ପ୍ରଥମ ଥର ପାଇଁ ମିଡ଼ିଆ ସମ୍ମୁଖକୁ ଆସିଲେ ଦିବ୍ୟାଭାରତୀଙ୍କ ସାବତ ପୁଅ । ସୁନ୍ଦରତାରେ ବଡ ବଡ ହିରୋଙ୍କୁ ମଧ୍ୟ ପଛରେ ପକେଇଛନ୍ତି !

Spread the love

ଦିବ୍ୟା ଭାରତୀ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଏମିତି ଏକ ଅଭିନେତ୍ରୀ ଥିଲେ ଯିଏ ବହୁତ କମ ବୟସରେ ହିଁ ଇଣ୍ଡଷ୍ଟ୍ରିରେ ନିଜ ପରିଚୟ ସୃଷ୍ଟି କରି ପାରିଥିଲେ । ସେ ବହୁତ ହିଟ୍ ଫିଲ୍ମ ଗୁଡ଼ିକରେ କାମ କରିଥିଲେ । ଦିବ୍ୟା ସୁନ୍ଦର ହେବା ସଙ୍ଗେ ସଙ୍ଗେ ବହୁତ ଜ୍ଞାନୀ ମଧ୍ୟ ଥିଲେ । ଯେହେତୁ, ତାଙ୍କ ଚଳଚିତ୍ର ଜୀବନ ବହୁତ ଛୋଟ ଥିଲା କିନ୍ତୁ ଏହି ସମୟରେ ମଧ୍ୟ ସେ କେତେକ ସୁପର ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । ଆପଣଙ୍କୁ କହି ରଖୁଛୁ ଯେ, ଦିବ୍ୟା ଭାରତୀଙ୍କ ମୃତ୍ୟୁ ପାଞ୍ଚ ମହଲା କୋଠା ଘରରୁ ତଳେ ପଡିବା ଦ୍ୱାରା ହୋଇଥିଲା । ଯାଞ୍ଚ କରାଯାଇଥିଲା ଓ ଯାଞ୍ଚ ପରେ ପୋଲିସ ଦିବ୍ୟାଙ୍କ ମୃତ୍ୟୁକୁ ଏକ ସାଧାରଣ ଦୁର୍ଘଟଣା ବୋଲି କହିଥିଲେ । କିନ୍ତୁ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଆଜି ପର୍ଯ୍ୟନ୍ତ ଜାଣିପଡି ନାହିଁ । କେତେକ ଲୋକଙ୍କ ଧାରଣା ଏହା ଯେ, ଦିବ୍ୟାଙ୍କ ମୃତ୍ୟୁ ଦୁର୍ଘଟଣା ନୁହେଁ ବରଂ ଏକ ଷଡ଼ଯନ୍ତ୍ର ଥିଲା । ଆଉ କେତେକ ଲୋକ କହନ୍ତି ଯେ, ମଦ ପିଇ ସେ ନିଜକୁ ନିୟନ୍ତ୍ରଣ କରି ପାରିଲେ ନାହିଁ ଓ ମହଲାର ଝରକାରୁ ତଳେ ପଡ଼ିଗଲେ । କେତେ ଜଣ ଦିବ୍ୟାଙ୍କ ସ୍ୱାମୀଙ୍କୁ ହିଁ ତାଙ୍କ ମୃତ୍ୟୁର କାରଣ ବୋଲି ଭାବନ୍ତି । ଦିବ୍ୟାଙ୍କ ମୃତ୍ୟୁ କେବଳ ବଲିଓଡ଼ ନୁହେଁ ବରଂ ପୁରା ଦୁନିଆ ପାଇଁ ଏକ ଝଟକା ଥିଲା । ଏତେ କମ ବୟସରେ ସୁନ୍ଦରୀ ଓ ଚତୁର ନାୟିକାଙ୍କ ଚାଲି ଯିବା ବଲିଓଡ଼ ପାଇଁ ବହୁତ ବଡ଼ କ୍ଷତି ଥିଲା ।

ଚର୍ଚ୍ଚିତ ନିର୍ମାତାଙ୍କ ସହିତ ବିବାହ କରିଥିଲେ :

ଦିବ୍ୟା ଭାରତୀଙ୍କ ଜନ୍ମ ୨୫ ଫେବୃଆରୀ, ୧୯୭୪ ମସିହାରେ ହୋଇଥିଲା । ବହୁତ କମ ବୟସରେ ବଲିଓଡ଼କୁ ଆସିଥିଲେ ଓ ନିଜ କ୍ୟାରିୟରର ଆରମ୍ଭରେ ସେ ଚର୍ଚ୍ଚିତ ନିର୍ମାତା ସାଜିଦ ନାଡ଼ିୟା ୱାଲଙ୍କ ସହିତ ବିବାହ କରିଥିଲେ । ସାଜିଦ ଓ ଦିବ୍ୟାଙ୍କ ବିବାହ ୧୯୯୨ ମସିହାରେ ହୋଇଥିଲା । ଦୁଇଜଣ ପରସ୍ପରକୁ ବହୁତ ଭଲ ପାଉଥିଲେ । ଗୋଟିଏ ଇଣ୍ଟରଭ୍ୟୁରେ ନିଜେ ଦିବ୍ୟା ସାଜିଦଙ୍କ ପାଇଁ ନିଜ ଭଲ ପାଇବା ବିଷୟରେ କହିଥିଲେ । ଦୁଇ ଜଣ ପରସ୍ପର ସହିତ ଏକ ଆନନ୍ଦମୟ ଜୀବନ ଅତିବାହିତ କରୁଥିଲେ କିନ୍ତୁ ତାଙ୍କର ଏହି ଖୁସି ବହୁତ ସମୟ ରହିପାରି ନଥିଲା ।

୫ ଅପ୍ରେଲ ୧୯୯୩ରେ ଦିବ୍ୟା ତାଙ୍କ ଘରେ ପାର୍ଟି ରଖିଥିଲେ ଏବଂ ତାଙ୍କ କିଛି ସାଙ୍ଗମାନଙ୍କୁ ଡାକିଥିଲେ । କୁହାଯାଏ କି ପାର୍ଟିରେ ଦିବ୍ୟା ବହୁତ ମଦ ପିଇଥିଲେ । ସେ ତାଙ୍କ ଫ୍ଲାଟର ଝରକାରେ ବସି ମଦ ପିଉଥିଲେ ହଠାତ ସେତିକି ବେଳେ ସେ ନିୟନ୍ତ୍ରଣ ହରାଇ ବସିଲେ ଓ ସେ ତଳେ ଖସି ପଡି ଯାଇଥିଲେ । ତଳେ ପଡିବା ମାତ୍ରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଦିବ୍ୟାଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀ ସାଜିଦଙ୍କୁ ଗଭୀର ଝଟକା ଲାଗିଲା ଓ ସେ ବହୁତ ଦୁଃଖ ଅନୁଭବ କଲେ । ଏହି ଘଟଣାର ବହୁତ ବର୍ଷ ପର୍ଯ୍ୟନ୍ତ ସାଜିଦ ଏକା ରହିଥିଲେ ଓ ପରେ ୨୦୦୦ ମସିହାରେ ସେ ବର୍ଦ୍ଧା ଖାନଙ୍କ ସହିତ ଦ୍ୱିତୀୟ ବିବାହ କରିଥିଲେ । ବର୍ଦ୍ଧା ଓ ସାଜିଦଙ୍କ ଦୁଇଟି ସନ୍ତାନ ଅଛନ୍ତି; ଯାହାଙ୍କ ନାମ ସୁଭାନ ଓ ସୁଫିୟାନ ଅଟେ ।

ବହୁତ ସୁନ୍ଦର ଅଟନ୍ତି ସୁଭାନ :

ସେମିତି ଦେଖିବାକୁ ଗଲେ ସୁଭାନ, ଦିବ୍ୟା ଭାରତୀଙ୍କ ସାବତ ପୁଅ ଅଟନ୍ତି । ଅନ୍ୟ ଷ୍ଟାର କିଡ୍ସ ମାନଙ୍କ ପରି ସୁଭାନଙ୍କୁ ଲାଇମ ଲାଇଟରେ ରହିବା ପସନ୍ଦ ନୁହେଁ । ସେ ବହୁତ କମ ମିଡ଼ିଆ ସାମନାକୁ ଆସନ୍ତି । ଏମିତିରେ ଆମେ ଆପଣଙ୍କୁ ସୁଭାନ ନାଡ଼ିୟା ୱାଲାଙ୍କ ଏକ ଫୋଟୋ ନେଇ ଆପଣଙ୍କ ସାମ୍ନାକୁ ଆସିଛୁ । ବର୍ତ୍ତମାନ ନିକଟରେ ହିଁ ସୁଭାନ ଏୟାର ପୋର୍ଟ ବା ବିମାନ ଘାଟିରେ ନିଜ ପିତା ସାଜିଦ, ମାଆ ବର୍ଦ୍ଧା ଓ ଛୋଟ ଭାଇ ସୁଫିୟାନଙ୍କ ସହିତ ଦେଖାଯାଇଛନ୍ତି । ସୁଭାନଙ୍କ ଫୋଟୋ ଗୁଡିକ ସୋସିଆଲ ମିଡ଼ିଆରେ ଭାଇରଲ ହେବାକୁ ଲାଗିଥିଲା । ଏହାପରେ ଲୋକେ ତାଙ୍କର ସୁନ୍ଦର ଲୁକ ପାଇଁ ବହୁତ ପ୍ରସଂଶା କରିଛନ୍ତି । ପ୍ରସଂଶା କରିବା ମଧ୍ୟ ଦରକାର କାରଣ ପ୍ରକୃତରେ ତାଙ୍କର ଲୁକ୍ ମାମଲାରେ ସେ କୌଣସି ବଲିଓଡ଼ ହିରୋଙ୍କ ଠାରୁ କମ ନ ନୁହେଁ ଏବଂ ବରୁଣ ଓ ରଣବିରଙ୍କ ପରି ହେଣ୍ଡସମ ଷ୍ଟାରମାନେ ମଧ୍ୟ ତାଙ୍କ ସାମନାରେ ଫିକା ପଡ଼ିଯିବେ । ଆପଣଙ୍କୁ କହି ରଖୁଛୁ ଯେ, ସୁଭାନଙ୍କ ବୟସ ବର୍ତ୍ତମାନ ମାତ୍ର ୧୫ ବର୍ଷ ଅଟେ । ଏହି ଛୋଟ ବୟସରେ ହିଁ ସୁଭାନ ବଡ଼ ବଡ଼ ସିନେ ତାରକାଙ୍କୁ ସୁନ୍ଦରତାରେ ପଛରେ ପକାଇ ଦେଉଛନ୍ତି । ଏହି କଥାଟି କିଛି ଆଶ୍ଚର୍ଯ୍ୟ ନୁହେଁ ଯେ, ତାଙ୍କର ଯଦି କୌଣସି ଫିଲ୍ମ ଆସେ; ତେବେ ସେ ଲୋକମାନଙ୍କୁ ନିଜର ସମର୍ଥକ କରିପାରିବେ । ସୁଭାନଙ୍କୁ ଦେଖିବା ପରେ ଆପଣଙ୍କ କଣ ମତାମତ Comment Boxରେ ଜାଣନ୍ତୁ ।