“ୟେ ଦିଲ୍ ଆଶିକାନା”ର ସୁନ୍ଦର ଅଭିନେତ୍ରୀ ଦୁନିଆର ଭିଡରେ ହଜି ଯାଇଛନ୍ତି ! ଏବେ ଏମିତି ଦେଖା ଯାଉଛନ୍ତି ।

Spread the love

ଟଙ୍କା ଓ ସୁନ୍ଦରତା କେବେ ମଧ୍ୟ ଦୀର୍ଘ ସ୍ଥିୟୀ ନୁହେଁ । ବଲିଉଡରେ କାମ କରୁଥିବା ତରକା ମାନଙ୍କର ସୌନ୍ଦର୍ଯ୍ୟର ଚମକ ସବୁବେଳେ ରହେନଥାଏ । କେହି କେହି ତରକା ଆଜି ମଧ୍ୟ ନିଜର ଚମକ କିଛି ନା କିଛି ଚଳଚ୍ଚିତ୍ରରେ ଆଣିଥାନ୍ତି ତ ଆଉ କିଏ ଇଣ୍ଡୋଷ୍ଟ୍ରିରୁ ଚିରଦିନ ପାଇଁ ହଜି ଯାଇଥାନ୍ତି । ୯୦-୨୦୦୦ର ଆରମ୍ଭରେ ଏମିତ ଅନେକ ଅଭିନେତ୍ରୀ ଆସିଥିଲେ, ଯେଉଁମାନେ କି ତାଙ୍କ ଅଭିନୟର ଚମତ୍କାର ଦେଖାଇ ସମୟ ସହିତ ହଜି ଯାଇଛନ୍ତି । ଆମେ ଏଠି ୨୦୦୨ ମସିହାରେ ଆସିଥିବା ‘ୟେ ଦିଲ୍ ଆଶିକାନା’ ଚଳଚ୍ଚିତ୍ର ବିଷୟରେ କହୁଛୁ । ଏହି ଚଳଚ୍ଚିତ୍ରଟିକୁ ଖାସ୍ ସଫଳତା ମିଳି ନ ଥିଲା ତଥାପି ଏଥିରେ ଅଭିନୟ କରିଥିବା ଦୁଇ ଜଣ ତାରକାଙ୍କୁ ଲୋକେ ଖୁବ୍ ପସନ୍ଦ କରିଥିଲେ । ଏଥିରେ ମୁଖ୍ୟ ଅଭିନେତା କରନ ନାଥ ଓ ଅଭିନେତ୍ରୀ ଜୀବିଧା ଶର୍ମା ଥିଲେ । ଆଜି ଆମେ ଜୀବିଧାଙ୍କ ବିଷୟରେ କହିବୁ । “ୟେ ଦିଲ୍ ଆଶିକାନା”ର ସୁନ୍ଦର ଅଭିନେତ୍ରୀ ହଜି ଯାଇଛନ୍ତି, ଏବେ ଦେଖା ଯାଉଛନ୍ତି ପୁରା ଅଲଗା ।

“ୟେ ଦିଲ୍ ଆଶିକାନା’ର ସୁନ୍ଦର ଅଭିନେତ୍ରୀ ହଜିଯାଇଛନ୍ତି :

ଫିଲ୍ମ ‘ୟେ ଦିଲ୍ ଆଶିକାନା’ରୁ ରାତାରାତି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଜୀବିଧା ଏବେ ଇଣ୍ଡୋଷ୍ଟ୍ରିରୁ ବହୁତ ଦୂରରେ । ୩୮ ବର୍ଷୀୟ ଜୀବିଧା “ୟେ ଦିଲ୍ ଆଶିକାନା” ଛଡା ଫିଲ୍ମ “ତାଲ୍”ରେ ମଧ୍ୟ କାମ କରି ଥିଲେ । ସେ ସାଉଥ ଫିଲ୍ମରେ ମଧ୍ୟ କିଛି ଅଭିନୟ କରିଛନ୍ତି । ଏବେ ହୁଏ ତ ତାଙ୍କୁ କେହି ମାନେ ପକାଉ ନ ଥିବେ କିନ୍ତୁ ସେତେବେଳେ ସେ ଖୁବ୍ ଲୋକପ୍ରିୟତା ହୋଇଯାଇଥିଲେ ଏବଂ ତାଙ୍କର ଅନେକ ପ୍ରଶଂସକ ମଧ୍ୟ ଥିଲେ । ଏହି ଫିଲ୍ମ ପରେ ଜୀବିଧା ଅଳ୍ପ କିଛି ପ୍ରୋଜେକ୍ଟରେ କାମ କରିଥିଲେ ଏବଂ ଏହାପରେ ସେ ଉଭେଇ ଗଲେ । ଏହି ଫିଲ୍ମି ପରେ ଜୀବିଧାଙ୍କ ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିୟର ଭଲ ଚାଲିଲା ନାହିଁ । ଜୀବିଧା ଏକ ପଞ୍ଜାବ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ କ୍ୟାରିୟରର ଆରମ୍ଭ ମଧ୍ୟ ପଞ୍ଜାବ ଫିଲ୍ମରୁ ଆରମ୍ଭ କରିଥିଲେ ପରେ ବଲିଉଡ ଓ ଟୋଲିଉଡ୍ ରେ ପାଦ ଥାପିଥିଲେ । ଜୀବିଧା ତାଙ୍କର ଫିଲ୍ମ କ୍ୟାରିୟର ୧୯୯୮ରେ ତାମିଲ ଫିଲ୍ମ “କାଡ଼ଲେ ନିମ୍ମାଧି”ରୁ ଆରମ୍ଭ କରି ୧୯୯୯ ବଲିଉଡରେ ଫିଲ୍ମ “ତାଲ”ରେ ଐଶ୍ୱରୀୟା”ଙ୍କ ଭଉଣୀର ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ଫିଲ୍ମ “ୟେ ଦିଲ୍ ଆଶିକାନା”ରେ ଅଭିନୟ କରିଥିଲେ ।

୨୦୦୯ରେ ଜୀବିଧା ପଞ୍ଜାବୀ ଫିଲ୍ମ “ମିନି” ପଞ୍ଜାବରୁ ଡେବ୍ୟୁ କରିଥିଲେ ଏବଂ ଏହା ପରେ “ବୋ ୟାର ଅୟାର ଅନମୂଳେ”, “ଦିଲ୍ ଲେ ଗଇ କୁଡି ପଞ୍ଜାବୀ”, “ଲାୟନ୍ ଅଫ୍ ପଞ୍ଜାବ”ରେ ଅଭିନୟ କରିଛନ୍ତି । ଜୀବିଧା ପଞ୍ଜାବୀ ଫିଲ୍ମ ପରେ ଟିଭି ଆଡ଼କୁ ଆକର୍ଷିତ ହୋଇ “ତୁମ ବିନ୍ ଯାଉଁ କାହାଁ”, “ଜମୀନ ସେ ଆସମାନ୍ ତକ୍” ଧାରାବାହିକରେ କାମ କରିଥିଲେ । କିନ୍ତୁ ଟିଭିରେ ମଧ୍ୟ ସଫଳତା ମିଳିଲା ନାହିଁ । ଏହାପରେ କିଛି “ଶୋ”ରେ ଏବଂ ବିଜ୍ଞାପନରେ କାମ କରିଥିଲେ । ଜୀବିଧା ଶର୍ମା ଛୋଟ ଛୋଟ “ଶୋ”ରେ ଦେଖାଯାନ୍ତି କିନ୍ତୁ ସେ ଲାଇମ ଲାଇଟରୁ ସମ୍ପୂର୍ଣ୍ଣ ଦୁରେଇ ଏବେ ଅଦୃଶ୍ୟ ହୋଇ ଯାଇଛନ୍ତି । ଜୀବିଧା ବାହା ହୋଇ ଦୁଇଟି ଛୁଆର ମାଆ ହୋଇ ସାରିଲେଣି । ଜୀବିଧା ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରୁହନ୍ତି ।