ଶନିବାର ଦିନ ଭୁଲରେ ମଧ୍ୟ ଏହି ଜିନିଷ ଗୁଡ଼ିକ କିଣନ୍ତୁ ନାହିଁ । ନଚେତ ହୋଇପାରେ ବଡ କ୍ଷତି ।

Spread the love

ଯେଉଁ ଲୋକମାନେ ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ ରଖନ୍ତି; ସେମାନେ ଶନିଙ୍କ ନାମ ଶୁଣିବା ପରେ ଡ଼ରି ଯାଇଥାନ୍ତି । କିନ୍ତୁ ଆପଣ ମାନଙ୍କୁ କହିବା ପାଇଁ ଚାହୁଁଛୁ, ଶନିଦେଵ ଏତେ କ୍ରୁର ନୁହଁନ୍ତି, ଯାହା ଆମେ ଶନିଦେଵଙ୍କ ବିଷୟରେ ଶୁଣିଛେ । ବାସ୍ତବରେ ଶନି ନ୍ୟାୟପ୍ରିୟ ଦେବତା ଅଟନ୍ତି ଏବଂ ଯେଉଁ ବ୍ୟକ୍ତି ନ୍ୟାୟ ବିରୁଦ୍ଧରେ କିମ୍ବା କୌଣସି ଅନୁଚିତ କାର୍ଯ୍ୟ କରିଥାନ୍ତି, ସେହି ବ୍ୟକ୍ତି ମାନଙ୍କୁ ଶନିଙ୍କ ପ୍ରକୋପ ସହିବା ପାଇଁ ପଡିଥାଏ । ଏହିପରି ଯଦି ଆପଣ ଶନିଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ଚାହୁଁଥାନ୍ତି; ତେବେ ଖଲ କାର୍ଯ୍ୟରୁ ନିଜକୁ ନିବୃତ ରଖନ୍ତୁ । ଜ୍ୟୋତିଷ ଶାସ୍ତ୍ରରେ ଅନେକ ଉପାୟ ବିଷୟରେ ଉଲ୍ଲେଖ କରାଯାଇଛି; ଯାହାର ପାଳନ କରିବା ପରେ ଆପଣ ଶନିଦେବଙ୍କ ପ୍ରକୋପରୁ ମୁକ୍ତି ପାଇ ପାରିବେ । ଏହି ଦିନ ବ୍ୟକ୍ତିକୁ ଶନିଙ୍କ ଆରାଧନା ଏବଂ ହନୁମାନଙ୍କ ଆରାଧନା କରିବା ଉଚିତ୍ । ଜ୍ୟୋତିଷଙ୍କ ଅନୁସାରେ ଶନିବାର ଦିନ କିଛି ଜିନିଷ କିଣିବାରୁ ନିଜକୁ ନିବୃତ ରଖନ୍ତୁ । ଆସନ୍ତୁ ଜାଣିବେ କେଉଁ ସବୁ ଜିନିଷ ଶନିବାର ଦିନ କିଣିବା ଅନୁଚିତ ଅଟେ ।

Google

ଶାସ୍ତ୍ର ଏବଂ ଜ୍ୟୋତିଷଙ୍କ ଅନୁସାରେ ଶନିବାର ଦିନ ଲୌହ ଜିନିଷ କିଣିବା ଉଚିତ୍ ନୁହେଁ । ଏହି ଦିନ ଆପଣ ଲୌହ ଜିନିଷର ଦାନ କରନ୍ତୁ ଶୁଭଫଳ ପ୍ରାପ୍ତି ହେବ ।

Google

ଜୋତିଷ୍କଙ୍କ ଅନୁସାରେ ଶନିବାର ଦିନ ତୈଳ କିଣିବା ଅନୁଚିତ । ମାନ୍ୟତା ରହିଛି, ଶନିବାର ଦିନ ସୋରିଷ ତେଲ କିଣିବା ଦ୍ୱାରା ବ୍ୟକ୍ତି ରୋଗାଗ୍ରସ୍ତ ହୋଇପଡେ । ଏହି କାରଣରୁ ଶନିବାର ଦିନ ଶନିଦେବଙ୍କୁ ସୋରିଷ ତେଲ ଅର୍ପଣ କରା ଯାଇଥାଏ ।

Google

ଜୋତିଷ୍କଙ୍କ ଅନୁସାରେ ଶନିବାର ଦିନ ଲୁଣ ମଧ୍ୟ କିଣିବା ଅନୁଚିତ । ମାନ୍ୟତା ରହିଛି, ଏହି ଦିନ ଲୁଣ କିଣିବା ଦ୍ୱାରା ବ୍ୟକ୍ତି ଋଣଗ୍ରସ୍ତ ହୋଇପଡି ଥାଏ ।

Goolge

ଜୋତିଷ୍କଙ୍କ ଅନୁସାରେ ଶନିବାର ଦିନ କଇଁଚି ମଧ୍ୟ କିଣିବା ଅନୁଚିତ । ଏହା ଦ୍ୱାରା ସମ୍ପର୍କରେ ମତଭେଦ ସୃଷ୍ଟି ହୋଇଥାଏ ।

Google

ଜୋତିଷ୍କଙ୍କ ଅନୁସାରେ ଶନିବାର ଦିନ କଳା ରାଶି କିଣିବା ମଧ୍ୟ ଅନୁଚିତ । କାରଣ କଳା ରାଶି ଶନିଙ୍କ ଅର୍ପଣ କରାଯାଇ ଥାଏ, ଯାହାଫଳରେ ସେ ସନ୍ତୁଷ୍ଟ ହୋଇଥାନ୍ତି ଏବଂ ଆପଣଙ୍କ ସଙ୍କଟ ଦୂର ହୋଇଥାଏ । ଏହି ପ୍ରରିପେକ୍ଷିରେ ଶନିବାର ଦିନ କଳା ରାଶି କିଣିବା ଅନୁଚିତ । କିନ୍ତୁ ଏହି ଦିନ କଳା ରାଶି ଦାନ କରିବା ଉଚିତ୍ ଅଟେ ।

Google

କଳା ଜୋତା ଏବଂ କଳା ରଙ୍ଗ ଶନିଙ୍କୁ ପ୍ରଭାବିତ କରିଥାଏ । ଏହି ପରିପ୍ରେକ୍ଷୀରେ ଜୋତିଷ୍କଙ୍କ ଅନୁସାରେ ଶନିବାର ଦିନ ଜୋତା କିଣିବା ଉଚିତ୍ ନୁହେଁ । ମାନ୍ୟତା ରହିଛି କଳା ଜୋତା ଶନିବାର ଦିନ କିଣି ପିନ୍ଧିଲେ ବ୍ୟକ୍ତିକୁ ପ୍ରତି କାର୍ଯ୍ୟରେ ଅସଫଳତା ମିଳିଥାଏ ।

Goolge

ଏହି ଜିନିଷ ସହ ଜୋତିଷ୍କଙ୍କ ଅନୁସାରେ ଶନିବାର ଦିନ କାଳୀ କିଣିବା ମଧ୍ୟ ଉଚିତ୍ ନୁହେଁ । ମାନ୍ୟତା ରହିଛି ଏହାକୁ କିଣିବା ଦ୍ୱାରା ବ୍ୟକ୍ତିକୁ ଅପଯଶ ମିଳିଥାଏ ।