ଦିବ୍ୟ ଗୁଣରେ ଭରପୁର ଅଟେ ଏହି ସଦାବିହାରୀ ଫୁଲ

ଆଜି ଆମେ ଏହି ପୋଷ୍ଟରେ ସଦାବିହାରୀ ଫୁଲ ବିଷୟରେ ଜାଣିବା । ଏହାକୁ ବାର ମାସି ନାମରେ ବି ଜଣା ଯାଇ ଥାଏ । ଏହି ଗଛରେ ବର୍ଷ ସାରା ଫୁଲ ଫୁଟି ଥାଏ ଆଉ ଏଥିରେ ଦୁଇ ପ୍ରକାରର ଫୁଲ ଫୁଟି ଥାଏ । ଧଳା ଆଉ ଗୁଳାପୀ ଫୁଲ ଫୁଟି ଥାଏ । ଏହି ଗଛ ସବୁଆଡେ ଆଉ ବହୁତ ସହଜ ରେ ମିଳି ଥାଏ । ଏହି ଗଛ ପ୍ରତି ବାଡ଼ି ବଗିଚା କିମ୍ବା ଘର ସଜେଇବା ପାଇଁ ଲୋକେ ଲଗେଇ ଥାନ୍ତି । ତାହେଲେ ଆସନ୍ତୁ ଜାଣିବା ଏହାର ଔଷଧୀୟ ଗୁଣ ବିଷୟରେ ।
ମଧୁମେହ ପାଇଁ:-
ମଧୁମେହ ପାଇଁ ଏହି ଔଷଧ ବହୁତ ଉପକାରୀ ଅଟେ । ଏଥିପାଇଁ 1 କଲରା , 1 ଟମାଟୋ , 1 କାକୁଡି ନେଇ ଗରମ ପାଣି ରେ ଭଲ ଭାବରେ ଧୀ ରସ ବାହାର କରି ନିଅନ୍ତୁ । ଏଥିରେ ସଦା ବିହାରୀ ର 5-7 ଟା ଫୁଲ (ଫୁଲ ନ ମିଳିଲେ 4-5 ପତ୍ର) ଆଉ 4-5 ନିମ୍ବ ପତ୍ର ପେଷିକରି ମିଶେଇ ଦିଅନ୍ତୁ ଆଉ ସେବନ କରନ୍ତୁ ବହୁତ ଜବରଦସ୍ତ ଲାଭ ମିଳି ଥାଏ । ଏହା ଦ୍ୱାରା ପରିଶ୍ରା ବି ଭଲ ହୋଇ ଥାଏ କିଡ଼ିନି ସମସ୍ୟା ବି ଦୂର ହେବ ତଥା ଶରୀରର ଅଦରକାରୀ ପଦାର୍ଥ ବାହାରି ଯାଇ ଥାଏ ।
ରକ୍ତ ଦୋଷ ପାଇଁ :-
ଯାହାଙ୍କୁ ତ୍ୱଚା ସମ୍ବନ୍ଧୀୟ ରୋଗ ଅଛି ।ଶରୀରରେ ଯାଦୁ , କାଛୁ କୁଣ୍ଡିଆ ଆଦି ଅଛି ତାଙ୍କ ପାଇଁ ଏହି ସଦାବିହାରୀ ଫୁଲ ବହୁତ ଲାଭକାରୀ ଅଟେ । ସେ ଯଦି ଏହାର 2-3 ପତ୍ର ଚୋବେଇ କିମ୍ବା ପତ୍ରକୁ ଶୁଖେଇ ଗୁଣ୍ଡ କରି ଖାଇବେ ତ ଲାଭ ମିଳି ଥାଏ ।
ଶାରୀରିକ କ୍ଷମତା ପାଇଁ:-
ଶାରୀରିକ ଦୁର୍ବଳତା କୁ ଦୂର କରିବା ପାଇଁ ସଦାବିହାରୀ ମୂଳ ବହୁତ ଲାଭକାରୀ ଅଟେ। ଏଥିପାଇଁ 100ଗ୍ରାମ ସଦାବିହାରୀ ମୂଳ ଆଉ 400 ଗ୍ରାମ ମିଶ୍ରି ମିଶେଇ ସକାଳୁ ସଞ୍ଜ ଖାଲି ପେଟରେ 1-1 ଚାମୁଚ ସେବନ କରନ୍ତୁ । ଏଥିରେ ଶାରୀରିକ କ୍ଷମତା ବଢି ଥାଏ ।
ମୋଟାପଣ ପାଇଁ:-
ଯଦି ଆପଣ ମୋଟାପଣିଆ ଯୋଗୁଁ ଟେନ୍ସନ ରେ ଅଛନ୍ତି ତେବେ ଏଥିପାଇଁ ସଦାବିହାରୀ ର 2-3 ପତ୍ର ଆଉ ଟିକେ ଚେରକୁ ପାଣିରେ ଫୁଟେଇ ସକାଳୁ ଖାଲି ପେଟରେ ପିଅନ୍ତୁ । ନିୟମିତ ଭାବରେ ସେବନ କରନ୍ତୁ ଲାଭ ମିଳିବ ।
ଘା’ଆ ପାଇଁ:-
ଯାହାର ଘା’ ହୋଇଛି ଆଉ ପୂଜ ବି ବାହାରୁଛି, ଘା’ଆ ସୁଖୁ ନାହିଁ, ସେ ଯଦି ଏହି ସଦାବିହାରୀ ଫୁଲ ଗଛର ଚେରକୁ ବାଟି ଘା’ଆରେ ଲାଗନ୍ତି ତେବେ ଘା’ଆ ଅତି ଶୀଘ୍ର ଶୁଖି ଯାଇଥାଏ ଆଉ ସଂକ୍ରମଣ ବି ହୋଇ ନ ଥାଏ ।