ରାତିରେ ଶୋଇବା ସମୟରେ କିମ୍ବା ବିଶ୍ରାମ ନେବା ସମୟରେ ନିଜ ସାଥି ସହିତ ଭୁଲରେ ମଧ୍ୟ ଏହିପରି କାମ କରନ୍ତୁ ନାହିଁ ! ସମ୍ପର୍କରେ ଆସିପାରେ ଫାଟ !

Spread the love

ଯେତେବେଳେ ଆମେ ସମ୍ପର୍କ ଆରମ୍ଭ କରିଥାଉ; ସେତେବେଳେ ଆମର ସଂପୂର୍ଣ୍ଣ ଧ୍ୟାନ ଓ ସମୟ ସାଥିକୁ ଦେଇଥାଉ ଓ ତାଙ୍କ ସହ ଜୀବନର ପ୍ରତ୍ୟେକ କଥାଗୁଡ଼ିକ ଆଲୋଚନା କହିଥାଉ । କିନ୍ତୁ କେତେ ସମୟ ବିତିବା ପରେ ଆମେ ଏସବୁ ଗୁଡ଼ିକରେ ପରିବର୍ତ୍ତନ କରିଦେଇ ଥାଉ ଯେଭଳି କି, ବର୍ତ୍ତମାନର ସମୟର ସମ୍ପର୍କ ପୂର୍ବରେ ଥିବା ଭଳି ନ ଲାଗିବା ।

ଆମକୁ ଏହି ବିଷୟରେ ଧ୍ୟାନ ରଖିବା ଆବଶ୍ୟକ । ପୁଣି ଆମ କାମ ଯୋଗୁଁ ଆମେ ଏତେ ବ୍ୟସ୍ତ ହୋଇଯାଇ ଥାଉ କି, ଆମ ପାଖରେ କେବଳ ରାତିରେ ଶୋଇବା ସମୟରେ ହିଁ କଥା ହେବାକୁ ସମୟ ଥାଏ । ସେହି ସମୟରେ ହିଁ ଆମ୍ଭେମାନେ ନିଜ ସାଥି ସହ ଭଲରେ କଥା ହୋଇପାରି ଥାଉ ଓ ସମୟ ଦେଇପାରି ଥାଉ । ତେଣୁ ଏହି ସମୟକୁ ଏଭଳି ହିଁ ନଷ୍ଟ ହେବାକୁ ଦିଅନ୍ତୁ ନାହିଁ ଓ ସେହି ସମୟରେ ବେକାର କଥା ଗୁଡ଼ିକୁ କହି ସମୟକୁ ନଷ୍ଟ କରିବା ଆଦୌ ଉଚିତ ନୁହେଁ ।

ଆଜିକାଲିର ଲୋକମାନେ ଫୋନ ବ୍ୟବହାର କରିବାରେ ଏତେ ବ୍ୟସ୍ତ ହୋଇଗଲେ କି, ସେମାନେ ରାତିରେ ଶୋଇବା ବେଳେ ଓ ସକାଳେ ଉଠିବା ତୁରନ୍ତ କେବଳ ଗୋଟିଏ ହିଁ କାମ କରନ୍ତି ତାହା ହେଉଛି; ସୋସିଆଲ ମିଡ଼ିଆରେ ସକ୍ରିୟ (ଏକ୍ଟିୱ୍) ରହିବା । ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା ପୂର୍ବରୁ ଏଭଳି ଛୋଟ-ଛୋଟ ବ୍ୟବହାରରେ ପରିବର୍ତ୍ତନ କରିବା ନିହାତି ଆବଶ୍ୟକ । ତେଣୁ ଏଗୁଡ଼ିକ ଠାରୁ ଦୂରେଇ ରହି ନିଜ ସାଥି ପାଇଁ ସମୟ ଦିଅନ୍ତୁ; ଏଥିରେ ହିଁ ଆପଣଙ୍କର ମଙ୍ଗଳ ହେବ ।

ରାତ୍ର ବିଶ୍ରାମ ସମୟରେ, କଦାପି ବାହାର ଲୋକଙ୍କ ଚର୍ଚ୍ଚା କରନ୍ତୁ ନାହିଁ । ବାହାର ଲୋକଙ୍କ ଚର୍ଚ୍ଚା ଅର୍ଥାତ ସେମାନଙ୍କ ବିଷୟରେ କଥାବାର୍ତ୍ତା ହେବ ଦ୍ଵାରା ନିଜ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ।

ରାତିରେ ବିଶ୍ରାମ ସମୟରେ ଫୋନରେ ଅନ୍ୟ ଲୋକଙ୍କ ସହ ଅଧିକ ସମୟ ଧରି ବାର୍ତ୍ତାଳାପ କରିବା ଦ୍ଵାରା ମଧ୍ୟ ସମ୍ପର୍କରେ ଖରାପ ହୋଇଥାଏ ।

ମିଳିମିଶି ରହି ପରସ୍ପରକୁ ସହଯୋଗ କରିଲେ ଖୁସିରେ ରହିପାରିବ, ଯାହାକି ପ୍ରତ୍ୟେକ ଲୋକଙ୍କୁ ନିହାତି ଆବଶ୍ୟକ । ଅନ୍ୟ ଲୋକମାନେ ଯାହାବି କରନ୍ତୁ ସେଥିପ୍ରତି ଅଧିକ ଧ୍ୟାନ ନ ଦେଇ ନିଜେ ଖୁସିରେ ରହିବା ଶିଖନ୍ତୁ ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ସେୟାର କରନ୍ତୁ । ଧନ୍ୟବାଦ !