ସକାଳୁ ଉଠୁ ଉଠୁ ଏହି ୫ଟି କାମ କରନ୍ତୁ ନାହିଁ !

Spread the love

ସକାଳୁ ଉଠିଲା ପରେ ଆରମ୍ଭ ହୋଇଯାଏ, ଆମର ଦୈନନ୍ଦିନ କାର୍ଯ୍ୟ । ଯଦି ଆମର ଦୈନନ୍ଦିନ କାର୍ଯ୍ୟ ଭଲ ଅଭ୍ୟାସ ସହ ଆରମ୍ଭ କରିବା ତେବେ ଆମ ସ୍ୱାସ୍ଥ୍ୟ ଭଲ ରହିଥାଏ । ସକାଳୁ ଉଠିବ କ୍ଷଣି ଯଦି ଆମେ ଖରାପ ଅଭ୍ୟାସ ସହ ଦିନ ଆରମ୍ଭ କରିବା, ତେବେ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ । ଆଜି ଏହି ଅନୁଛେଦ ମଧ୍ୟରେ ଆପଣଙ୍କୁ ୫ଟି ଏମିତି ଅଭ୍ୟାସ ବିଷୟରେ କହିବୁ, ଯାହା ଅଧିକାଂଶ ଲୋକ ସକାଳୁ ଉଠିବ କ୍ଷଣି କରିଥାନ୍ତି । ଯାହାଫଳରେ ସମୟ ଅନୁସାରେ ସେମାନଙ୍କ ଶରୀରର ଦୁର୍ବଳ ହୋଇପଡିଥାଏ । ତେବେ ଆସନ୍ତୁ ଜାଣିବା ସେହି ୫ଟି ଖରାପ ଅଭ୍ୟାସ ବିଷୟରେ :

ସକାଳୁ ଉଠି ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ୫ଟି କାମ :

ପ୍ରଥମ ଭୁଲ-

ଆମେ ସମସ୍ତେ ସକାଳୁ ବିଛଣାରୁ ଉଠି ହଠାତ ଠିଆ ହୋଇଯାଉ । ଯେତେବେଳେ ଆମେ ଆରମ ବା ବିଶ୍ରାମ କରିଥାଉ ସେତେବେଳେ ଆମର ରକ୍ତ ପ୍ରବାହ ଆସ୍ତେ ଆସ୍ତେ ହୋଇଥାଏ । ହଠାତ ଠିଆ ହୋଇଯିବ ଫଳରେ ରକ୍ତପ୍ରବାହରେ ଅତ୍ୟଧିକ ମାତ୍ରାରେ କୁପ୍ରଭାବ ପଡିଥାଏ । ଯାହାଫଳରେ ଆମ ମସ୍ତିଷ୍କ ଏବଂ ମେରୁଦଣ୍ଡର ହାଡ଼ରେ ସମସ୍ୟା ଦେଖାଯାଏ । ଯଦି ଆପଣ ନିୟମିତ ଏମିତି କରନ୍ତି, ତାହା ହେଲେ ଆପଣଙ୍କ ହାଡ଼ ଦୁର୍ବଳ ହେବ ସହ ପେଟ ବ୍ୟଥା ବଥା ଆଦି ସମସ୍ୟା ଦେଖାଯିବ ।

ଦ୍ଵିତୀୟ ଭୁଲ-

ଆମ ମଧ୍ୟରୁ ବହୁତ ଲୋକ ଏପରି ଭୁଲ କରନ୍ତି; ଯିଏ ସକାଳୁ ଉଠୁ ଉଠୁ ନିଜ ମୋବାଇଲ ଚେକ୍ କରନ୍ତି । ମୋବାଇଲରୁ ନୀଳ ଆଲୋକ ବାହାରି ଥାଏ, ଯାହା ଆଖି ପାଇଁ ବହୁତ କ୍ଷତିକାରକ ଅଟେ । ଶୋଇବା ବେଳେ ଆମ ଆଖି ବନ୍ଦ ଥାଏ, ହଠାତ ଖୋଲି ମୋବାଇଲ ଦେଖିବା କ୍ଷଣେ ମୋବାଇଲର ନିର୍ଗତ ହେଉଥିବା କିରଣ ପଡିଥାଏ, ସେହି କିରଣ ଆଖି ପାଇଁ ବିପଦ ସୃଷ୍ଟି କରେ । ତେଣୁ ବିଛଣାରୁ ଉଠିବ ସଙ୍ଗେ ସଙ୍ଗେ ମୋବାଇଲର ବ୍ୟବହାର କରିବା ଅନୁଚିତ ଅଟେ ।

ତୃତୀୟ ଭୁଲ-

ଆମ ମଧ୍ୟରୁ ଅନେକ ଲୋକ ଏହିପରି ଭୁଲ କରନ୍ତି, ଯେଉଁମାନେ କି ସକାଳୁ ଖାଲିପେଟରେ ଚାହା ପିଅନ୍ତି । ଯଦି ଆମେ ସକାଳୁ ଖାଲିପେଟରେ ଚାହା ପିଇବା; ତେବେ ଆମକୁ ଏସିଡ଼ିଟି ଏବଂ ଗ୍ୟାସ ସମସ୍ୟା ହୋଇଥାଏ । ଏହା ସହ ବାଳ ଝଡେ, ପେଟ ଖରାପ ହୁଏ, କଷ୍ଟକଠିନ୍ୟ ଏବଂ ପାଚନ ଜନିତ ସମସ୍ୟା ଦେଖାଯାଏ । ତେଣୁ ଖାଲି ପେଟରେ ଚା’ ପିଇବା’, ଠିକ ନାହିଁ ।

ଚତୁର୍ଥ ଭୁଲ-

ରାତିରେ ଶୋଇବା ପରେ ଆମ ପାଟିରେ ଯେଉଁ ଲାଳ ପ୍ରସ୍ତୁତ ହେଉଛି, ତାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଅନେକଥର ଆମେ ସକାଳୁ ଉଠୁ ଉଠୁ ହରବର ହୋଇ ସିଧାସଳଖ ବ୍ରସ କରିଦେଉଛୁ । ଏମିତି କରିବା ଦ୍ୱାରା ଆମେ ସେହି ଲାଳରୁ ମିଳିବା ଲାଭରୁ ବଞ୍ଚିତ ହୋଇଯାଉଛୁ । ସକାଳୁ ଆପଣଙ୍କୁ ବାସି ମୁହଁରେ ୨ଗ୍ଲାସ ପାଣି ନିଶ୍ଚୟ ପିଅନ୍ତୁ ।

ପଞ୍ଚମ ଭୁଲ-

ଅନେକ ଲୋକଙ୍କ ଏହିପରି ଅଭ୍ୟାସ ଥାଏ ଯେ, ସେମାନେ ସକାଳୁ ଉଠୁ ଉଠୁ ସିଧା ଗାଧୋଇବାକୁ ଚାଲି ଯାଆନ୍ତି । ଏମିତି କରିବା ଦ୍ଵାରା ଆମ ପାଇଁ କ୍ଷତିକାରକ ହୋଇଥାଏ । କାରଣ ଶୋଇବ ସମୟରେ ଶରୀରର ତାପମାତ୍ରା ଅଧିକ ଥାଏ । ହଠାତ ଥଣ୍ଡା ପାଣି ଢାଳିବ ଦ୍ୱାରା ଶରୀରର ତାପମାତ୍ରା କମିଯାଇପାରେ । ଯାହାଫଳରେ ଥଣ୍ଡା ଜ୍ଵର ପରି ସମସ୍ୟା ହୋଇପାରେ ।

ଯଦି ଏହି ଅନୁଛେଦଟି ଆପଣଙ୍କୁ ଭଲ ଲାଗିଥିବା ତେବେ Comment Boxରେ ନିଜର ମତାମତ ନିଶ୍ଚୟ ଦିଅନ୍ତୁ ।