ଚାଣକ୍ୟ ନୀତି : ଏହି ଲୋକମାନଙ୍କୁ କଦାପି ନିଜ ଘରକୁ ଡାକନ୍ତୁ ନାହିଁ ନା ହିଁ ଘରେ ପ୍ରଶୟ ଦିଅନ୍ତୁ । ଏମାନଙ୍କ ସହ କୌଣସି ପ୍ରକାରର ସମ୍ପର୍କ ରଖିବା ଉଚିତ୍ ନୁହେଁ ।

Spread the love

ଚାଣକ୍ୟ ଜଣେ ମହାନ ଦାର୍ଶନିକ ଏବଂ ନୀତି ଶ୍ଳୋକ ଜ୍ଞାନୀ ସମ୍ପର୍ଣ୍ଣର ବ୍ୟକ୍ତି ଥିଲେ । ସେ ନିଜର ପୁସ୍ତକ ଚାଣକ୍ୟ ନୀତିରେ କିଛି ଏହିଭଳି କଥା ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହା ଆଜିର ଦୁନିଆରେ ସେହି ନୀତି ଶ୍ଳୋକ ଗୁଡିକର ମହତ୍ଵ ଅଧିକ ରହିଛି । ଚାଣକ୍ୟ କିଛି ଲୋକଙ୍କ ବିଷୟରେ କହିଛନ୍ତି, ଯେଉଁମାନଙ୍କ ସହ ସମ୍ପର୍କ ରଖିବା ଉଚିତ୍ ନୁହେଁ । ଯଦି ସମ୍ପର୍କ ରଖନ୍ତି; ତେବେ ଜୀବନରେ ହାନୀ ହିଁ ହୋଇଥାଏ । ଆସନ୍ତୁ ଜାଣିବେ, ସେହି ଲୋକଙ୍କ ବିଷୟରେ ଯେଉଁ ମାନଙ୍କ ସହ ସମ୍ପର୍କ ରଖିଲେ ଜୀବନରେ ସମସ୍ୟା ଆସିଥାଏ ।

ଏହି ଲୋକଙ୍କ ଠାରୁ ଦୁରେଇ ରୁହନ୍ତୁ ନଚେତ ସମସ୍ୟା ଆସିପାରେ :

ଦୁଇ ଚରିତ୍ର ସମ୍ପର୍ଣ୍ଣ ବ୍ୟକ୍ତି :

ଚାଣକ୍ୟ ଏହିପରି ଦୁଇ ଚରିତ୍ର ଥିବା ଲୋକଙ୍କ ଠାରୁ ଦୁରେଇ ରହିବା ପାଇଁ କହିଛନ୍ତି । ଯେଉଁମାନେ ଆପଣଙ୍କ ସାମ୍ନାରେ ମିଠା କଥା କହୁଥିବେ କିନ୍ତୁ ପିଠି ପଛରେ ଆପଣଙ୍କ ଖରାପ କଥା ଚିନ୍ତା କରୁଥିବେ । ଏହିପରି ଲୋକଙ୍କ ସହ କୌଣସି ପ୍ରକାରର ସମ୍ପର୍କ ରଖିବା ଉଚିତ୍ ନୁହେଁ । କାରଣ ଏହିପରି ଲୋକେ ଜୀବନରେ ରହିବା ଫଳରେ ସମସ୍ୟା ହିଁ ସମସ୍ୟା ଆସିଥାଏ । ଏହିପରି ଲୋକେ କେତେବେଳେ ମଧ୍ୟ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରି ପାରନ୍ତି ।

ମନ୍ଦ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତି :

ଯେଉଁମାନେ ଜୀବନରେ ଖରାପ କାର୍ଯ୍ୟରେ ଲିପ୍ତ ରୁହନ୍ତି ଏବଂ କୌଣସି ନା କୌଣସି କ୍ଷେତ୍ରରେ ଲୋକଙ୍କୁ ସମସ୍ୟାରେ ପକାଇ ଥାନ୍ତି; ସେହିପରି ଲୋକଙ୍କ ଠାରୁ ଦୁରେଇ ରହିବା ଉଚିତ୍ । ବେଳେବେଳେ ଏହି ଲୋକମାନେ ଅନ୍ୟକୁ ଖରାପ ମିଠା କଥା କହି ଖରାପ କାର୍ଯ୍ୟରେ ଲିପ୍ତ କରାଇ ଦିଆନ୍ତି । ଏହା ପୂର୍ବରୁ ଏହି ଲୋକଙ୍କ ଠାରୁ ଦୁରେଇ ରହିବା ଉଚିତ୍ । ଏହିପରି ଲୋକଙ୍କୁ ଭୁଲରେ ମଧ୍ୟ ନିଜ ଘରକୁ ଡାକିବା ଉଚିତ୍ ନୁହେଁ ।

ସୁବିଧାବାଦୀ ଲୋକଙ୍କ ଠାରୁ ଦୁରେଇ ରୁହନ୍ତୁ :

କଥାରେ କୁହନ୍ତି ଆପଣ ଶୁଣିଥିବେ, “ଅନ୍ଧାର ହେଲେ ହିଁ ମହମବତୀ ଖୋଜିବା” । ଠିକ ସେହିପରି କେତେକ ଲୋକ ଅଛନ୍ତି; ଯେଉଁମାନେ କି ସେମାନଙ୍କର କିଛି ଆବଶ୍ୟକତା ପଡିଲେ ହିଁ ଆପଣଙ୍କ ସହ ମିଶିବାକୁ ଚେଷ୍ଟା କରନ୍ତି । ସେହିପରି ମନୁଷ୍ୟ ଅତ୍ୟନ୍ତ ଘାତକ ଚରିତ୍ରର ହୋଇଥାନ୍ତି । ଏହିପରି ଲୋକଙ୍କ ଠାରୁ ଦୁରେଇ ରହିବା ଉଚିତ୍ ।

ଦୁଃଖ ଦେଉଥିବା ବ୍ୟକ୍ତି :

ଦୁନିଆରେ ବହୁତ ଲୋକ ଅନ୍ୟକୁ ଜାଣିଶୁଣି ଦୁଃଖ ଦେଇଥାନ୍ତି । ଏହିଭଳି ଲୋକଙ୍କୁ ସର୍ବଦା ଅନ୍ୟକୁ ଦୁଃଖ ଦେବା ପସନ୍ଦ ହୋଇଥାଏ । ଯଦି କୌଣସି ବ୍ୟକ୍ତି ଥରେ ଏହିପରି କରିଥାଏ; ତେବେ ତାକୁ କ୍ଷମା ଦିଆ ଯାଇଥାଏ କିନ୍ତୁ ବାରମ୍ବାର ଏହିପରି କରିବା ଦ୍ୱାରା କ୍ଷମା ଦିଆଯାଏ ନାହିଁ । ଏହିପରି ଲୋକମାନେ କଦାପି ନିଜର ସ୍ଵଭାଵ ପରିବର୍ତ୍ତନ କରନ୍ତି ନାହିଁ ଏବଂ ସମୟ ଆସିଲେ ଏମାନେ ଆପଣଙ୍କୁ ଦୁଃଖ କଷ୍ଟ ଦେବା ପାଇଁ ସୁଯୋଗ ଖୋଜିଥାନ୍ତି । ଏହି କାରଣରୁ ଏହିପରି ଲୋକଙ୍କ ଠାରୁ ଦୁରେଇ ରହିବା ଉଚିତ୍ ।

ଯେଉଁମାନଙ୍କୁ ବେଦର ଜ୍ଞାନ ନଥାଏ :

ଯେଉଁମାନଙ୍କୁ ବେଦର ଜ୍ଞାନ ନଥାଏ; ସେମାନଙ୍କ ସହ କୌଣସି ସମ୍ପର୍କ ରଖିବା ଉଚିତ୍ ନୁହେଁ । ଚାଣକ୍ୟଙ୍କ ଅନୁସାରେ ବେଦ ଆମକୁ ଜୀବନ ବଞ୍ଚିବାର ରାସ୍ତା ଶିଖାଇ ଥାଏ ଏବଂ ଏହା ଜ୍ଞାନର ସାଗର ଅଟେ । ପ୍ରତି ବ୍ୟକ୍ତିଙ୍କୁ ବେଦର ଜ୍ଞାନ ରହିବା ନିହାତି ଆବଶ୍ୟକ ଅଟେ । ଯେଉଁମାନଙ୍କୁ ବେଦର ଜ୍ଞାନ ନଥାଏ; ସେମାନଙ୍କ ଭିତରେ ଭଲ ଗୁଣ ନଥାଏ । ଏହିପରି ଲୋକଙ୍କ ମନରେ ସର୍ବଦା ଖରାପ ଚିନ୍ତାଧାରା ଚାଲୁଥାଏ ଏବଂ ସେମାନେ ସର୍ବଦା ଖରାପ କାର୍ଯ୍ୟରେ ଲିପ୍ତ ରହିଥାନ୍ତି । ଏହିପରି ଲୋକଙ୍କ ଠାରୁ ଦୁରେଇ ରହିବା ଉଚିତ୍ ।