ଡାଇଭେଟିଜକୁ ସମୂଳେ ନାଶ କରିବା କରିବା ପାଇଁ ଆପଣାନ୍ତୁ ଘରୋଇ ଉପାୟ, ନିଶ୍ଚିତ ଜାଣି ରଖନ୍ତୁ

Spread the love

ଆଜିକାଲିର ଜୀବନ ଶୈଳୀ, ଚିନ୍ତା ଓ ଖାଇବା ପିଇବାର ଖରାପ ଅଭ୍ୟାସ ପାଈଁ ଡା଼ଇବେଟିସ୍ ଅର୍ଥାତ ସୁଗର୍ ଭଳି ରୋଗ ବହୁତ ଦୃତ ଗତିରେ ବଢ଼ିବାରେ ଲାଗିଛି । ଏହି ସମସ୍ୟା ଯେକୌଣସି ବୟସର ଲୋକଙ୍କୁ ହୋଇପାରେ । ଡ଼ାଇବେଟିସକୁ ନିୟନ୍ତ୍ରଣ କରିବା ପାଇଁ କିଛି ଲୋକ ଇଂରାଜୀ (ଏଲୋପାଥିକଁ) ଔଷଧ ଏବଂ ଆୟୁର୍ବେଦ ଉପଚାର ବ୍ୟବହାର କରୁଛନ୍ତି । କିନ୍ତୁ ସେମାନଙ୍କ ମନରେ ସର୍ବଦା ଗୋଟିଏ ପ୍ରଶ୍ନ ଥାଏ ଯେ, କ’ଣ ସୁଗର ଭଳି ସମସ୍ୟାରୁ ମୁକ୍ତି ମିଳିବ ପାରିବ ?

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏଲପେଥି ଉପଚାର ହାଇ ସୁଗର ଲେବୁଲ କମ କରିବା ପାଇଁ ଏବଂ ନିୟନ୍ତ୍ରଣ ରଖିବା ପାଇଁ ନିଶ୍ଚୟ ଦରକାର । କିନ୍ତୁ ସୁଗରକୁ ସମ୍ପୂର୍ଣ ସମାପ୍ତ କରିବା ପାଇଁ ଆଜି ପର୍ଯ୍ୟନ୍ତ  କୌଣସି ଔଷଧ ବାହାରି ନାହିଁ।

କିନ୍ତୁ ଯଦି ଘରୋଇ ଉପଚାର ଉପାୟ ଏବଂ ଆୟୁର୍ବେଦିକ ଔଷଧ ଠିକ ଭାବରେ ବ୍ୟବହାର କରାଯାଏ ତା’ହେଲେ ଡ଼ାଇବେଟିସରୁ ମୁକ୍ତି ପାଇବାରେ ଯଥେଷ୍ଟ ସମ୍ଭାବନା । (ଠିକ ଉପଚାର କରିପାରିଲେ ଚିର ଦିନ ପାଇଁ ମୁକ୍ତି ମିଳିବ )

ଆଜି ଆମେ ଏମିତି କିଛି ଘରୋଇ ଉପାୟ କହିବାକୁ ଯାଉଛୁ ଯାହା ଡ଼ାଇବେଟିସକୁ ଶୀଘ୍ର ସମାପ୍ତ କରିବାରେ ଆପଣଙ୍କୁ ସାହାର୍ଯ୍ୟ କରିଥାଏ ।

ସୁଗର ଲେବୁଲ କେତେ ହେବା ଦରକାର:-

★ ଯଦି ସକାଳୁ ଖାଲି ପେଟରେ ସୁଗର ଲେବୁଲର ଟେଷ୍ଟ ନିଆ ଯିବ ତୋ ବ୍ଲଡ଼ରେ ସୁଗର 70 ରୁ 110 ମିଲିଗ୍ରାମ ଅଛି ତୋ ଏହା ସ୍ୱାଭାବିକ ସ୍ଥିତି ଅଟେ ।

★ ଏହି ସୁଗର ଲେବୁଲ ଯଦି 110 ରୁ 125 ମଝିରେ ଅଛି ତୋ ଏହା ସୁଗର ଆରମ୍ଭର ଲକ୍ଷଣ ହୋଇ ପାରିଥାଏ । ଏଥିରେ ଆପଣଙ୍କୁ ତୁରନ୍ତ ଡ଼ାକ୍ତରଙ୍କର ପରାମର୍ଶ ନେବା ଜରୁରୀ ହୋଇଥାଏ । ଯଦି 125 ରୁ ଅଧିକ ସୁଗରକୁ ନିୟନ୍ତ୍ରିତ କରିବା ପାଇଁ ଔଷଧର ସେବନ କରିବେ ଆଉ ଯେବେ 200 ମିଲିଗ୍ରାମରୁ ଅଧିକ ହୁଏ ତୋ ପରିସ୍ରାରେ ସୁଗର ଆସିବାରେ ଲାଗିଥାଏ ।

★ ଯଦି ଖାଦ୍ୟ ଖାଇବାର ଦୁଇ ଘଣ୍ଟା ପରେ ବ୍ଲଡ଼ ସୁଗର ଟେଷ୍ଟରେ 110 ରୁ 140 ଆସେ ତୋ ଏହା ସାମାନ୍ୟ ସ୍ଥିତି ଅଟେ । କିନ୍ତୁ ଯେବେ ଏହାର ସ୍ତର 140 ରୁ 170 ହୋଇଯାଏ ତୋ ଭୟଭୀତ ହେବାର କିଛି ଆବଶ୍ୟକତା ନାହିଁ , ଏହାକୁ ନିୟନ୍ତ୍ରିତ କରାଯାଇ ପାରିବ । ଯେବେ ସୁଗରର ଲେବୁଲ 200 ଓ 300ରୁ ଅଧିକ ହୋଇଯାଏ ତୋ ଏହାକୁ ଅଣଦେଖା ନ କରି ଏହାର ଚିକିତ୍ସା କରିବା ଅତ୍ୟନ୍ତ ଜରୁରୀ ଅଟେ।

★ ଯେତେବେଳେ ବ୍ଲଡ଼ ସୁଗର 400 ରୁ ଅଧିକ ହୋଇଯାଏ ତୋ ଏହା ବହୁତ ଗମ୍ଭୀର ଅବସ୍ଥାରେ ପହଞ୍ଚିବାର ସ୍ଥିତି ହୋଇପାରେ ।

ଡାଇଭେଟିସକୁ ମୂଳରୁ ଶେଷ କରିବା ପାଇଁ ଘରୋଇ ଉପାୟ:-

1) 3-4 ଟି ସବୁଜ ପିଆଜର ଚେର ନିଅନ୍ତୁ ଏବଂ ଏହାକୁ ଭଲ ଭାବରେ ଧୋଇ 2 ଲିଟର ପାଣିରେ ରାତି ସାରା ଭିଜେଇ ରଖନ୍ତୁ । ସକାଳୁ ଏହି ପାଣିକୁ ପିଅନ୍ତୁ କିନ୍ତୁ ଏହି ପାଣିକୁ ଏକା ଥରେ ପିଇବେ ନାହିଁ ବରଂ ଯେତେବେଳେ ଶୋଷ ଲାଗିବ ଏହି ପାଣିକୁ ପିଇବେ । ଏହିଭଳି ଗୋଟେ ମାସ ଯାଏଁ ପ୍ରତିଦିନ ଏହି ଉପଚାର କରନ୍ତୁ ଡ଼ାଇବେଟିସକୁ ମୂଳରୁ ସମାପ୍ତ କରିବାରେ ସାହାର୍ଯ୍ୟ କରିଥାଏ ।

2) ଶରୀରର ସୁଗର ଲେବୁଲକୁ ନିୟନ୍ତ୍ରିତ ରଖିବାରେ ଅଧିକ ତିକ୍ତ ଜିନିଷ ବହୁତ ସାହାର୍ଯ୍ୟକାରୀ ହୋଇଥାଏ । ଏଥିପାଇଁ ଆମ୍ବିଲି, କଲରା, ନିମ୍ବ, ମେଥି ଦାନା ଏବଂ ଏଲୋବରା ସୁଗରକୁ କମ କରିବା ପାଇଁ ବହୁତ ଭଲ ପ୍ରମାଣିତ ହୋଇପାରିବ । ଆପଣଙ୍କୁ ଜଣାଇ ଦେଉଛୁ ଯେ, କଲରାରେ ଭିଟାମିନ B-1,B-2 ଭିଟାମିନ C  ଥାଏ ଏବଂ ଏଥିରେ ଥିବା ପୋଷକ ତତ୍ତ୍ୱ ବ୍ଲଡ଼ ସୁଗର ଏବଂ ପରିଶ୍ରାର ସୁଗରର ସମସ୍ୟାକୁ କମ କରିବା ପାଇଁ ସାହାର୍ଯ୍ୟକାରୀ ହୋଇଥାଏ । ଏଥିପାଇଁ ଡାଇବେଟିସ ସମସ୍ୟା ଥିବା ଲୋକମାନେ ପ୍ରତିଦିନ ଅତି କମରେ ଗୋଟେ ଥର କଲରା ଜୁସ୍ ପିଇବା ଲାଭକାରି ହୋଇଥାଏ ।

3) ଡା଼ଇବେଟିସକୁ ନିୟନ୍ତ୍ରିତ କରିବା ପାଇଁ ଆମ୍ବ ଗଛର ପତ୍ର ମଧ୍ୟ ସାହାର୍ଯ୍ୟକାରୀ ହୋଇଥାଏ । ଏଥିପାଇଁ ସତେଜ ପତ୍ରକୁ ଶୁଖେଇ ପେଶୀ କରି ପାଉଡର ତିଆରି କରିନିଅନ୍ତୁ, ଏହି ପାଉଡ଼ରରୁ ଏକ ଚାମଚ ପାଣିରେ ମିଶାଇ ପ୍ରତିଦିନ ସକାଳୁ ଖାଲି ପେଟରେ ପିଅନ୍ତୁ । ଏହା ଉପଚାର ଦ୍ୱାରା ଆପଣ, ଆପଣଙ୍କ ବ୍ଲଡ଼ସୁଗର ନିୟନ୍ତ୍ରିତ ରଖି ପାରିବେ ।

4) ମନ୍ଦାର ଫୁଲ ପତ୍ରକୁ ପେଷିକରି ତାକୁ ଚଟଣି ବନେଇ ନିଅନ୍ତୁ , ଗୋଟିଏ ଗ୍ଲାସ ପାଣିରେ 3 ରୁ 4 ଚାମୁଚ ପ୍ରସ୍ତୁତ କରିଥିବା ଚଟଣି ମିଶାଇ ରାତିସାରା ରଖି ଦିଅନ୍ତୁ ଆଉ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ଏହି ଉପାୟକୁ 10 ରୁ 15 ଦିନ ଲଗାତାର  କରିବା ଦ୍ୱାରା ସୁଗର ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରିତ ହୋଇଯାଇଥାଏ ।

5) ସଦବିହାରି ଫୁଲ ଆଉ ପତ୍ର ଡାଇଭେଟିଜକୁ ନିୟନ୍ତ୍ରିତ କରିବା ପାଇଁ ବହୁତ ଫଳପ୍ରଦ ହୋଇଥାଏ । ଏଥିପାଇଁ ପ୍ରତି ଦିନ 4-5ଟି ସଦବିହାରି ଗଛର ପତ୍ର ଖାଲି ପେଟରେ ଚୋବେଇ ଖାଇବା ଦ୍ୱାରା ସୁଗାର୍ ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ଅନେକ ଫାଇଦା ମିଳିଥାଏ ।

6) ସଜନା ପତ୍ରକୁ ପାଣି ସହିତ ପେସି ଜୁସ ପ୍ରସ୍ତୁତ କରି ନିଅନ୍ତୁ ଏବଂ ଏହାର ସେବନ ଖାଦ୍ୟ ଖାଇବାର ଅଧ ଘଣ୍ଟା ପୂର୍ବରୁ କରନ୍ତୁ । ଏହି ଉପାୟ କରିବାର ଏକ ଘଣ୍ଟା ପୂର୍ବରୁ କିମ୍ଵା ଏକ ଘଣ୍ଟା ପରେ ଅନ୍ୟ କୌଣସି ଔଷଧର ସେବନ କରନ୍ତୁ ନାହିଁ । ଯେଉଁମାନେ ପ୍ରତିଦିନ ଇନ୍ସୁଲିନ ଇଂଜେକସନ ବା ବଟିକା ନିଅନ୍ତି ତାଙ୍କ ପାଇଁ ଏହା ପ୍ରାକୃତିକ ଇନ୍ସୁଲିନ ଅଟେ । ଏହି ଉପାୟକୁ ନିୟମିତ ରୂପରେ କରିଲେ ଟାଇପ 2 ର ଡାଇଭେଟିଜର ଚିକିତ୍ସା ବି ସହଜ ହୋଇ ଯାଇଥାଏ ।

7) ଚିନ୍ତା କରିବା, ଭୁଲ ଜୀବନ ଶୈଳୀ, ମେଦବହୁଳତା, ଆଦୌ ଶାରୀରିକ ପରିଶ୍ରମ ନ କରିବା, ସମ୍ପୂର୍ଣ୍ଣ ନିଦ୍ରା ନ ନେବା ଏହି ସବୁ ଡାଇଭେଟିଜ ହେବାର କିଛି କାରଣ ଅଟେ । ଡାଇଭେଟିଜ ରୁ ବଞ୍ଚିବା ଆଉ ଏହାକୁ ମୂଳରୁ ଶେଷ କରିବା ପାଇଁ ଆପଣ ଏକ ସ୍ୱାସ୍ଥ୍ୟ ଜୀବନ ଶୈଳୀ ଆପଣାନ୍ତୁ, ଆଉ ନିଜର ଦିନଚର୍ଯ୍ୟାରେ ଯୋଗ ଓ ବ୍ୟାୟାମକୁ ସାମିଲ କରନ୍ତୁ । ଏହା ଦ୍ୱାରା ଡାଇଭେଟିଜ କୁ ନିୟନ୍ତ୍ରଣ କରିବାରେ ଆପଣଙ୍କୁ ସାହାଯ୍ୟ ମିଳିବ ।