ଏହି କ୍ରିକେଟରଙ୍କ ପ୍ରେମରେ ପଡ଼ିଥିଲେ ଦିନେଶ କାର୍ତିକଙ୍କ ପତ୍ନୀ, ଗର୍ଭବତୀ ସମୟରେ ହିଁ ବିବାହ କରି ନେଇଥିଲେ ।

Spread the love

ଭାରତୀୟ କ୍ରିକେଟ ଦଳର ଅନୁଭବୀ ଉଇକେଟ କିପର ଦିନେଶ କାର୍ତିକଙ୍କୁ ବିଶ୍ୱକପ ଦଳରେ ସାମିଲ ହୋଇଛନ୍ତି । ଦିନେଶଙ୍କୁ ଭାରତୀୟ ଦଳର ୧୫ଜଣ ସଦସ୍ୟଙ୍କ ମଧ୍ୟରେ ସାମିଲ କରାଯାଇଛି କିନ୍ତୁ ସେ ଧୋନୀଙ୍କ ଅନୁପସ୍ଥିତିରେ ହିଁ ଖେଳି ପାରିବେ । ଏହା ନିଜେ ଦିନେଶ କାର୍ତ୍ତିକ ସ୍ୱୀକାର କରିଛନ୍ତି ଯେ, ତାଙ୍କର ବିଶ୍ୱକପରେ ସାମିଲ ହେବା ଆଶା ଖୁବ୍ କ୍ଷୀଣ ଥିଲା । କାରଣ ସେ ଧୋନୀଙ୍କ ଭଳି ମ୍ୟାଚ ଖେଳି ପାରିବେ ନାହିଁ । ଏଠାରେ ଆମେ ଦିନେଶ କାର୍ତିକଙ୍କ ପ୍ରଫେସନ ଲାଇଫ ବିଷୟରେ ନୁହେଁ ନିଜସ୍ୱ ବିଷୟରେ କିଛି କହିବା ପାଇଁ ଚାହୁଁଛୁ । ଆସନ୍ତୁ ଜାଣିବା ଆଜିର ଏହି ଲେଖାରେ ଦିନେଶ କାର୍ତ୍ତିକଙ୍କ ବିଷୟରେ କଣ ସବୁ ରହିଛି ।

ଦିନେଶ କାର୍ତିକଙ୍କ ନିଜସ୍ୱ ଜୀବନ ଏବଂ ପ୍ରଫେସନ ଲାଇଫ ବିଶେଷ ଭଲ ନୁହେଁ । କ୍ରିକେଟ ପଡ଼ିଆରେ ଧୋନୀଙ୍କ ଉପସ୍ଥିତି ଯୋଗୁଁ ତାଙ୍କୁ ଖେଳିବା ପାଇଁ ସୁଯୋଗ କମ ମିଳିଥାଏ ଏବଂ ଅନ୍ୟ ପଟେ ନିଜସ୍ୱ ଜୀବନରେ ଖରାପ ପରିସ୍ଥିତ ଯୋଗୁଁ ସେ ବହୁତ ଦୁଃଖିତ ରହୁଛନ୍ତି । ଦିନେଶଙ୍କ ପ୍ରଥମ ବିବାହ ବହୁ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲା ଏବଂ ଦିନେଶଙ୍କ ପତ୍ନୀ ଦିନେଶଙ୍କ ବନ୍ଧୁଙ୍କ ସହ ହିଁ ବିବାହ କରି ନେଇଥିଲେ । ଏହାପରେ ଦିନେଶ କାର୍ତ୍ତିକ ବହୁତ ଦୁଃଖିତ ହୋଇ ପଡିଥିଲେ ଏବଂ ନିଜ ପତ୍ନୀଙ୍କ ଠାରୁ ଛାଡପତ୍ର ନେଇ ଥିଲେ । ଛାଡ଼ପତ୍ର ପରେ ଦିନେଶ ଜୀବନରେ ଆଗକୁ ବଢି ଦ୍ଵିତୀୟ ବିବାହ କରିଥିଲେ ।

ଦିନେଶ କାର୍ତ୍ତିକ ୨୦୦୭ରେ ନିକିତାଙ୍କ ସହ ବିବାହ କରିଥିଲେ :

ଦିନେଶ କାର୍ତ୍ତିକ ୨୦୦୭ରେ ନିକିତାଙ୍କ ସହ ବିବାହ କରିଥିଲେ । ବିବାହର କିଛି ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକ ଚାଲିଥିଲା । ୨୦୧୨ ମସିହାରେ ଦିନେଶଙ୍କ ପ୍ରଥମ ପତ୍ନୀ ଦ୍ୱିତୀୟ ବିବାହ କରି ନେଇଥିଲେ । ଯାହାଫଳରେ ଦିନେଶଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା ଏବଂ ଦିନେଶ ଅତ୍ୟନ୍ତ ଦୁଃଖିତ ହୋଇ ପଡ଼ିଥିଲେ । କିନ୍ତୁ ପରେ ନିଜକୁ ସମ୍ଭାଳି ଦ୍ଵିତୀୟ ବିବାହ କରିଥିଲେ ।

ମୁରଲୀ ବିଜୟଙ୍କ ସହ ନିକିତା ଦ୍ଵିତୀୟ ବିବାହ କରିଥିଲେ :

ମୁରଲୀ ବିଜୟ ଦିନେଶ କାର୍ତ୍ତିକଙ୍କ ବନ୍ଧୁ ଥିଲେ । ଯାହାଫଳରେ ସେ ଘରକୁ ଯିବା ଆସିବା କରୁଥିଲେ ଏବଂ ଧୀରେ ଧୀରେ ନିକିତାଙ୍କ ପ୍ରେମରେ ପାଗଳ ହୋଇ ପଡିଲେ ।ପରେ ନିକିତା ମଧ୍ୟ ମୁରଲୀ ବିଜୟଙ୍କୁ ପସନ୍ଦ କରିବାରେ ଲାଗିଲେ ଏବଂ ଲୁକ୍କାୟିତ ରୂପେ ଦୁହେଁ ଦୁହିଁଙ୍କ ସହ ମିଶିବାରେ ଲାଗିଲେ ।

ପରେ ଏହି ବିଷୟରେ ଦିନେଶ କାର୍ତ୍ତିକ ଜାଣି ପାରିଥିଲେ । ସେ ନିକିତାଙ୍କ ଠାରୁ ଛାଡପତ୍ର ନେଇଥିଲେ । ଦିନେଶ ଠାରୁ ଛାଡପତ୍ର ପାଇବା ପରେ ନିକିତା ଏବଂ ମୁରଲୀ ବିଜୟ ବିବାହ କରିଥିଲେ । ଯେତେବେଳେ ନିକିତାଙ୍କ ସହ ମୁରଲୀ ବିଜୟ ବିବାହ କରିଥିଲେ, ସେହି ସମୟରେ ନିକିତା ଗର୍ଭବତୀ ଥିଲେ । କିନ୍ତୁ ଦିନେଶ ନିଜ ପୁଅଙ୍କ ପ୍ରତି କଦାପି ନିଜର ହକ ଜାହିର କରି ନାହାନ୍ତି ।

୨୦୧୫ରେ ଦିନେଶ କାର୍ତ୍ତିକ ଦ୍ଵିତୀୟ ବିବାହ କରିଥିଲେ :

ନିକିତାଙ୍କ ଠାରୁ ଛାଡପତ୍ର ନେବା ପରେ ଦିନେଶ କାର୍ତ୍ତିକ ୨୦୧୫ରେ ଦ୍ଵିତୀୟ ବିବାହ କରିଥିଲେ । ୨୦୧୩ରେ ଦିନେଶଙ୍କ ସାକ୍ଷାତ ଦୀପିକା ପଲ୍ଲୀକଲଙ୍କ ସହ ହୋଇଥିଲା ଏବଂ ଦୁହେଁ ୨୦୧୫ରେ ବିବାହ କରି ନେଇଥିଲେ । ମିଡ଼ିଆ ରିପୋର୍ଟ ଅନୁସାରେ ଦିନେଶଙ୍କ ଜୀବନରେ ନୂତନ ଆଶା ନେଇ ଦୀପିକା ପଲ୍ଲୀକଲ ଆସିଥିଲେ ।