରୁହନ୍ତୁ ।

ଆଜିକାଲି ଯେତେବେଳେ ଆପଣ facebook ଖୋଲିବେ ଆପଣମାନେ ଦେଖି ପାରିବେ, କେହି କେହି ବିବାହ ବନ୍ଧନରେ ଯୋଡି ହେବା ପାଇଁ ଯାଉଛନ୍ତି ତ କେହି କେହି ବିବାହ କରି ସାରିଛନ୍ତି । ବିବାହ ଏପରି ଏକ ଜିନିଷ ଯାହାକୁ ନେଇ ଝିଅମାନେ ବହୁ ସପ୍ନ ଦେଖି ଥାଆନ୍ତି । ନିଜ ବିବାହ ଦିନ ଖୁବ୍ ସୁନ୍ଦର ଦେଖାଯିବା ପାଇଁ ଝିଅମାନେ ବହୁତ କିଛି କରିଥାନ୍ତି । ପୋଷାକ ଠାରୁ ଆରମ୍ଭ କରି ଗହଣା ପର୍ଯ୍ୟନ୍ତ ସବୁ ଠିକ୍ ରଖିବା ପାଇଁ ଚାହାନ୍ତି । ଆଜି ଆପଣଙ୍କୁ ଏପରି ଏକ ଲିଷ୍ଟ ବିଷୟରେ ଜଣାଇବୁ ଯାହା ଉପରେ ଝିଅମାନେ ବିଶେଷ ଗୁରୁତ୍ୱ ଦେବା ଜରୁରୀ ଅଟେ । ଝିଅଙ୍କ ପାଇଁ ଏପରି କିଛି ଜିନିଷ ଅଛି, ଯାହା ଝିଅମାନଙ୍କୁ ବିବାହର ଏକ ସପ୍ତାହ ପୂର୍ବରୁ ହିଁ ଏହି କାର୍ଯ୍ୟରୁ ଦୁରେଇ ରହିବ ନିହାତି ଜରୁରୀ ଅଟେ ।

କେଶ ରଙ୍ଗ କରିବା :

କହିବାକୁ ଚାହୁଁଚୁ, କେଶ ରଙ୍ଗ କରିବା ଟ୍ରେଣ୍ଡ ଆଜିକାଲି ବହୁ ଲୋକେ ପସନ୍ଦ କରୁଛନ୍ତି । ଯଦି ଆପଣ ବିବାହ କରିବାକୁ ଯାଉଛନ୍ତି; ତେବେ କେଶ ରଙ୍ଗ କରିବା କଥା ଭୁଲି ଯାଆନ୍ତୁ । କାରଣ ଆପଣଙ୍କ ନିଜସ୍ୱ ରଙ୍ଗକୁ ନେଇ ଆପଣ କେଶ ରଙ୍ଗ କରିବାକୁ ଚାହୁଁଥିଲେ ଏହା ଆପଣଙ୍କ ଲୁକ୍ (Look)କୁ ଖରାପ କରି ଦେଇଥାଏ ।

ମଦ :

କହିବାକୁ ଚାହୁଁଚି; ବିବାହର ଏକ ସପ୍ତାହ ପୂର୍ବରୁ ଆପଣଙ୍କୁ ମଦ ପିଇବା ଛାଡ଼ିଦେବା ଉଚିତ୍ । କାରଣ ମଦରେ ଖୁବ୍ ପରିମାଣରେ କ୍ୟାଲେରି ଥାଏ ଓ ସଲଫର୍ ମଧ୍ୟ ବହୁ ପରିମାଣ ଥାଏ । ଏହା ଆପଣଙ୍କ ପାଚନ ପ୍ରାକ୍ରିୟାକୁ ଦୁର୍ବଳ କରି ଦେଇଥାଏ । ମଦ ପିଇବା ଫଳରେ ଆପଣଙ୍କ ଚେହେରା ଲାଲ ପଡି ଯାଇଥାଏ । ସେଥିପାଇଁ ଆପଣଙ୍କୁ ବିବାହର ଏକ ସପ୍ତାହ ପୂର୍ବରୁ ମଦ ଛାଡି ଦେବା ଉଚିତ ଅଟେ ।

ନୂଆ ସ୍କିନ୍ କେୟାର୍ ବ୍ୟବହାର :

ବଜ଼ରରେ ନୂତନ ପ୍ରକାରର ସ୍କିନ୍ କେୟାର୍ ମିଳୁଛି । ଯଦି ଆପଣ ବିବାହ କରିବାକୁ ଯାଉଛନ୍ତି, ତେବେ ନୂଆ ସ୍କିନ୍ କେୟାର୍ ପଦାର୍ଥ ବ୍ୟବହାର କରିବା ଉଚିତ ନୁହେଁ ।କାରଣ ଆପଣ ଜାଣି ନଥିବେ; ଏହି ନୂଆ ସ୍କିନ୍ କେୟାର୍ ଆପଣଙ୍କ ପାଇଁ ଠିକ୍ କିମ୍ବା ଭୁଲ୍ ଅଟେ । ଆପଣ ସେହି ସ୍କିନ୍ କେୟାର୍ ର ବ୍ୟବହାର କରନ୍ତୁ ଯାହା ଆପଣ ବ୍ୟବହାର କରି ଆସୁଛନ୍ତି ।

ଆବଶ୍ୟକତା ଠାରୁ ଅଧିକ ବିଶ୍ରାମ ନିଅନ୍ତୁ : (ଶୋଇବା)

Beauty sleep ବିଷୟରେ ଆପଣ ଶୁଣିଥିବେ । ଚେହେରାର ସୁନ୍ଦରତା ପାଇଁ ଭଲ ନିଦ ନିହାତି ଜରୁରୀ ଅଟେ । ତେଣୁ ନିଜର ବିବାହ ପୂର୍ବରୁ ସମସ୍ତ କାର୍ଯ୍ୟ ନିଜ ସାଙ୍ଗମାନଙ୍କୁ ହସ୍ତାନ୍ତର କରି ଆପଣ ଭଲ ଭାବରେ ଆରାମ କରନ୍ତୁ । ଭଲ ଖାଦ୍ୟ ଖାଆନ୍ତୁ, ଭଲ ନିଦ୍ରା ଯାଆନ୍ତୁ, ଏପରି କରିବା ଦ୍ୱାରା ଆପଣଙ୍କ ଚେହେରା ଚମକି ଉଠିବ ।