୮ ବର୍ଷହେବ ନିର୍ଯାତନା ସହି ନିଜକୁ ସତୀ ସାବିତ୍ରୀ ପ୍ରମାଣ କରିବାକୁ ଚାହୁଁଥିଲେ କଣ ଶ୍ରୀୟା

Shriya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସବୁ ସମସ୍ୟାର ସମାଧାନ ହେବାର ଥିଲା କିନ୍ତୁ ହେଲା ନାହିଁ । ପୁଣି ସମୟ ନେଲେ ଶ୍ରେୟା । ଆଉ ଏହାରି ଭିତରେ ହ୍ୟୁମାନ ସାଗରଙ୍କ କହିବା କଥା ଆଜି ଶ୍ରେୟା ଅଭିଯୋଗ କରୁଛନ୍ତି କିନ୍ତୁ ଥରୁଟେ ଭାବନ୍ତୁ ୮ବର୍ଷ ମୁଁ ତାଙ୍କୁ କେତେ ଭଲ ପାଇଁଥିଲି । ସେ ଯେଉଁ ଅଭିଯୋଗ କରୁଛନ୍ତି ବାହାଘରର ୮ବର୍ଷ ଭିତରେ ଏଭଳି କେବେବି ଅଭିଯୋଗ ଆଣି ନଥିଲେ । ତା ମାନେ କ’ଣ ସେ ଏତେ ଦିନ ପର୍ଯ୍ୟନ୍ତ ସେ ନିର୍ଯାତନା ସହି ଆସୁଥିଲେ । ନାଁ ନିଜକୁ ସତୀ ସାବିତ୍ରୀ ପ୍ରମାଣିତ କରିବାକୁ ଚାହୁଁଥିଲେ ।

ତେବେ ଶ୍ରେୟା ଯେଉଁ ତ୍ରୁତୀୟ ପକ୍ଷ କଥା କହୁଛନ୍ତି ଏଭଳି ମୋର କେହି ନାହାଁନ୍ତି । ମୋର ପରିବାର ଅର୍ଥାତ୍ ଶ୍ରେୟା, ମୋ ଝିଅ ଆଉ ମୋ ମାଁ । ଏହି ତିନିଜଣକୁ ନେଇ ମୋ ପରିବାର । ଆଉ ଏହାଠୁ କେହି ବଡ ନୁହେଁ । ଆଉ ଥାର୍ଡ ପରସନ ପାଇଁ ଯାହା କଥା ଶ୍ରେୟା କହୁଛନ୍ତି ମୁଁ ତାଙ୍କ ପାଇଁ ମୋ ପରିବାରକୁ ମୁଁ କେବେବି ଭାଙ୍ଗି ପାରିବି ନାହିଁ । ତେବେ ମୋ ଶାଶୁ ମୋ ମାଆ ଭଳି । ତାଙ୍କୁ କୌଣସି ଅପମାନ ଜନିତ ଶବ୍ଦ ମୁଁ କହିପାରିବି ନାହିଁ ।

sa

ଆଉ ମହିଳା ଥାନା ବାହାରେ ଶ୍ରେୟାଙ୍କ ବାପା ଯେଉଁ ମିଛ ଅଭିଯୋଗ ଆଣୁଥିଲେ ତାହାକୁ ଶୁଣି ମୋ ମାଆ ଭାବ ବିହୋଳ ହୋଇ କିଛି ପ୍ରତ୍ୟାରୋପ କରିଥିଲେ । ଯଦି ତାହା ସତ ତଥାପି ମୁଁ ମୋ ମାଆ ଙ୍କ ପାଇଁ ଭୁଲ ମାଗୁଛି । ମୋ ପରିବାରକୁ ମୁଁ କେବେ ଅବହେଳା କରିନାହିଁ । ଆଗକୁ ମଧ୍ୟ କରିବି ନାହିଁ ଓ ଶ୍ରେୟା ଯଦି ସବୁ ରାଗ ରୁଷା ଭୁଲି ଚାଲିଆସିବେ ତେବେ ମୁଁ ପୁଣି ତାଙ୍କୁ ପୂର୍ବପରି ଭଲ ପାଇଁବା ଦେବି । ଆଉ ଏ ଘଟଣାକୁ ନେଇ କେବେବି ତାଙ୍କ ଉପରେ ରାଗିବିନି କେବେବି ଅଭିମାନ କରିବିନି କେବେବି ମାଡ ମାରିବିନି ।

କିନ୍ତୁ ଏସବୁ ଭିତରେ ଆଜି ସବୁ ସମାଧାନ ହୋଇଯିବାର ଥିଲା । କାରଣ କାଲି ପୁରୀର ପ୍ରେସପିଟ ଆଉ ତାପରେ ହ୍ୟୁମାନ ସାଗରଙ୍କ ପ୍ରତିକ୍ରିୟା ଆସିବା ପରେ ସମସ୍ତେ ଭାବୁଥିଲେ ଯେ ଆଜି ବିବାଦ ତୁଟିଯିବ । ଆଜି ଶ୍ରେୟା ତାଙ୍କ ଶାଶୁ ଘରକୁ ଚାଲି ଆସିବେ । ଆଉ ହ୍ୟୁମାନ ସାଗର ତାଙ୍କ ସ୍ତ୍ରୀ ଆଉ ଝିଅକୁ ପାଛୁଟି ନେବେ । ଏମିତି କିଛି ସମସ୍ତେ ଆଶା କରୁଥିଲେ କିନ୍ତୁ ଆଜି ସେଦିନ ଆସିଲା ନାହିଁ । ଆହୁରି ସମୟ ନେଇଛନ୍ତି ଶ୍ରେୟା । ତେବେ ଦେଖିବାକୁ ବାକି ରାଗ ରୁଷା ଭୁଲି ହ୍ୟୁମାନଙ୍କ ପାଖକୁ କେବେ ଶ୍ରେୟା ଫେରୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *