ଦିନରେ ତିନିଥର ବଦଳୁଛି ଏହି ଶିବାଲିଙ୍ଗର ରଙ୍ଗ… ଆସନ୍ତୁ ଜାଣିବା କେଉଁଠି ରହିଛି ଏହି ରହସ୍ୟମୟ ଶିବଲିଙ୍ଗ

Spread the love

ଜୟ ଶିବଶମ୍ବୁ ! ଭକ୍ତଗଣଙ୍କ ଜନ୍ମ ଜନ୍ମାନ୍ତର ପାପ ଦୂର ହୋଇଯାଇ ଥାଏ, ଭୋଳାବାବାଙ୍କ ଦର୍ଶନ, ପୂଜା ଓ ଆରାଧନା କରିବା ଦ୍ଵାରା । ଅଧିକାଂଶ ଫଟାଚିତ୍ରରେ ଆପଣମାନେ ଦେଖିଥିବେ ଭୋଳବାବା ଯୋଗୀ ବା ୠଷିଙ୍କ ପରି ଧ୍ୟାନରତ ଅବସ୍ଥାରେ ବସିଥିବାର । ଅଧିକାଂଶ ମନ୍ଦିରରେ କେବଳ ଲିଙ୍ଗ ପୂଜା ହିଁ ହୋଇଥାଏ । କ୍ୱିଚିତ ବା ବହୁତ କମ୍ ମନ୍ଦିରରେ ଭୋଳବାବାଙ୍କ ମୂର୍ତ୍ତି ପୂଜା ହେଉଅଛି । ଅଧିକାଂଶ ମନ୍ଦିରରେ ଲିଙ୍ଗ ପୂଜା କାହିଁକି ହୁଏ, ସେ ବିଷୟରେ ତ ଆପଣମାନେ ଜାଣି ଥିବେ । ଆଜି ଆମେ ଏମିତି ଏକ ଶିବ ମନ୍ଦିରର ରହସ୍ୟମୟ ଘଟନ ବିଷୟରେ କହିବୁ ଯାହାକୁ ଆଜି ପର୍ଯ୍ୟନ୍ତ କେହି ବୁଝିକୁ ସକ୍ଷମ ହୋଇପାରି ନାହାନ୍ତି । ଏଠାକୁ ଦେଶ ବିଦେଶରୁ ଅନେକ ଭକ୍ତଗଣ ଆସନ୍ତି ଭୋଳବାବାଙ୍କ ଦର୍ଶ ପାଇଁ । ସୃଷ୍ଟି ଆରମ୍ଭରୁ ଭକ୍ତଙ୍କ ଆସ୍ଥାର କେନ୍ଦ୍ରବିନ୍ଦୁ ଭାବରେ ବିରାଜମାନ କରି ଆସିଛନ୍ତି ବାବା । ଏଥିପାଇଁ ଭଗବାନ ମଧ୍ୟ ନିଜର ସ୍ଥିତିକୁ ଭକ୍ତଙ୍କ ନିକଟରେ ବେଳେବେଳେ ଉପସ୍ଥାପନା କରିଥାନ୍ତି ।

ଆଜି ଆମେ ଯେଉଁ ଶିବ ମନ୍ଦିରର ଚମତ୍କାରିତା ବିଷୟରେ କହିବାକୁ ଯାଉଛୁ, ସେହି ମନ୍ଦିରଟି ରାଜସ୍ଥାନର ଧଉଳପୁର ଜିଲ୍ଲାରେ ଆଦ୍ୟବିଧି ବିରାଜମାନ ଅଛି । ଏହି ମନ୍ଦିରରେ ବିରାଜମାନ କରିଥିବା ଶିବ ଲିଙ୍ଗ କେବଳ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ନୁହେଁ ବରଂ ବୈଜ୍ଞାନିକଙ୍କ ପାଇଁ ମଧ୍ୟ ଏକ ଆସ୍ଥାର କେନ୍ଦ୍ରସ୍ଥଳୀ ଅଟେ । ଏହି ମନ୍ଦିରଟି ଧଉଳପୁର ଓ ମଧ୍ୟପ୍ରଦେଶର ସୀମାରେ ରହିଅଛି ।

ଏହି ମନ୍ଦିରରେ ବିରାଜମାନ କରିଥିବା ଶିବ ଲିଙ୍ଗ ଦିନରେ ତିନି ଥର ରଙ୍ଗ ବଦଳାଇ ଥାଏ । ପ୍ରାତଃ ସମୟରେ ଲାଲ ରଙ୍ଗ ହୋଇଥାଏ, ଦିପହରରେ ମେରୁନ ବା କୁଙ୍କୁମ ରଙ୍ଗ ଏବଂ ରାତି ସମୟରେ ଏହି ଶିବ ଲିଙ୍ଗର ରଙ୍ଗ କଳା ହୋଇଯାଇଥାଏ । ଏହି ଶିବ ଲିଙ୍ଗ ଏହିପରି ରଙ୍ଗ ବଦଳିବ କାରଣରୁ ଅନେକ ପୌରାଣିକ ତଥ୍ୟ ଓ ଲୋକମାନ୍ୟତା ପ୍ରଚଳିତ ହୋଇ ଆସୁଅଛି । ଏହି ଶିବ ଲିଙ୍ଗର ଏହି ଅଦ୍ଭୁତ ଚମତ୍କାରିତା ଦେଖି ବୈଜ୍ଞାନିକମାନେ ଏହାର ରହସ୍ୟ ଓ କାରଣ ଜାଣିବା ପାଇଁ ବହୁତ ଚେଷ୍ଟା କରିଛନ୍ତି କିନ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ରହସ୍ୟ ଜାଣିବାକୁ ସକ୍ଷମ ହୋଇପାରି ନାହାନ୍ତି ।

! ଜୟ ଶିବଶଙ୍କର !