ଜନ ଅବ୍ରହାମଙ୍କ ପରି ଶରୀର କରିବା ପାଇଁ ଚାହୁଁଛନ୍ତି କି ? ତେବେ ଖାଲି ପେଟରେ କସରତ କରନ୍ତୁ ନାହିଁ, ଆଖଡା ଯିବା ପୂର୍ବରୁ ଏହି ଖାଦ୍ୟ ଖାଇ ଯାଆନ୍ତୁ ।

Spread the love

ପ୍ରତ୍ୟେକ ବ୍ୟକ୍ତିକୁ କସରତ କରିବା ଆବଶ୍ୟକ ଅଟେ । ଭଲ ସ୍ଵାସ୍ଥ୍ୟ ପାଇଁ ଭଲ ଶରୀରର ଆବଶ୍ୟକତା ରହିଥାଏ । ଆଜିର ଦୁନିଆରେ ଯୁବପିଡ଼ି ଆଖଡା ଯିବା ଆରମ୍ଭ କରିଲେଣି । ବିନା ଆଖଡା ଯାଇ ଭଲ ଶରୀର ରଖିବା ଉଚିତ୍ ଅଟେ । ଲୋକେ ନିଜ ସୁବିଧା ଅନୁସାରେ ଆଖଡା ଯାଇଥାନ୍ତି । କିଛି ବ୍ୟକ୍ତି କସରତ କରିବା ପାଇଁ ସକାଳୁ ଯାଉଛନ୍ତି ତ କିଛି ବ୍ୟକ୍ତି ସନ୍ଧ୍ୟାରେ ଯାଇଥାନ୍ତି । ସନ୍ଧ୍ୟାରେ ଯିବା ବ୍ୟକ୍ତି କିଛି ଖାଇ ଯାଇଥାନ୍ତି । କିନ୍ତୁ ଯେଉଁମାନେ ସକାଳେ ଆଖଡାକୁ ଯାଇଥାନ୍ତି, ସେମାନେ ଖାଲି ପେଟରେ ହିଁ ଆଖଡା ଚାଲିଯାନ୍ତି ।

ଅତ୍ୟଧିକ ଖାଦ୍ୟ ହାନିକାରକ ଅଟେ :

ଲୋକେ ଆଖଡା ଯାଇ ବହୁତ କସରତ କରିଥାନ୍ତି । ଏହା ଶରୀର ପାଇଁ ହାନିକାରକ ଅଟେ । ଏହିପରି କରିବା ଦ୍ୱାରା ଶରୀର ଦୁର୍ବଳ ହୋଇପଡେ ଏବଂ ସୁସ୍ଥସବଳ ଶରୀର ମଧ୍ୟ ହୋଇନଥାଏ । ଆଖଡା ବିଶେଷଜ୍ଞଙ୍କ କହିବା ଅନୁସାରେ, ଖାଲି ପେଟରେ କସରତ କରିବା ହାନିକାରକ ଅଟେ କିନ୍ତୁ ପେଟଭର୍ତି ଖାଦ୍ୟ ଖାଇ କସରତ କରିବା ମଧ୍ୟ ଉଚିତ୍ ନୁହେଁ । ଆଖଡା ଯିବା ପୂର୍ବରୁ କିଛି ହାଲ୍କା ଖାଇ ଆଖଡାକୁ ଯିବା ଶରୀର ପାଇଁ ଭଲ ହୋଇଥାଏ । ଏହା ସହ କିଛି ଶକ୍ତି ଯୋଗାଉଥିବା ପାନୀୟ (Energy Drink) ମଧ୍ୟ ନିଶ୍ଚିତ ସେବନ କରି ଯାଆନ୍ତୁ ।

ଏହା ଖାଇ ଯାଆନ୍ତୁ :

କର୍ଣ୍ଣ ଫ୍ଲେକ୍ସ :

କର୍ଣ୍ଣ ଫ୍ଲେକ୍ସ ଖାଇବା ପାଇଁ ସ୍ଵାଦିଷ୍ଟ ହୋଇଥାଏ ଏବଂ ଏଥିରେ ଭରପୁର ମାତ୍ରାରେ ପ୍ରୋଟିନ ସହ ଅନ୍ୟ ପୋଷାକ ତତ୍ୱ ରହିଛି । ଆପଣ ଏହାର ସେବନ କ୍ଷୀର ସହ ଗ୍ରହଣ କରନ୍ତୁ । ଏହାର ସ୍ଵାଦର ବଢାଇବା ପାଇଁ ଏଥିରେ ଫଳ ମଧ୍ୟ ମିଶାଇ ପାରିବେ । ଏହାକୁ ଖାଇବା ଦ୍ୱାରା ପେଟ ଅଧିକ ଭରି ହୋଇନଥାଏ ଏବଂ ସହଜରେ କସରତ ମଧ୍ୟ କରିପାରିବେ ।

କ୍ଷୀର ଏବଂ ଓଟସ :

ଏହା ଶରୀର ପାଇଁ ଲାଭଦାୟକ ଅଟେ । ଏହାକୁ ଖାଇବା ଦ୍ୱାରା ଦିନ ତମାମ ଶରୀର ଉର୍ଜାରେ ଭରି ହୋଇରହିଥାଏ । କସରତ କରିବା ପୂର୍ବରୁ କ୍ଷୀର ଏବଂ ଓଟସର ସେବନ କରିବା ଉଚିତ୍ ଅଟେ ।

ଲସି କିମ୍ବା କ୍ଷୀର :

ଯଦି ସକାଳ ସମୟରେ କିଛି ଖାଇବା ପାଇଁ ଇଛା ନ ହୁଏ, ତେବେ ଆପଣ ଲସି କିମ୍ବା କ୍ଷୀର ପିଇ ପାରିବେ । ଏହାପରେ ଆଖଡା ଯାଇ କସରତ କରିବା ଆପଣଙ୍କ ଶରୀର ପାଇଁ ଲାଭଦାୟକ ହୋଇଥାଏ ।

ମୁଗ ଡାଳିର ଦୋସା :

ବିନା ଜଳଖିଆ ଖାଇ କସରତ କରିବା ଉଚିତ୍ ନୁହେଁ କିନ୍ତୁ ଅତ୍ୟଧିକ ଜଳଖିଆ ମଧ୍ୟ ଶରୀର ପାଇଁ ହାନିକାରକ ଅଟେ । କସରତ କରିବା ପାଇଁ ଯିବା ପୂର୍ବରୁ ସାଧା ମୁଗ ଡାଳିର ଦୋସା ଖାଇ କସରତ କରିଲେ ଶରୀର ପାଇଁ ହିତକର ହୋଇଥାଏ ।

ପନିର ସେଣ୍ଡବିଚ :

ଏହା କାର୍ବୋହାଇଡ୍ରେଟରେ ଭରପୁର ଅଟେ ଏବଂ ଏଥିରେ ପ୍ରୋଟିନର ପରିମାଣ ମଧ୍ୟ କମ ଅଟେ । ପନିରରେ ଏହି ଦୁଇଟି ଜିନିଷ ସନ୍ତୁଳିତ ମାତ୍ରାରେ ରହିଛି । ଏହାକୁ କମ ସମୟ ମଧ୍ୟରେ ପ୍ରସ୍ତୁତ ହୋଇପାରିବ ଏବଂ ଏହା ସ୍ଵାଦିଷ୍ଟ ମଧ୍ୟ ଅଟେ ।