ପ୍ରେମର ପଡ଼ିଆରେରେ ଧୋନି ଲଗାଇଥିଲେ ଚୋୖକା ଓ ଛକା । ଏହି ୫ ଜଣ ସୁନ୍ଦରୀଙ୍କ ସହ ସମ୍ପର୍କ ରଖିଥିଲେ ।

Spread the love

ଦୁନିଆର ଶାନ୍ତ ଅଧିନାୟକ ଭାବରେ ପ୍ରସିଦ୍ଧ ମହେନ୍ଦ୍ର ସିଂ ଧୋନି କ୍ରିକେଟ ପଡିଆରେ ଚୋୖକା ଏବଂ ଛକାର ବର୍ଷା କରିବାର ଦେଖିଥିବେ କିନ୍ତୁ ପ୍ରେମର ପଡିଆରେ ମଧ୍ୟ ବଡ଼ ବଡ଼ ପାଳି ଖେଳି ସାରିଛନ୍ତି । ମହେନ୍ଦ୍ର ସିଂ ଧୋନି କେବଳ ଯେ, କ୍ରିକେଟର ପଡ଼ିଆରେ ଚୋୖକା ଏବଂ ଛକା ଲଗାନ୍ତି ତାହା ନୁହେଁ ବରଂ ସେ ପ୍ରେମର ପଡିଆରେ ନିଜର ଜଲୱା ମଧ୍ୟ ଦେଖାଇ ସାରିଛନ୍ତି । ସାକ୍ଷୀଙ୍କ ସହ ବିବାହ କରିବା ପୂର୍ବରୁ ସେ ଅନେକ ଝିଅଙ୍କୁ ହୃଦୟ ଦେଇଥିଲେ, ଯାହାଫଳରେ ତାଙ୍କ ହୃଦୟ ଭାଙ୍ଗି ଯାଇଥିଲା । ଆସନ୍ତୁ ଜାଣିବା ସାକ୍ଷୀଙ୍କ ସହ ବିବାହ କରିବା ପୂର୍ବରୁ ମହେନ୍ଦ୍ର ସିଂ ଧୋନିଙ୍କ ନାମ କେଉଁ କେଉଁ ଝିଅଙ୍କ ସହିତ ଯୋଡ଼ା ହୋଇଥିଲା, ଯାହାଦ୍ଵାରା ସେମାନଙ୍କ ସମ୍ପର୍କ ବହୁତ ଶୀର୍ଷରେ ପହଞ୍ଚିଥିଲା ।

ସ୍ୱାତୀ :

ମହେନ୍ଦ୍ର ସିଂ ଏକ ଇଣ୍ଟରଭ୍ୟୁରେ କହିଥିଲେ, ତାଙ୍କର ପ୍ରଥମ ପ୍ରେମିକାଙ୍କ ନାମ ସ୍ୱାତୀ ଥିଲା । ତାଙ୍କୁ ୧୨ଶ ଶ୍ରେଣୀରୁ ପ୍ରେମ ହୋଇଯାଇଥିଲା । ସେହି ସମୟରେ ସ୍ୱାତୀ ତାଙ୍କୁ ବହୁତ ଭଲ ଲାଗୁଥିଲେ କିନ୍ତୁ କୌଣସି କାରଣ ବଶତଃ ଦୁହିଁଙ୍କ ମଧ୍ୟରେ ପ୍ରେମ ବଢି ପାରିଲା ନାହିଁ ଏବଂ ପୁଣି ଦୁହିଁଙ୍କର ରାସ୍ତା ଅଲଗା ହୋଇ ଯାଇଥିଲା । ଧୋନି ଗତ ବର୍ଷ ହିଁ ଏହି ବିଷୟକୁ ଖୋଲାସ କରିଥିଲେ ।

ପ୍ରିୟଙ୍କା ଝା :

ମହେନ୍ଦ୍ର ସିଂ ଧୋନିଙ୍କ ଆତ୍ମକଥା ଚଳଚ୍ଚିତ୍ରରେ ପ୍ରିୟଙ୍କା ଝା ନାମରେ ଏକ ଝିଅର ଚର୍ଚ୍ଚା ହୋଇଥିଲା, ଯାହାର ଅଭିନୟ ଦିଶା ପଠାନି କରିଥିଲେ । ପ୍ରିୟଙ୍କା ଝାଙ୍କ ସହ ଧୋନି ଅଧିକ ଚିନ୍ତାଶୀଳ ଥିଲେ କିନ୍ତୁ ଏହି ପ୍ରେମ ଅଧିକ ଦିନ ପର୍ଯ୍ୟନ୍ତ ରହି ପାରିଲା ନାହିଁ । ପ୍ରକୃତରେ ପ୍ରିୟଙ୍କା ଝାଙ୍କ ମୃତ୍ୟୁ ଏକ ଦୁର୍ଘଟଣାରେ ହୋଇ ଯାଇଥିଲା ଏବଂ ଏହାପରେ ଧୋନି ବହୁତ ଭାଙ୍ଗି ଯାଇଥିଲେ ।

ଦୀପିକା ପଡୁକୋଣ :

ଦୀପିକା ପଡୁକୋଣଙ୍କ ନାମ ଯୁବରାଜଙ୍କ ପରେ ମହେନ୍ଦ୍ର ସିଂ ଧୋନିଙ୍କ ସହ ଯୋଡ଼ା ଯାଇଥିଲା । ମହେନ୍ଦ୍ର ସିଂ ଧୋନି ଓ ଦୀପିକା ପଡୁକୋଣଙ୍କୁ ଅନେକ ସ୍ଥାନରେ ଦେଖିବାକୁ ମିଳୁଥିଲେ, ଯାହା ଫଳରେ ଏମାନଙ୍କ ସମ୍ପର୍କ ବିଷୟରେ ଚର୍ଚ୍ଚା ହେବାକୁ ଲାଗିଲା । ମହେନ୍ଦ୍ର ସିଂ ଧୋନି ଏବଂ ଦୀପିକା ପଡୁକୋଣ ଏହି ବିଷୟରେ ସବୁବେଳେ ଚୁପ ରହୁଥିଲେ କିନ୍ତୁ ବିଶେଷ ସୂତ୍ରରୁ ଜଣାଯାଇଛି ଯେ, ଦୁହେଁ ପରସ୍ପରକୁ ଅଳ୍ପ ସମୟ ପାଇଁ ଡେଟ୍ ମଧ୍ୟ କରିଥିଲେ ।

ରାୟ ଲଷ୍ମୀ :

ମହେନ୍ଦ୍ର ସିଂ ଧୋନିଙ୍କ ନାମ ରାୟ ଲଷ୍ମୀଙ୍କ ସହିତ ଯୋଡ଼ା ଯାଇଥିଲା । ୨୦୦୮ ମସିହାରେ ଆଇପିଏଲ ଖେଳ ମାଧ୍ୟମରେ ଦୁହେଁ ପରସ୍ପରକୁ ଡେଟ୍ କରୁଥିଲେ କିନ୍ତୁ ଉଭୟ ଏ ବିଷୟରେ କିଛି କହୁନଥିଲେ । ଯେତେବେଳେ ମହେନ୍ଦ୍ର ସିଂ ଧୋନିଙ୍କ ଆତ୍ମକଥା ଚଳଚ୍ଚିତ୍ର ଆସିଥିଲା, ସେତେବେଳେ ରାୟ ଲଷ୍ମୀ ରାଗି ଯାଇଥିଲେ ଏବଂ ସେ କହିଥିଲେ ଯେ, ସେ ଏବଂ ଧୋନି ବହୁତ ଆଗକୁ ଚାଲି ଗଲେଣି କିନ୍ତୁ କଣ ପାଇଁ ଲୋକେ ସେହି କଥାକୁ ଧରି ରହିଛନ୍ତି ।

ଆସୀନ :

ବଲିଉଡର ସୁନ୍ଦର ଅଭିନେତ୍ରୀଙ୍କ ମଧ୍ୟରୁ ଆସୀନଙ୍କ ନାମ ଧୋନୀଙ୍କ ସହ ଯୋଡ଼ା ଯାଇଥିଲା । ଯେତେବେଳେ ୨୦୧୦ରେ ଧୋନି ଏବଂ ଆସୀନ ଏକାଠି ବିଜ୍ଞାପନରେ କାମ କରିଥିଲେ, ସେମାନଙ୍କ ସମ୍ପର୍କ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଜଣା ଯାଉଛି ଯେ, ୨୦୧୦ ଆଇପିଏଲର ସେମି ଫାଇନାଲରେ ଆସୀନଙ୍କ ସହ ଧୋନିଙ୍କୁ ଏକ ରାତ୍ରି ଭୋଜନରେ ଦେଖିବାକୁ ମିଳିଥିଲା କିନ୍ତୁ ଦୁହେଁ କେବେ କିଛି କହି ନ ଥିଲେ ।