୧୬ ବର୍ଷୀ ପରେ “କାଲ୍ ହୋ ନା ହୋ”ର ଛୋଟୀ ଜିଆ ଏପରି ଦେଖା ଯାଉଛନ୍ତି । ତାଙ୍କୁ ଚିହ୍ନିବା ବର୍ତ୍ତମାନ ଅସୁବିଧା ହେଉଛି….

Spread the love

“କାଲ୍ ହୋ ନା ହୋ”ର ଛୋଟ ଜିଆ କପୁର୍ ବର୍ତ୍ତମାନ ବହୁତ ସୁନ୍ଦର ଦେଖା ଯାଉଛନ୍ତି ।

ସାରୁଖ ଖାନ୍, ପ୍ରୀତି ଜିଣ୍ଟା, ସେଫ ଅଲି ଖାନ୍ ଙ୍କ ଅଭିନୀତ ସୁପରହିଟ୍ ଚଳଚିତ୍ର ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ କରିଥିଲା । ଏହି ଚଳଚ୍ଚିତ୍ରର ଗୀତ ଗୁଡିକ ଆଜି ମଧ୍ୟ ଦର୍ଶକଙ୍କ ଅତି ପସନ୍ଦୀୟ ହୋଇ ରହିଛି । ଏହି ଚଳଚିତ୍ରରେ ଅଭିନୟ କରିଥିବା ତାରକାଙ୍କ ଅଭିନୟ ପାଇଁ ଲୋକେ ସେମାନଙ୍କୁ ହୃଦୟରେ ବସାଇ ରଖିଛନ୍ତି ଏବଂ ସେହି ଚଳଚିତ୍ରଟିକୁ ଅନେକ ଥର ଦେଖି ସାରିଲେଣି । ଏହି ଚଳଚିତ୍ରରେ ଜଣେ ଶିଶୁ କଳାକାର ଅଭିନୟ କରିଥିଲେ, ତାଙ୍କର ନାମ ହେଉଛି ଜିଆ କପୁର । ଏହି ଚଳଚିତ୍ରରେ ଜିଆ ପ୍ରୀତିଙ୍କ ଭଉଣୀଙ୍କ ଚରିତ୍ରର ଅଭିନୟ କରିଥିଲେ । ଯାହାଙ୍କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ନିଜର ସୁନ୍ଦର ହସ ମାଧ୍ୟମରେ ଦର୍ଶନଙ୍କ ହୃଦୟକୁ ଜିଣି ଥିବା ଜିଆ କପୁରଙ୍କ ସୁନ୍ଦରତାର ତୁଳନା ନାହିଁ ।

ଚଳଚିତ୍ରରେ ଜିଆ କପୁର ଚରିତ୍ରରେ ଅଭିନୟ କରିଥିବା ଝିଅଟିର ନାମ ହେଉଛି ଝନକ ଶୁକ୍ଳା । ଯେତେବେଳେ ଝନକ ଚଳଚିତ୍ର “କାଲ୍ ହୋ ନା ହୋ” ଚଳଚିତ୍ରରେ ଜିଆ କପୁରଙ୍କ ଚରିତ୍ରରେ ଅଭିନୟ କରିଥଲେ, ସେହି ସମୟରେ ତାଙ୍କର ବୟସ ୭ ବର୍ଷ ଥିଲା, ବର୍ତ୍ତମାନ ତାଙ୍କ ବୟସ ହେଉଛି ୨୩ ବର୍ଷ । କେବଲ ଚଳଚିତ୍ରରେ ନୁହେଁ ଅନେକ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି ଝନକ । ପରେ ସେ ଅଭିନୟ ଦୁନିଆରୁ ଦୁରେଇ ଯାଇଥିଲେ । ବର୍ତ୍ତମାନ ସେ ସମାଜ ସେବା କରିବା ପାଇଁ ଇଚ୍ଛା ରଖିଛନ୍ତି ।

୨୩ ବର୍ଷିୟରେ ପଦର୍ପଣ କରିଛନ୍ତି ଝନକ ଶୁକ୍ଳା :

“କାଲ୍ ହୋ ନା ହୋ” ଚଳଚିତ୍ରରେ ଅଭିନୟ କରି ସାରିଥିବା ଝନକ ଶୁକ୍ଳାଙ୍କ ବୟସ ବର୍ତ୍ତମାନ ୨୩ ବର୍ଷ ହୋଇଯାଇଛି । ସରଳତାର ସହ ଅଭିନୟ କରୁଥିବା ଝନକ ଶୁକ୍ଳା ବର୍ତ୍ତମାନ ଖୁବ୍ ସୁନ୍ଦର ହୋଇ ଯାଇଛନ୍ତି । ତାଙ୍କର ଫୋଟ ଦେଖିବା ପରେ ଆପଣ ମଧ୍ୟ ତାଙ୍କର ସୁନ୍ଦରତାକୁ ପ୍ରଶଂସା କରି ରହି ପାରିବେ ନାହିଁ । ନିଜର ସୁନ୍ଦର ହସ ମାଧ୍ୟମରେ ଜିଆ କପୁର ମାନେ ଝନକ ଶୁକ୍ଳା ଦର୍ଶକଙ୍କ ମନ ଜିଣି ପାରିଥିଲେ ।

ଏହି ଧାରାବାହିକରେ କାମ କରିଥିଲେ ଝନକ ଶୁକ୍ଳା :

ଶିଶୁ କଳାକାର ରୂପେ ଝନକ ଶୁକ୍ଳା ଚଳଚିତ୍ରରେ କାମ କରିବା ସହ “ସୋନ ପରୀ” “କରିସ୍ମା କା କରିସ୍ମା” ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ । ସେହି ୭ ବର୍ଷ ବୟସରେ ହିଁ ଝନକା ଦର୍ଶକଙ୍କ ନିକଟରେ ପ୍ରିୟପାତ୍ର ହୋଇଯାଇଥିଲେ ଏବଂ ଧୀରେ ଧୀରେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିଣି ପାରିଥିଲେ ଝନକ ଶୁକ୍ଳା । କିନ୍ତୁ ପରେ ଝନକଙ୍କ ମନ ଅଭିନୟ ଦୁନିଆରୁ ହଟି ଯାଇଥିଲା ଓ ନିଜ ପଢାପଢିରେ ଗୁରୁତ୍ଵ ଦେଇଥିଲେ । ଯାହାଫଳରେ ସେ ଅଭିନୟ ଦୁନିଆରୁ ଦୁରେଇ ଯାଇଥିଲେ ।ହୋଇଥାଇ ପାରେ ଅଭିନୟ ଦୁନିଆରୁ ସେ ଦୁରେଇ ଯାଇଛନ୍ତି କିନ୍ତୁ ସୋସିଆଲ ମିଡିଆରେ ସେ ଖୁବ୍ ସକ୍ରିୟ ଅଟନ୍ତି ।

ସମାଜ ସେବିକା ହେବା ପାଇଁ ଚାହାଁନ୍ତି ଝନକ ଶୁକ୍ଳା :

ନିଜର ପଢ଼ା ପଢି ଝନକ ଶୁକ୍ଳା ବର୍ତ୍ତମାନ ଶେଷ କରିବା ପାଇଁ ଚାହୁଁଛନ୍ତି । ଯେତେବେଳେ ତାଙ୍କୁ ଅଭିନୟ ବିଷୟରେ ପଚରା ଯାଇଥିଲା; ସେ ଉତ୍ତର ଦେଇଥିଲେ ତାଙ୍କର ବର୍ତ୍ତମାନ ଅଭିନୟରେ ରୁଚି ନାହିଁ ବୋଲି । ଏହାର କାରଣ ହେଉଛି ଅଭିନୟ ଦୁନିଆକୁ ଆସିଲେ ଠିକ୍ ରୂପେ ସେ ପଢ଼ାପଢି କରିପାରୁ ନାହାଁନ୍ତି । ସେ କହିଛନ୍ତି, ଭବିଷ୍ୟତରେ ଏକ ଏନଜିଓ ଖୋଲିବା ପାଇଁ ଚାହୁଁଛନ୍ତି ଏବଂ ଲୋକଙ୍କ ସେବା କରିବା ପାଇଁ ଚାହାଁନ୍ତି । ସୋସିଆଲ ମିଡିଆରେ ଝନକଙ୍କ ଅନେକ ପ୍ରଶଂସକ ରହିଛନ୍ତି ଏବଂ ସୋସିଲ ମିଡିଆରେ ସେ ନିଜର ଅନେକ ଫୋଟ ସେୟାର କରନ୍ତି ।