ଚାଣକ୍ୟନୀତି : ସକାଳୁ ଉଠିବା ପରେ ଏହି ଚାରୋଟି କାମ କରନ୍ତୁ ନାହିଁ । ନଚେତ ହଇରାଣ ହେବା ପାଇଁ ପଡିପାରେ ।

Spread the love

ଆଚାର୍ଯ୍ୟ ଚାଣକ୍ୟ ପାଟଳିପୁତ୍ରର ମହାନ ବିଦ୍ଵାନ ପଣ୍ଡିତ ଥିଲେ । ଚାଣକ୍ୟ ନିଜର ନ୍ୟାୟ ପ୍ରିୟ ଆଚରଣ ପାଇଁ ସୁପରିଚିତ । ଏତେ ବଡ଼ ରାଜ୍ୟର ମନ୍ତ୍ରୀ ଥାଇ ମଧ୍ୟ ଗୋଟିଏ ସାଧାରଣ କୁଡ଼ିଆରେ ସେ ରହୁଥିଲେ । ତାଙ୍କରି ଜୀବନ ବହୁତ ସରଳ ଥିଲା । ଚାଣକ୍ୟ ନିଜ ଜୀବନରେ ମିଳିଥିବା ସମସ୍ତ ଅନୁଭବକୁ ଚାଣକ୍ୟ ନୀତିଶୋଳ୍କରେ ସ୍ଥାନ ଦେଇଛନ୍ତି । ଚାଣକ୍ୟ ନୀତିରେ ଏପରି କିଛି ନୀତି ବିଷୟରେ ଲେଖାଯାଇଛି; ଯାହାକୁ ଜଣେ ବ୍ୟକ୍ତି ଠିକ ରୁପରେ ପାଳନ କଲେ, ଜୀବନରେ ସଫଳତା ପାଇଁ କେହି ରୋକି ପାରିବେ ନାହିଁ । ସଫଳତା ନିଶ୍ଚିତ ତାଙ୍କର ପାଦ ଛୁଇଁବ । ଯଦି ବ୍ୟକ୍ତି ଏହି କଥାକୁ ନିଜ ଜୀବନରେ ପାଳନ କରିବେ, ତେବେ କେବେ ମଧ୍ୟ ବିଫଳତାର ମୁହଁ ଦେଖିବାକୁ ପଡିବ ନାହିଁ । ଶାସ୍ତ୍ରରେ କୁହାଯାଇଛି, ଯଦି ଆପଣଙ୍କ ଦିନର ପ୍ରାରମ୍ଭ ଭଲ ହୁଏ, ତେବେ ଆପଣଙ୍କ ସାରା ଦିନ ଭଲ ହୋଇଥାଏ । କିନ୍ତୁ ସକାଳୁ ଉଠିବା ପରେ କୌଣସି ଖରାପ ଜିନିଷର ଦର୍ଶନ ହୋଇଯାଏ; ତେବେ ଦିନସାରା ଖରାପ ହିଁ ହୋଇଥାଏ । ପରେ ଆମକୁ ଲାଗିଥାଏ, କିପରି ଆଜିର ଦିନଟି ବିତିଯିବ । ଲୋକଙ୍କ ଜୀବନରେ ଅନେକ ଏହିପରି ଜିନିଷ ଘଟିଥାଏ, ଯାହାକୁ ଲୋକେ ଅଣଦେଖା କରି ଦିଅନ୍ତି । ସେମାନେ ସେହି କଥାରେ ଅଜ୍ଞ ବା ଅଜଣା ଥାନ୍ତି ଯେ, ଏହି ଜିନିଷ ଗୁଡିକ ସେମାନଙ୍କ ଜୀବନରେ ଖରାପ ପ୍ରଭାବ ପକାଇଥାଏ । ଚାଣକ୍ୟଙ୍କ ପୁସ୍ତକ ଚାଣକ୍ୟ ନୀତିରେ କିଛି ଏହିଭଳି ବିଷୟରେ ଚର୍ଚ୍ଚା କରାଯାଇଛି, ଯାହାକୁ ବ୍ୟକ୍ତିକୁ ସକାଳେ କରିବା ଉଚିତ୍ ନୁହେଁ । ଯଦି ବ୍ୟକ୍ତି ଏହି ଜିନିଷ ଦେଖନ୍ତି କିମ୍ବା କରନ୍ତି; ତେବେ ସେହି ବ୍ୟକ୍ତିଙ୍କ ଦିନ ତମାମ ଅଶୁଭ ହୋଇଥାଏ । ଆସନ୍ତୁ ଜାଣିବେ କେଉଁ ଜିନିଷ ଗୁଡିକ ବିଷୟରେ ଆମେ କହିବା ପାଇଁ ଚାହୁଁଛୁ ।

ଦର୍ପଣ ଦେଖିବା :

କିଛି ଲୋକ ସକାଳୁ ଉଠିବା ପରେ ହିଁ ଦର୍ପଣ ଦେଖିବାର ଅଭ୍ୟାସ ରହିଥାଏ । କିନ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠି ଦର୍ପଣ ଦେଖୁବା ଉଚିତ୍ ନୁହେଁ । ସକାଳୁ ଉଠି ଦର୍ପଣ ଦେଖିବା ଫଳରେ ଅଶୁଭ ହୋଇଥାଏ । ଯେଉଁବ୍ୟକ୍ତି ଏହିପରି କରିଥାନ୍ତି; ସେହି ବ୍ୟକ୍ତିଙ୍କ ସହ ନକରାତ୍ମକ ଘଟଣା ଘଟିଥାଏ । ତାହାର ସାରା ଦିନ ଖରାପ ହୋଇଥାଏ ।ଏଥିପାଇଁ ଚେଷ୍ଟା କରନ୍ତୁ ସକାଳୁ ଉଠିବା ପରେ ଦର୍ପଣ ଦେଖନ୍ତୁ ନାହି ।

ଲଢେ଼ଇ :

ସକାଳୁ ଉଠିବା ପରେ ଯଦି ଆପଣ ମାଙ୍କଡ କିମ୍ବା କୁକୁରକୁ ଲଢେଇ କରିବାର ଦେଖିଲେ, ତେବେ ଆପଣଙ୍କ ଦିନ ତମାମ ଖରାପ ହୋଇଥାଏ । ମାଙ୍କଡ କିମ୍ବା କୁକୁରର ଲଢେଇ ସକାଳୁ ଦେଖିବା ଅର୍ଥ ଅଶୁଭ ହୋଇଥାଏ । ଯଦି ଆପଣ ଏହିପରି କରନ୍ତି ସ୍ୱୟଂ ହିଁ ଆପଣ କୌଣସି ସଂକଟକୁ ନିମନ୍ତ୍ରଣ କରୁଛନ୍ତି । ଏଥିରୁ ନିବୃତ ରୁହନ୍ତୁ ।

କୌଣସି ବ୍ୟକ୍ତିର ମୁହଁ ଦେଖିବା :

ଦର୍ପଣ ଅପେକ୍ଷା ସକାଳୁ ଉଠି କୌଣସି ବ୍ୟକ୍ତିର ମୁହଁ ଦେଖିବା ଉଚିତ୍ ନୁହେଁ । ଆପଣ ଜାଣି ନ ଥାନ୍ତି କୌଣସି ବ୍ୟକ୍ତି ଆପଣଙ୍କ ପାଇଁ ଶୁଭ କିମ୍ବା ଅଶୁଭ ହୋଇଥାଏ ।ଏଥିପାଇଁ ଦିନର ପ୍ରାରମ୍ଭ ନିଜ ଇଷ୍ଟଦେବଙ୍କ ଦର୍ଶନରୁ କରନ୍ତୁ । ସକାଳୁ ଉଠି ଭଗବାନଙ୍କ ଦର୍ଶନ କରନ୍ତୁ । ଏହିପରି କରିବା ଦ୍ୱାରା ଆପଣଙ୍କ ଭିତରେ ସକାରାତ୍ମକ ଉର୍ଜାର ସଂଚାର ହେବ ଏବଂ ଆପଣଙ୍କ ଦିନ ଭଲରେ କଟିବ ।

ପଶୁ କିମ୍ବା କୌଣସି ଗାଆଁର ନାମ :

ମାନ୍ୟତା ରହିଛି ସକାଳର ଜଳଖିଆ ପୂର୍ବରୁ ଆପଣ କୌଣସି ପଶୁ କିମ୍ବା ଗାଆଁର ନାମ ନିଅନ୍ତି, ତେବେ ଆପଣଙ୍କ ଦିନ ଅଶୁଭ ଯାଇଥାଏ । ଶାସ୍ତ୍ର ଅନୁସାରେ ସକାଳୁ ଉଠି ନିଜ ହାତର ପାପୁଲିକୁ ଦେଖିବା ଶୁଭ ହୋଇଥାଏ ।