ଏପରି ହୋଇଥାଏ ମଧୁମେହ ରୋଗର ପ୍ରାରମ୍ଭିକ ଲକ୍ଷଣ । ଜାଣନ୍ତୁ ଲକ୍ଷଣ ଏବଂ ଘରୋଇ ଉପଚାର ।

Spread the love

ସାଂପ୍ରତିକ ପରିସ୍ଥିତରେ ମଧୁମେହ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି । କୌଣସି ମଧ୍ୟ ବ୍ୟକ୍ତିକୁ ଆଜିକାଲି ମଧୁମେହ ହୋଇପାରେ । ଆବାଳ ବୃଦ୍ଧ ବନିତା କୌଣସି ବ୍ୟକ୍ତିକୁ ମଧ୍ୟ ଏହି ରୋଗ ଆକ୍ରମଣ କରି ପାରେ । ମଧୁମେହ ଦୁଇ ପ୍ରକାରର ହୋଇଥାଏ । ପ୍ରଥମ – ଯେଉଁଥିରେ ଇନ୍ସୁଳୀନ ଆପଣଙ୍କ ଶରୀରରେ ତିଆରି ହୋଇ ନ ଥାଏ; ଏହି କାରଣରୁ ଆପଣଙ୍କୁ ଇନ୍ସୁଳୀନ ଇଂଜେକସନ ନେବା ପାଇଁ ପଡିଥାଏ ଏବଂ ଦ୍ୱିତୀୟଟି ହେଲା ଏଥିରେ ଆପଣଙ୍କ ଶରୀରରେ ଇନ୍ସୁଳୀନ ତିଆରି ହୋଇଥାଏ । କିନ୍ତୁ ଏହା କୌଣସି କାମରେ ଲାଗିନଥାଏ । କୁହାଯାଇ ପାରେ ଏହି ଦୁଇ ପ୍ରକାରର ମଧୁମେହ ପ୍ରାୟତଃ ଏକା ପ୍ରକାରର ଅଟେ । ପ୍ରାୟତଃ ମଧୁମେହ ହୋଇଥିବା ବ୍ୟକ୍ତିମାନେ ହୃଦଘାତ ଦ୍ୱାରା ମୃତ୍ୟୁ ମୁଖରେ ପଡ଼ିଥାନ୍ତି ।

ଯଦି ଆପଣ ମଧୁମେହକୁ ଅଣଦେଖା କରନ୍ତି; ତେବେ ଏହା ଆପଣଙ୍କ ପାଇଁ ବିପଦଜନକ ସାବ୍ୟସ୍ତ ହୋଇପାରେ । ମଧୁମେହକୁ ଅଣଦେଖା କରିବା ଅର୍ଥ ଆପଣ ଆପଣଙ୍କ ଶରୀରକୁ ବିପଦ ଆଡକୁ ଟାଣି ନେବା ।

ସାରା ଭାରତରେ ୨୯ କୋଟି ଲୋକେ ଏହି ରୋଗର ଶିକାର ହୋଇ ସାରିଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ଅନିୟତ୍ରୀତ ଖାଦ୍ୟପେୟ, ଅତ୍ୟଧିକ ଓଜନ, ଶାରୀରିକ କାର୍ଯ୍ୟ ନକରିବା, ମାନସିକ ଅସୁସ୍ଥତା, ମିଠା ଜାତୀୟ ଖାଦ୍ୟ ଅଧିକ ଖାଇବା । ଯଦି ଆପଣ ନିଜ ଜୀବନରେ କିଛି ମାତ୍ରାରେ ପରିବର୍ତ୍ତନ ଆଣନ୍ତି; ତେବେ ଆପଣ ଏହି ଭୟାବହ ରୋଗରୁ ମୁକ୍ତି ପାଇ ପାରିବେ ।

ମଧୁମେହର ଲକ୍ଷଣ :

ବାରମ୍ବାର ଭୋକ ଲାଗିବା, ହଠାତ ଓଜନ କମିବା, ଶୋଷ ଅଧିକ ଲାଗିବା, ବାରମ୍ବାର ପରିସ୍ରା ଲାଗିବା, ଦୁର୍ବଳତା ଅନୁଭଵ କରିବା, ଶରୀରର କ୍ଷତ ଶୀଘ୍ର ଠିକ ନ ହେବା, ଝାପସା ଝାପସା ଦେଖାଯିବା, ଚର୍ମ ଶୁଖି କୁଣ୍ଡେଇ ହେବା ଇତ୍ୟାଦି ମଧୁମେହର ମୁଖ୍ୟ ଲକ୍ଷଣ ଅଟେ ।

ମଧୁମେହର ଘରୋଇ ଉପଚାର :

୧) ତୁଳସୀ ପତ୍ର :

ତୁଳସୀ ପତ୍ର ମଧୁମେହ ନିୟତ୍ରଣରେ ସହାୟକ ହୋଇଥାଏ । ତୁଳସୀ ପତ୍ରରେ ଏଣ୍ଟି ଅକ୍ସିଡେଣ୍ଟ ପ୍ରଚୁର ମାତ୍ରାରେ ରହିଛି । ଆପଣ ସକାଳୁ ଉଠି ଖାଲି ପେଟରେ ଚାରି ପାଞ୍ଚୋଟି ତୁଳସୀ ପତ୍ର ଚୋବାଇ ଗିଳି ଦେଲେ, ଆପଣଙ୍କୁ ଲାଭ ମିଳିବ । ଆପଣ ତୁଳସୀ ରସକୁ ମଧ୍ୟ ପିଇ ପାରିବେ । ଏହା ଆପଣଙ୍କ ରକ୍ତରେ ଥିବା ସୁଗାର ଲେବଲକୁ ନିୟତ୍ରଣ କରିଥାଏ ।

୨) ପନିପରିବା :

ଅନେକ ପନିପରିବା ରହିଛି; ଯାହା ଆପଣଙ୍କୁ ମଧୁମେହରୁ ଉପଶମ ଦେଇଥାଏ । ଆପଣ ଲାଉ, ତୋରଡା, ଅମୃତଭଣ୍ଡାର ସେବନ କରି ପାରିବେ; ଯାହା ଆପଣଙ୍କ ରକ୍ତରେ ଥିବା ସୁଗାର ଲେବଲକୁ ନିୟତ୍ରଣ କରିଥାଏ ।

୩) ସବୁଜ ଚାହା :

ଯଦି ଆପଣ ମଧୁମେହର ଶିକାର ହୋଇଛନ୍ତି; ତେବେ ଆପଣଙ୍କୁ ସୁବୁଜ ଚାହା ପିଇବା ନିହାତି ଜରୁରୀ ଅଟେ । ପ୍ରତିଦିନ ସକାଳେ କିମ୍ବା ସନ୍ଧ୍ୟାରେ ଏହାକୁ ପିଇବା ଦ୍ୱାରା ଆପଣଙ୍କୁ ଲାଭ ମିଲିଥାଏ । ସବୁଜ ଚାହାରେ ଅତ୍ୟଧିକ ପରିମାଣରେ ପାଲିଫିନେଲର ପରିମାଣ ରହିଛି । ଏହା ଏକ ସକ୍ରିୟ ଏଣ୍ଟି ଅକ୍ସିଡେଣ୍ଟ ଅଟେ । ଯାହା ଆପଣଙ୍କ ରକ୍ତରେ ଥିବା ସୁଗାର ଲେବଲକୁ ନିୟତ୍ରଣ କରିଥାଏ ।

୪) ଜାମୁ କୋଳିର ମଞ୍ଜି :

ଜାମୁ କୋଳିର ମଞ୍ଜି ମଧୁମେହ ରୋଗୀ ପାଇଁ ଲାଭଦାୟକ ଅଟେ । ଏଥିପାଇଁ ଆପଣଙ୍କୁ ଜାମୁକୋଳିର ମଞ୍ଜିକୁ ଭଲ ରୂପେ ଶୁଖାଇ ତାକୁ ଗୁଣ୍ଡ କରିବା ପାଇଁ ପଡିବ । ଏହି ଗୁଣ୍ଡକୁ ସକାଳେ ଅଳ୍ପ ଉଷୁମ ପାଣିରେ ସେବନ କରିବା ଦ୍ୱାରା ଆପଣଙ୍କ ରକ୍ତରେ ଥିବା ସୁଗାର ଲେବଲକୁ ନିୟତ୍ରଣ କରିଥାଏ ।

୫) କଲରା :

ମଧୁମେହ ରୋଗୀମାନେ କଲରା ଖାଇବା କିମ୍ବା କଲରାର ଜୁସ ପିଇବା ଲାଭଦାୟକ ଅଟେ । ସିଝା କଲରାର ପାଣି ପିଇବା ମଧୁମେୟ ରୋଗୀ ପାଇଁ ଲାଭଦାୟକ ଅଟେ ।ଏହା ଆପଣଙ୍କ ମଧୁମେହକୁ ଖୁବ ଶୀଘ୍ର ନିୟତ୍ରଣ କରିଥାଏ ।