କଣ ପାଇଁ ହୋଇଥାଏ ପାରାଲିସିସ୍ ? ଜାଣନ୍ତୁ ଏହାର କାରଣ ଓ ପ୍ରାଥମିକ ଚିକିତ୍ସା, ଆପଣ ସେବା ଓ ପ୍ରଚେଷ୍ଟା କାହାର ଜୀବନ ବଞ୍ଚାଇ ପାରିବ …..

Spread the love

ଆୟୁର୍ବେଦ ଅନୁସାରେ ପାରାଲିସିସ ବା ପକ୍ଷାଘାତ ଏକ ବାୟୁ ରୋଗ ଅଟେ, ଯାହାର ପ୍ରଭାବରେ ସମ୍ବନ୍ଧୀତ ଶାରୀରି ଅଙ୍ଗ, ଶାରୀରିକ ପ୍ରତିକ୍ରିୟା, କହିବା, ଅନୁଭବ କରିବାର କ୍ଷମତା ନଷ୍ଟ ହୋଇଯାଇଥାଏ । ଆୟୁର୍ବେଦରେ ପାରାଲିସିସ୍ ୫ ପ୍ରକାର ରହିଛି । ଏଥିପାଇଁ କୌଣସି ବିଶେଷ କାରଣ ଦାୟୀ ନୁହେଁ । ଏହାର ବହୁତ ଗୁଡିଏ କାରଣ ଥାଇପାରେ । ଜାଣନ୍ତୁ ଏହାର କାରଣ, ପ୍ରକାର ଓ ଉପାୟ ।

କାରଣ:– ଯୁବାବସ୍ଥାରେ ଅତ୍ୟଧିକ ଭୋଗ ବିଳାସ, ନିଶା ପଦାର୍ଥର ସେବନ, ଆଳସ୍ୟ ଆଦି ଯୋଗୁଁ ସ୍ନାୟବିକ ତନ୍ତ୍ର ଧୀରେ ଧୀରେ ଦୁର୍ବଳ ହୋଇଯାଏ । ବୟସ ଯେତେ ବଢି ବଢି ଯାଏ; ଏହି ରୋଗ ହେବାର ଆଶଙ୍କା ସେତିକି ବଢ଼ିଥାଏ । କେବଳ ଆଳସ୍ୟପୂର୍ଣ୍ଣ ଜୀବନ ବିତାଇବା ଦ୍ୱାରା ନୁହେଁ ବରଂ ଏହାର ବିପରୀତ ଯେପରି ଅତ୍ୟଧିକ ଦୌଡ଼ପୂର୍ଣ୍ଣ ଜୀବନଯାପନ, କ୍ଷମତା ଠାରୁ ଅଧିକ ପରିଶ୍ରମ ବା ବ୍ୟାୟମ, ଅତ୍ୟଧିକ ଆହାର ଏହି ସବୁ କାରଣ ଦ୍ୱାରା ମଧ୍ୟ ଏହି ରୋଗ ହେବାର ସ୍ଥିତି ଉତ୍ପନ୍ନ ହୋଇଥାଏ ।

ଆୟୁର୍ବେଦ ଅନୁସାରେ ପକ୍ଷାଘାତର ପ୍ରକାର :

ଆର୍ଦ୍ଦିତ:- କେବଳ ମୁହଁର କୌଣସି ପାର୍ଶ୍ଵରେ ପ୍ରଭାବ ହେବାକୁ ଆର୍ଦ୍ଦିତ ବା ଫେସିଆଲ ପାରାଲିସିସ୍ କୁହାଯାଏ । ଏଥିରେ ମୁଣ୍ଡ, ନାକ, ଓଠ, ଥୁଡି, ମଥା, ଆଖି ତଥା ମୁଖ ସ୍ଥିର ହୋଇ ମୁଖ ପ୍ରଭାବିତ ହୋଇଥାଏ ଓ ସ୍ଥିର ହୋଇଯାଇଥାଏ ।

ଏକାଙ୍ଗଘାତ:– ଏହି ରୋଗରେ ମସ୍ତିଷ୍କର ବାହାର ଭାଗରେ ସମସ୍ୟା ହେବା ସହ ଗୋଟିଏ ହାତ ବା ଗୋଡ଼ ଅନମନୀୟ ହୋଇଯାଏ ଓ ଶରୀରର ସେହି ଅଙ୍ଗରେ ଅର୍ଥାତ ଯେଉଁ ଅଙ୍ଗ ଅନମନୀୟ ହୋଇଯାଏ, ସେଠାରେ ପକ୍ଷାଘାତ ବା ପାରାଲିସିସ୍ ହୋଇଯାଏ । ଏହି ସମସ୍ୟା ସୁଷୁମା ସ୍ନାୟୁରେ ମଧ୍ୟ ହୋଇଥାଏ । ଏହି ରୋଗକୁ ଏକାଙ୍ଗଘାତ ବା ମୋନପ୍ଲେଜିଆ କୁହାଯାଏ ।

ସର୍ବାଙ୍ଗଘାତ:– ଏହାକୁ ସର୍ବାଙ୍ଗବାତ ମଧ୍ୟ କୁହାଯାଏ । ଏହି ପକ୍ଷାଘାତର ପ୍ରଭାବ ଶରୀରର ଦୁଇ ଭାଗ ଉପରେ ଅର୍ଥାତ ହାତ, ଗୋଡ଼, ଚେହେରା ଓ ପୁରା ଶରୀର ଉପରେ ପ୍ରଭାବ ପଡି ଥାଏ । ଏହାକୁ ସର୍ବାଙ୍ଗଘାତ ବା ଡାୟୋପ୍ଲେଜିଆ କୁହାଯାଏ ।

ଅଧରାଙ୍ଗଘାତ:– ଏହି ରୋଗରେ ଅଣ୍ଟାର ତଳ ଭାଗ ଅର୍ଥାତ ଦୁଇ ଗୋଡ଼ ପକ୍ଷାଘାତ ଗ୍ରସ୍ତ ହୋଇଯାଏ । ଏହି ରୋଗ ସୁଷୁମା ନାଡୀରେ ବିକୃତି ଆସିବା ଦ୍ୱାରା ହୋଇଥାଏ । ଯଦି ଏହି ସୁଷୁମାର ଗ୍ରୀବା ଖଣ୍ଡରେ ହୋଇଥାଏ, ତେବେ ଦୁଇ ହାତରେ ମଧ୍ୟ ପକ୍ଷାଘାତ ହୋଇପାରେ । ଯେବେ ପକ୍ଷାଘାତ ‘ଅପର ମୋଟର ନ୍ୟୁରନ୍’ ପ୍ରକାରର ହୋଇଥାଏ, ତେବେ ଶରୀରର ଦୁଇ ଭାଗରେ ପକ୍ଷାଘାତ ହୋଇଥାଏ ।

ବାଳ ପକ୍ଷାଘାତ:– ପିଲାମାନଙ୍କୁ ହେଉଥିବା ପକ୍ଷାଘାତ ରୋଗ ସଂକ୍ରମଣ ରୋଗ କାରଣ ଅଟେ । ଯେବେ ଏହି ପ୍ରକାରର ବିଶେଷ କୀଟ ସୁଷୁମା ନାଡୀରେ ପ୍ରବେଶ କରିଥାଏ ଓ ଏହାକୁ କ୍ଷତି ପହଞ୍ଚାଇ ଥାଏ, ସେତେବେଳେ ସୂକ୍ଷ୍ମ ନାଡୀ ଓ ମାଂସପେଶୀକୁ ଆଘାତ ପହଂଚିଥାଏ । ଯାହାଦ୍ୱାରା ଏହାର ଅନ୍ତର୍ଗତରେ ଆସୁଥିବା ଶାଖା କ୍ରିୟାହୀନ ହୋଇଯାଏ । ଏହି ରୋଗର ଆକ୍ରମଣ ଅଚାନକ ହୋଇଥାଏ ଓ ଏହା ଅଧିକାଂଶ ୬୭ ମାସର ଆୟୁରୁ ୩ ରୁ ୪ ବର୍ଷ ପର୍ଯ୍ୟନ୍ତ ଆୟୁର ଶିଶୁଙ୍କୁ ହୋଇଥାଏ ।

ପ୍ରାଥମିକ ଚିକିତ୍ସା :

ଏହି ପକ୍ଷାଘାତ ବା ପାରଲେସିସ୍ ରୋଗର ପ୍ରାଥମିକ ଚିକିତ୍ସା ନିରାକରଣ ବିଧି ଜାଣିବା ନିହାତି ଜରୁରୀ । ଆପଣ ଚେଷ୍ଟା ଅନ୍ୟର ଜୀବନରେ ହସଖୁସି ଭରି ଦେବା । ବୟସ ବଢିବା ସହିତ ରୋଗ ମଧ୍ୟ ବଢିଯାଏ । ଅଙ୍ଗ ପ୍ରତ୍ୟଙ୍ଗର କାର୍ଯ୍ୟ କରିବା କ୍ଷମତା କମିଯାଏ । ଶରୀରର କୌଣସି ସ୍ଥାନରେ ରକ୍ତ ଜମିଯିବାରୁ କୋଶିକା ଏବଂ ମସ୍ତିଷ୍କର ରକ୍ତପ୍ରବାହ ବନ୍ଦ ହୋଇଯାଏ । ଏହା ଦ୍ୱାରା ଶରୀରର ସେହି ଅଙ୍ଗ ଅକାମୀ ହୋଇଯାଏ ।

୧) ପାରାଲିସିସ ହେବା ସଙ୍ଗେ ସଙ୍ଗେ ରୋଗୀକୁ ମହୁ ଏବଂ ରସୁଣ ଖାଇବାକୁ ଦିଅନ୍ତୁ । ଏହା କରିବା ଦ୍ୱାରା ପ୍ରଭାବିତ ଅଙ୍ଗ ସୁସ୍ଥ ହୋଇଥାଏ । ତେବେ ପାରାଲିସିସ ହେବାର କିଛି ଦିନ ପର୍ଯ୍ୟନ୍ତ ରୋଗୀକୁ ଏହା ନିୟମିତ ଖାଇବାକୁ ଦିଅନ୍ତୁ ।

୨) ପାରାଲିସିସ ହେବା ସଙ୍ଗେ ସଙ୍ଗେ ରୋଗୀକୁ ତୁରନ୍ତ ୧୦୦ ମିଲି ତୈଳକୁ ଗରମ କରି ଖାଇବାକୁ ଦିଅନ୍ତୁ ଏବଂ ଏହାପରେ ୫ ରୁ ୬ କୋଲା ରସୁଣ ଖାଇବାକୁ ଦିଅନ୍ତୁ । ଏହାପରେ ପିଡ଼ିତ ଅଙ୍ଗକୁ ତୈଳରେ ଗୋଲମରିଚ ପକାଇ ମାଲିସ କରନ୍ତୁ ।

ଏହି ସବୁ ଉପାୟ କରିବା ଦ୍ୱାରା ଏହି ରୋଗରୁ ଉପଶମ ମିଳିଥାଏ । ତେଣୁ ହଠାତ ପାରାଲିସିସ ହେବା ମାତ୍ରେ ଏହିଭଳି ନିରାକରଣ କରାଗଲେ ରୋଗ ସଂପୂର୍ଣ୍ଣ ଭଲ ହୋଇଥାଏ ।