ଆପଣଙ୍କ ସନ୍ତାନର ଉଜ୍ଜ୍ଵଳ ଭବିଷ୍ୟତ ନିମନ୍ତେ ଗୁରୁବାର ଦିନ କରନ୍ତୁ ଏହି ଉପାୟ ।

Spread the love

ସବୁ ମାଆ ବାପାଙ୍କ କେବଳ ଗୋଟିଏ ଇଚ୍ଛା ଥାଏ କି, ନିଜ ସନ୍ତାନର ସନ୍ତାନର ଉଜ୍ଜ୍ଵଳ ଭବିଷ୍ୟତ, ସେ ଭଲରେ ପଢାପଢି କରି ସଫଳତା ହାସଲ କରୁ । ଏଥିପାଇଁ ସେମାନେ ଯଥା ସମ୍ଭବ ପ୍ରୟାସ କରିଥାନ୍ତି । ଭଲ ବିଦ୍ୟାଳୟରେ ପଢ଼ାଇ, ଭଲ ଟ୍ୟୁସନରେ ମଧ୍ୟ ପଢ଼ାଇଥାନ୍ତି । ନିଜ ପାଖରେ ଟଙ୍କାର ଅଭାବ ଥିଲେ ମଧ୍ୟ ନିଜ ସନ୍ତାନର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ, ସନ୍ତାନକୁ ଏକ ଆଦର୍ଶ ବିଦ୍ୟାଳୟରେ ପଢ଼ାଇ ଥାନ୍ତି । ଏ ସବୁ କରିବା ସତ୍ତ୍ୱେ ମଧ୍ୟ ବେଳେବେଳେ ପିଲାଙ୍କ ପାଠ ପଢ଼ାରେ ଭଲ ହୋଇନଥାଏ । ଏଭଳି ସ୍ଥିତିରେ ଅଭିଭାବକ ମାନେ ମଧ୍ୟ ଚିନ୍ତିତ ହୋଇଯାନ୍ତି ଓ ସ୍ଥିର କରି ନିଅନ୍ତି, ସେମାନଙ୍କ ସନ୍ତାନ ମାନସିକ ରୂପେ ଦୁର୍ବଳ ଅଟେ । କିନ୍ତୁ ଏଭଳି ଚିନ୍ତା କରିବା ଆଦୌ ଉଚିତ ନୁହେଁ କାରଣ ପିଲାମାନଙ୍କ ମନ ପାଠପଢ଼ାରେ ନ ଗଲେ, ତାହାର ମାନେ ଏହା ନୁହଁ କି ସେ ଅନ୍ୟ ପିଲାମାନଙ୍କ ଠାରୁ ଦୁର୍ବଳ ଅଟେ ।

ଜ୍ୟୋତିଷଙ୍କ ଅନୁସାରେ କିଛି ଉପାୟ ଏଭଳି ରହିଛ, ଯାହାକୁ ବିଧିବଦ୍ଧ ଅନୁସାରେ ପାଳନ କରିଲେ ଆପଣଙ୍କ ସନ୍ତାନ ପାଠପଢ଼ାରେ ଆକର୍ଷଣ ହେବ । କେବଳ ଏହା ହିଁ ନୁହେଁ, ଏହା ଦ୍ଵାରା ଆପଣଙ୍କ ପିଲାର ଭବିଷ୍ୟତ ମଧ୍ୟ ପରିବର୍ତ୍ତନ ହୋଇପାରେ । ଆଜି ଆମେ ଆପଣଙ୍କୁ ଏହି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକି ଗୁରୁବାର ଦିନ କରିବାର ଅଛି । ତେବେ ଆସନ୍ତୁ ଏହି ବିଷୟରେ ସମ୍ପୁର୍ଣରୂପେ ଜାଣିବା ।

ନିରନ୍ତର ତିନିଟି ଗୁରୁବାର କରନ୍ତୁ ଏହି ବିଶେଷ ଉପାୟ –

ଶାସ୍ତ୍ରରେ ବର୍ଣ୍ଣିତ ଏହି ଉପାୟକୁ ଆପଣଙ୍କୁ ତିନିଟି ଗୁରୁବାର କରିବାର ଅଛି, ଯାହାକୁ ପିଲା ନିଜେ ମଧ୍ୟ କରି ପାରିବ ଓ ପିଲାର ମାଆ ବାପା ମଧ୍ୟ କରିପାରିବେ । ଉପାୟର ପ୍ରାରମ୍ଭ, ଶୁକ୍ଳ ପକ୍ଷର ପ୍ରଥମ ଗୁରୁବାରରେ କରିବାର ଅଛି । ଏଥିପାଇଁ ଶୁକ୍ଳ ପକ୍ଷର ପ୍ରଥମ ଗୁରୁବାର ଆପଣ ସୂର୍ଯ୍ୟ ଉଦୟ ହେବା ଆଗରୁ ଉଠି ସ୍ନାନ କରି କୌଣସି ଗୋଟିଏ ବଡ଼ ଉସ୍ତ ଗଛ ପାଖରେ ତଳେ ପଡିଥିବା ପତ୍ରକୁ କାଢି ସଫା କରି ତାହା ଉପରେ ୫ ପ୍ରକାରର ମିଠା ଓ ଦୁଇଟି ଛୋଟ ଅଳେଇଚକୁ ଶ୍ରଦ୍ଧାରେ ରଖିବା ଉଚିତ ଓ ଏହା କରିବା ସମୟରେ ଶିକ୍ଷା ଓ ଭଲ କ୍ୟାରିଅର ପ୍ରତି କାମନା କରିବେ । ଏହାପରେ ଧ୍ୟାନ ରଖିବେ କି ପଛକୁ ବୁଲି ନ ଦେଖିବେ । ପତ୍ର ଓ ସାମଗ୍ରୀ ରଖିବା ପରେ ସିଧା ନିଜ ଘରକୁ ଆସିବାର ଅଛି ଓ ଏହି ଉପାୟ ନିରନ୍ତର ତିନିଟି ଗୁରୁବାର ପର୍ଯ୍ୟନ୍ତ କରିବାର ଅଛି । ଏଭଳି କରିଲେ ଭଗବାନ ବିଷ୍ଣୁ ଓ ବୃହସ୍ପତିଙ୍କ କୃପାରେ ଆପଣଙ୍କ ସନ୍ତାନ ପାଠପଢ଼ାରେ ଉନ୍ନତି ହେବା ସହ, ସଫଳ କ୍ୟାରିଅରର ଦିଗ ମଧ୍ୟ ନିର୍ଣ୍ଣୟ ହୋଇଥାଏ ।

ଏହି ଉପାୟ ପ୍ରୟୋଗ କରି ନିଜ ସନ୍ତାନକୁ ପରିଶ୍ରମ କରିବାକୁ ପ୍ରତ୍ସାହିତ କରିବେ । କାରଣ ସେ ଯେପରି ନିଜ ଭାଗ୍ୟ ନିଜକୁ ହିଁ ତୋଳି ପାରିବ ।