ଯାଆଁଳା ସନ୍ତାନ ଯୋଗୁଁ ଖୁସିରେ ପାଗଳ ହୋଇଯାଇଥିଲେ, କିନ୍ତୁ ଡି.ଏନ୍.ଏ ରିପୋର୍ଟ ଯେତେବେଳେ ଆସିଲା…..

Spread the love

ଜଣେ ମହିଳା ଗୋଟିଏ ଥରରେ ଦୁଇ ପୁରୁଷଙ୍କ ଦ୍ଵାରା ଗର୍ଭବତୀ ହୋଇଗଲେ । ଏହା ସେ କୌଣସି ଯୋଜନା ମୁତାବକ କରି ନାହାନ୍ତି କିନ୍ତୁ ନିଜ ସ୍ୱାମୀକୁ ଠକି ଅନ୍ୟ ପୁରୁଷ ସହିତ ଗୋଟିଏ ରାତି ବିତାଇ ଥିଲେ । କଥାଟି ପଦାକୁ ଆସିଲା, ଯେତେବେଳେ ସେ ଯାଆଁଳା ଛୁଆକୁ ଜନ୍ମ ଦେଲେ । ଦୁଇ ଜଣ ଦେଖିବାକୁ ଅଲଗା ଅଲଗା । ତାଙ୍କ ସ୍ୱାମୀଙ୍କୁ ଗୋଟିଏ ପିଲାର ରୂପକୁ ଦେଖି ସନ୍ଦେହ ହେଲା । ଏହା ପରେ ପିଲାର ଡି.ଏନ୍.ଏ ପରୀକ୍ଷା କରାଗଲା ।

ଏହି ପରୀକ୍ଷା ପରେ ମହିଳା ଜଣଙ୍କ ସତ କହିଲେ, ସେ ସ୍ଵୀକାର କଲେ ଯେ ଅନ୍ୟ ଜଣେ ପୁରୁଷଙ୍କ ସହିତ ଗୋଟିଏ ରାତି ବିତାଇଥିଲେ ।ସତ୍ୟ ପଦାକୁ ଆସିବା ପୂର୍ବରୁ ତାଙ୍କ ସ୍ୱାମୀ ବାରମ୍ବାର ପଚାରିଥିଲେ । ଅଲଗା ଅଲଗା ପୁରୁଷ ଦ୍ଵାରା ଗୋଟିଏ ଥରରେ ଗର୍ଭବତୀ ହେବା ବିରଳ ଅଟେ ।

ଏହି ଘଟଣାଟି ଚୀନର ଜିଆମେନ ସହରର । ଚୀନର ଏକ ଖବର କାଗଜରୁ ଜଣାପଡିଛି, ଯେତେବେଳେ ଯାଆଁଳା ପିଲାଙ୍କର ରେଜିଷ୍ଟ୍ରେସନ୍ ପାଇଁ ସେଠାରେ ପହଁଚିଲେ ସେତେବେଳେ ପୁରା ଘଟଣା ସାମ୍ନାକୁ ଆସିଥିଲା । ଜନ୍ମ ରେଜିଷ୍ଟ୍ରେସନ୍ ପୂରଣ କରିବା ପାଇଁ ପେଟରନେଟି ଟେଷ୍ଟ ପାଇଁ ଡି.ଏନ୍.ଏ ପରୀକ୍ଷା କରାଗଲା, ଜଣାଗଲା ଯେ ଦୁଇ ପିଲାର ବାପା ଅଲଗା ଅଲଗା ଅଟନ୍ତି ।

ଫୁଜିଆନା ଫୋରସିକ ଚିହ୍ନଟ କେନ୍ଦ୍ରର ନିର୍ଦ୍ଦେଶକ କହିଛନ୍ତି; ଦୁଇଟି ପିଲାଙ୍କ ମଧ୍ୟରୁ ଗୋଟିଏ ପିଲା ସହି ବାପଙ୍କର ଡି.ଏନ୍.ଏ ମିଶୁ ନାହିଁ । ଅର୍ଥାତ ପିଲାଟିର ବାପା ଅନ୍ୟ କେହି ଅଟେ । ଡି.ଏନ୍.ଏ ରିପୋର୍ଟ ଶୁଣିବାପରେ ପତି ବହୁତ ରାଗି ଯାଇଥିଲେ ଏବଂ ପତ୍ନୀଙ୍କ ଠାରୁ ସତ କଣ ଜାଣିବା ପାଇଁ ଚାହୁଁଥିଲେ ।

ପ୍ରଥମେ ପତ୍ନୀ ସତକୁ ମାନିଲେ ନାହିଁ । କାହା ସହିତ ମୋର କିଛି ସମ୍ପର୍କ ନାହିଁ କହିଥିଲେ ଏବଂ ସ୍ୱାମୀକୁ କହିଲେ ତୁମେ ମିଛ ରିପୋର୍ଟ କରିଛ । କିନ୍ତୁ ସ୍ୱାମୀ ବାରମ୍ବାର ପଚାରିବାରୁ ସ୍ତ୍ରୀ ସତକୁ ସ୍ୱୀକାର କରିଲେ ଓ କହିଲେ, ସେ ଅନ୍ୟ ଜଣେ ପୁରୁଷ ସହ ତାଙ୍କର ଶାରୀରକ ସମ୍ପର୍କରେ ଥିଲା ।

ତାଙ୍କ ସ୍ଵାମୀ କହିଲେ; ମୁଁ କେବଳ ମୋ ସନ୍ତାନର ହିଁ ଲାଳନ ପାଳନ କରିବି କିନ୍ତୁ ଅନ୍ୟ ପିଲାର ନୁହେଁ । କହିବା ପାଇଁ ଚାହୁଁଛୁ ଯେ, ଗୋଟିଏ ଦିନରେ ଦୁଇଟି ପୁରୁଷ ସହ ସମ୍ପର୍କ ରଖିଲେ ଦ୍ଵିତୀୟ ଗର୍ଭ ସଞ୍ଚାର ହେବ କିନ୍ତୁ ଏହିପରି ଦୁଇ ଗର୍ଭ ରହିବା କେବଳ ଉପବାଦ ଛଡା ଆଉ କିଛି ନୁହେଁ ।