ନର୍ସ ଯୁବକକୁ ପଟେଇଲା ଫେସବୁକରେ ଓ ଘରକୁ ଡାକି କହିଲା – ଯେମିତି ମୁଁ କହୁଛି ସେମିତି ହିଁ କର ନହେଲେ….

Spread the love

“ନର୍ସ ସବୁବେଳେ ରୋଗ, ଆଘାତ ଏବଂ ବୃଦ୍ଧଙ୍କର ସେବା କରିବା ପାଇଁ ପ୍ରସ୍ତୁତ ଥାନ୍ତି ।” ନର୍ସ ଭଲ ପାଇବା ଏବଂ ମମତା ସହିତ ରୋଗୀମାନଙ୍କର ଦେଖାଶୁଣା କରନ୍ତି । ତାଙ୍କର ସାହାସ ବଢାନ୍ତି ଏବଂ ତାଙ୍କର ରକ୍ଷା କରନ୍ତି । ଅନ୍ୟ ପଟେ ଆଜିର ଏହି ସାଂପ୍ରତିକ ଯୁଗରେ ବେଳେ ବେଳେ ଆମ ସାମନାରେ ଏମିତି କିଛି ଘଟଣା ଘଟିଥାଏ, ଯାହାକୁ ଦେଖିବା ପରେ ଆମ ମୁଣ୍ଡରେ ଯେଉଁ ଡାକ୍ତର କିମ୍ବା ନର୍ସର ଛବି ରହିଥାଏ ତାହା ସଂପୂର୍ଣ୍ଣ ରୂପରେ ବଦଳି ଯାଏ ।

ଆଜି ଆମେ ଆପଣଙ୍କ ସାମନାରେ ଏମିତି ଏକ ଘଟଣା ନେଇ ଆସିଛୁ, ଯାହା ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପୁଛି । ସୂଚନା ଅନୁସାରେ, ଏହି ଘଟଣା ପଞ୍ଜାବର କଂଗନୱାଲ ଅଞ୍ଚଳର ଅଟେ । ଯେଉଁଠି ଅବୈଧ ସମ୍ବନ୍ଧ କାରଣରୁ ଜଣେ ନର୍ସ ଇଂଜେକ୍ଶନ ଲଗାଇ ଯୁବକର ପ୍ରାଇୱେଟ ପାର୍ଟକୁ କାଟି ଦେଇଛନ୍ତି । ବୋଧେ କେହି ଚିନ୍ତା ବି କରିପାରି ନ ଥିବେ କି କେହି ଏହିଭଳି କାମ କରିପାରିବ !

ସୂଚନା ଅନୁସାରେ, ଏକ ମହିଳା ନର୍ସ ଜଣେ ଯୁବକଙ୍କ ସହ ପ୍ରେମ ସମ୍ବନ୍ଧରେ ଥିଲା । ଦୁଇ ଦିନ ପୂର୍ବରୁ ହିଁ ନର୍ସ ଯୁବକକୁ ଡାକିଲା ଏବଂ ବିବାହ କରିବା ପାଇଁ କହିଲା । କିନ୍ତୁ ଯୁବକ ଜଣକ ମନା କରିଦେଲା । ଏହା ପରେ ନର୍ସ ଧୋକାରେ, ସେହି ଯୁବକକୁ ବେହୋସର ଇଂଜେକ୍ଶାନ ଲଗାଇ ଯୁବକର ପ୍ରାଇୱେଟ ପାର୍ଟକୁ କାଟି ଫେରାର ହୋଇଗଲା । ସୂଚନା ପାଇ ପୁଲିସ ପହଞ୍ଚି ଯୁବକକୁ ହସ୍ପିଟାଲରେ ଭର୍ତ୍ତି କରାଇଲେ ।

ଯୁବକର ଅବସ୍ଥା ଖରାପ ଅଛି । ପୁଲିସ ଆରୋପି ନର୍ସକୁ ଖୋଜୁଛନ୍ତି ।

ସୂଚନା ଅନୁସାରେ କଂଗନୱାଲ ସ୍ଥିତ ଶମଶେର୍ କଲୋନୀର ନିବାସୀ ଯୁବକର ପିତା ପୁଲିସରେ କେସ କରି ଆରୋପ ଲଗାଇଛନ୍ତି କି, କଂଗନୱାଲ ଅଞ୍ଚଳର ନର୍ସ ନିଜର ପ୍ରଥମ ସ୍ଵାମୀ ସହ ବିବାଦ ଚାଲୁଥିଲା । ଏହା ପରେ ସେ ତାଙ୍କର ପୁଅ ସହିତ ପ୍ରେମ ସମ୍ବନ୍ଧ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ସେ ମନା କରି ଦେଲା । ଯୁବକର ପିତା କହିଲେ କି, ନର୍ସ ଶୁକ୍ରବାର ଦିନ ଫୋନ କରି ତାଙ୍କ ପୁଅକୁ ଏକକୀ କଲୋନୀକୁ ଡାକିଥିଲା ।

ଏହାପରେ ନର୍ସ ଜଣକ ଯୁବକକୁ ଗୋଟିଏ ରୁମରେ ନେଇ ତାହା ସହିତ ଶାରୀରିକ ସମ୍ବନ୍ଧ କରିବାକୁ ଚେଷ୍ଟା କରିଲା । ଯୁବକ ଜଣକ ମନା କରିବାରୁ ନର୍ସ ତାକୁ ନିଶାର ଇଞ୍ଜେକସନ ଲାଗାଇଦେଲା ।

ଏହା ପରେ ଯୁବକ ଜଣକ ଚେତାଶୁନ୍ୟ (ବେହୋସ) ହୋଇଯାଇଥିଲା । ଏହାପରେ ନର୍ସ ନିଜର ସାଥିମାନଙ୍କ ସହ ମିଶି ଯୁବକର ଗୁପ୍ତାଂଗ କାଟି ଦେଇ ଯୁବକକୁ ବେହୋସ ଅବସ୍ଥାରେ ଛାଡି ଫେରାର ହୋଇଯାଇଥିଲା । ଏହାପରେ ଯୁବକ ଜଣକ ଘରକୁ ଫୋନ କରିବାରୁ ପରିବାର ଏବଂ ପୁଲିସ ସେହି ସ୍ଥାନରେ ପହଞ୍ଚି ଯୁବକକୁ ହସ୍ପିଟାଲରେ ଭର୍ତ୍ତି କରିଲେ ।