ସୁନ୍ଦରତାରେ ଦିବ୍ୟାଭାରତୀଙ୍କୁ ମଧ୍ୟ ପଛରେ ପକେଇ ଦେବେ ତାଙ୍କ ସାନ ଭଉଣୀ, ଦେଖନ୍ତୁ ଫୋଟ ।

Spread the love

୯୦ ଦଶକରେ ଗୋଟିଏ ଚେହେରା ସମ୍ମୁଖକୁ ଆସିଥିଲା, ଯିଏ କୋଟି କୋଟି ହୃଦୟରେ ରାଜ୍ କରିଥିଲା କିନ୍ତୁ ବହୁତ କମ ସମୟରେ ସେହି ସୁନ୍ଦର ଚେହେରା ଉଭେଇ ଗଲା ଏହି ଦୁନିଆରୁ । ସେହି ସୁଲଳିତ ସୁନ୍ଦର ଅଭିନେତ୍ରୀ ହେଉଛନ୍ତି ଦିବ୍ୟାଭାରତି, ଯାହାର ରହସ୍ୟମୟ ମୃତ୍ୟୁର ପ୍ରହେଳିକା ଆଜି ପର୍ଯ୍ୟନ୍ତ ସମାଧାନ ହୋଇନାହିଁ । ଆଜି ମଧ୍ୟ ଦିବ୍ୟାର ନାମ ଆସିଲେ ତାଙ୍କ ସମର୍ଥକ ମାନେ ଦୁଃଖିତ ହୋଇଯାନ୍ତି, କାରଣ ବହୁତ କମ ସମୟରେ ସଫଳତା ହାସଲ କରି ସେ ଏହି ଦୁନିଆ ଛାଡି ଚାଲିଗଲେ । ଏବେ ସୌନ୍ଦର୍ଯ୍ୟର ନୂଆ ମିଶାଲ ନେଇ ଆସିଛନ୍ତି, ଦିବ୍ୟାଭାରତୀଙ୍କ ସାନ ଭଉଣୀ କାୟନାତ ଅରୋଡା, ଯାହାର କିଛି ଫୋଟ ଗତବର୍ଷ ଚାରିଆଡେ ବହୁତ ବ୍ୟାପିଥିଲା ।

କିଛି ସମୟ ଆଗରୁ ଗୋଟିଏ ଗୋଟିଏ ଫୋଟ ଚାରିଆଡେ ଘୁରି ବୁଲୁଥିଲା, ଯହିଁରେ ଏକ ସୁନ୍ଦର ଝିଅ ପୋଲିସ ପୋଷକରେ ଦେଖା ଦେଇଥିଲା । ସୋସିଆଲ ମିଡ଼ିଆରେ ତାଙ୍କର ବହୁତ ଚର୍ଚ୍ଚା ହୋଇଥିଲା ଏବଂ ଲୋକେ ବହୁତ ମତାମତ ମଧ୍ୟ ଦେଇଥିଲେ କିନ୍ତୁ ଲୋକମାନଙ୍କ ମୁହଁ ସେତେବେଳେ ବନ୍ଦ ହେଲା, ଯେତେବେଳେ କାୟନାତ ଅରୋଡା ତାଙ୍କ ଏହି ପୋଲିସ ପୋଷକ ଫୋଟର ସତ ସମସ୍ତଙ୍କୁ କହିଲେ ।

କାୟନାତ ଅରୋଦ ଜଣେ ମଡେଲ ଓ ପଞ୍ଜାବ ଚଳଚ୍ଚିତ୍ରର ଅଭିନେତ୍ରୀ ଏବଂ ପୋଲିସ ପୋଷକରେ ସେ ତାଙ୍କ ଫିଲ୍ମ “ଜଗ୍ଗା ଯେଉନ୍ଦା”ର ସୁଟିଂର ଏକ ଦୃଶ୍ୟ ଥିଲା, ଯେଉଁଥିରେ ସେ “ଏସଏଚଓ”ରେ ମଧ୍ୟ ଥିଲେ । ସୁଟିଂ ସମୟରେ କିଏ ପୋଲିସ ପୋଷକରେ ତାଙ୍କର ଫୋଟ ଉଠାଇ ସୋସିଆଲ ମିଡ଼ିଆରେ ସେୟାର କରି ଦେଇଥିଲେ ଏବଂ ଫୋଟଟି ଚାରିଆଡେ ବ୍ୟାପି ଯାଇଥିଲା ।

କାୟନାତ ତାଙ୍କ ଇଂଷ୍ଟଗ୍ରାମରେ ନିଜର ଏକ ଫୋଟ ସେୟାର କରିଛନ୍ତି ଏବଂ କହିଲେ ଯେ, ଏହି ଫୋଟଟି ତାଙ୍କର ଆଗାମୀ ଫିଲ୍ମର । ସେ କୌଣସି ପୋଲିସବାଲି ନୁହଁନ୍ତି ବରଂ ଜଣେ ଅଭିନେତ୍ରୀ ଯିଏ କି ପୋଲିସର ଭୂମିକାରେ ଅଭିନୟ କରୁଛନ୍ତି । ସେ ତାଙ୍କର ଏହି ଫିଲ୍ମ ଓ ନିଜ ଚରିତ୍ର ନାମ ମଧ୍ୟ ଲୋକମାନଙ୍କ ସହ ସେୟାର କରିଛନ୍ତି । ଦିବ୍ୟାଭାରତୀଙ୍କ ଏହି କକା ଝିଅ ସାନ ଭଉଣୀ କାୟନାତ ଅରୋଡା ୧୯୮୬ ଡିସେମ୍ବର ୨ରେ ଉତ୍ତରପ୍ରଦେଶର ସହାରାନପୁରରେ ଜନ୍ମ ହୋଇଥିଲେ । ସେ ବଲିଉଡ଼ର ଅନେକ ଚଳଚ୍ଚିତ୍ରରେ ଆବିର୍ଭାବ କରିଛନ୍ତି ଏବଂ ବଲିଉଡର ଫିଲ୍ମରେ କାମ କାରିବାକୁ ଇଛୁକ ଅଛନ୍ତି ।

୧୯୯୨ ମସିହାରେ ଦିବ୍ୟାଭାରତୀକୁ ଡ୍ରିମଗାର୍ଲ ହେମାମାଳିନୀ ଗୋଟିଏ ଉତ୍ସବରେ ଦେଖିଥିଲେ ଏବଂ ନିଜ ଚଳଚ୍ଚିତ୍ର ‘ଦିଲ ଆଶନ ହେ’ ପାଇଁ ପସନ୍ଦ କଲେ । ଏହି ଫିଲ୍ମରେ ତାଙ୍କୁ ଶାହରୁଖ ଖାନଙ୍କ ସହ ଚୟନ କରାଯାଇଥିଲା । କିନ୍ତୁ ଏହି ଫିଲ୍ମ ପୂର୍ବରୁ ଶାହରୁଖ ଖାନ, ଋଷି କପୁର ଓ ଦିବ୍ୟା ଭାରତୀଙ୍କ ଅଭିନୀତ ଫିଲ୍ମ “ଦିୱାନ” ପ୍ରଥମେ ରିଲିଜ ହେଲା । ଏହି ଫିଲ୍ମଟି ବକ୍ସ ଅଫିସରେ ବହୁତ ଧମାଲ କରିଥିଲା ଏବଂ ଏହି ଫିଲ୍ମରୁ ଶାହରୁଖ ଏବଂ ଦିବ୍ୟାଭାରତୀ ପ୍ରଥମ ଆବିର୍ଭାବ କରିଥିଲେ । ଏହା ପରେ ତାଙ୍କର ସୁନ୍ଦରତା ଆଗରେ ଦର୍ଶକ ମାଧୁରୀ ଦୀକ୍ଷିତ ଓ ଶ୍ରୀଦେବୀଙ୍କ ଭଳି ସୁନ୍ଦର ଅଭିନେତ୍ରୀଙ୍କୁ ଭୁଲି ଗଲେ । ଦିବ୍ୟାଙ୍କ ଚାହିଦାକୁ ଦେଖି ନିର୍ଦ୍ଦେଶକମାନେ ମଧ୍ୟ ତାଙ୍କୁ ଆବିର୍ଭାବ କରିବାକୁ ଚାହୁଁଥିଲେ । ଦିବ୍ୟାଭାରତୀ ବଲିଉଡରେ “ଗୀତ”, “ଶୋଲ ଅର ଶୱନମ”, “ରଙ୍ଗ”, “ଦିଲ କା କ୍ୟା କସୁର”, “ବଲଵାନ”, “ବିଶ୍ୱତ୍ମା”, “ଦିଲ ହି ତ ହେ” ଏବଂ “ଜାନ ସେ ପ୍ୟାରା” ଭଳି ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ଦିବ୍ୟାଙ୍କ ପାଖରେ ଫିଲ୍ମର ଲାଇନ ଲାଗିଥିଲା କିନ୍ତୁ ୧୯୯୩ରେ ଦିବ୍ୟାଙ୍କ ହଠାତ ମୃତ୍ୟୁର ଖବର ମିଡ଼ିଆରେ ଆସି ଚାରିଆଡେ ଚଞ୍ଚଲ୍ୟ ସୃଷ୍ଟି କରି ଦେଇଥିଲା ।