ଭାରତୀୟ ସେନାରେ ସାମିଲ ହେଲେ ଧୋନୀ ! ଭାରତୀୟ ସେନା ସହ କାଶ୍ମୀର ନେବେ ତାଲିମ, ସେନା ପ୍ରମୁଖ ଦେଲେ ମଞ୍ଜୁର ।

Spread the love

ନୂଆ ଦିଲ୍ଲୀ : ଭାରତୀୟ ସେନାରେ ତାଲିମ ନେବା ପାଇଁ ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀଙ୍କ ଅନୁରୋଧକୁ ଜେନେରାଲ ବିପିନ ରବାତ ସ୍ଵୀକୃତି ପ୍ରଦାନ କରିଛନ୍ତି । ପରାସୁଟ ରେଜିମେଣ୍ଟ (Parachute regiment) ବାଟାଲିୟନ ସହ ଧୋନୀ ତାଲିମ ନେବେ । ଏହି ତାଲିମ ଜମ୍ମୁ ଓ କାଶ୍ମୀରର କେତେକ ଅଞ୍ଚଳରେ ମଧ୍ୟ ହେବାର ସମ୍ଭାବନା ରହିଛି । କିନ୍ତୁ ଭାରତୀୟ ସେନା ବର୍ତ୍ତମାନ ଧୋନୀଙ୍କୁ କୌଣସି ସକ୍ରିୟ ଅପେରସନରେ ସାମିଲ କରିପାରିବ ନାହିଁ ।

୩୮ ବର୍ଷୀୟ ଧୋନୀ ଶନିବାର ଦିନ କ୍ରିକେଟରୁ ସନ୍ନ୍ୟାସୀ ନେବା ଏବଂ ୱେଷ୍ଟଇଣ୍ଡିଜ ଗ୍ରସ୍ତରେ ନ ଯିବା ପାଇଁ ବିରାମ ଲଗାଇ ଭାରତୀୟ ଦଳରୁ ଦୁଇ ମାସ ପାଇଁ ନିଜକୁ ଅନୁପସ୍ଥିତ ରଖିଲେ । ପ୍ରାଦେଶିକ ସେନାର ପରାସୁଟ ରେଜିମେଣ୍ଟରେ ଅବୈତନିକ ଭାବରେ ଦୁଇ ମାସ ରହିବା ପାଇଁ ନିଷ୍ପତି ନେଇଛନ୍ତି ଏମ.ଏସ୍.ଧୋନୀ । ଧୋନୀଙ୍କ ଏହି ଅନୁରୋଧକୁ ସେନାର ପ୍ରମୁଖ ସ୍ବୀକୃତି ପ୍ରଦାନ କରିଛନ୍ତି ।

ଧୋନୀ ରବିବାର ଦିନ ଚୟନ କମିଟିର ବୈଠକ ପୂର୍ବରୁ ବିସିସିଆଇକୁ ନିଜର ଏହି ନିଷ୍ପତି ବିଷୟରେ ଜଣାଇ ଦେଇଥିଲେ । ଏହା ସହ ଧୋନୀ ଏହି କଥାର ମଧ୍ୟ ସ୍ଵଷ୍ଟ କରିଥିଲେ ଯେ, ବର୍ତ୍ତମାନ ସେ କ୍ରିକେଟରୁ ସନ୍ନ୍ୟାସୀ ନେବେ ନାହିଁ ।

ବିସିସିଆଇର ଏକ କର୍ମକର୍ତ୍ତାଙ୍କ କହିବ ଅନୁସାରେ, “ଧୋନୀ ବର୍ତ୍ତମାନ କ୍ରିକେଟରୁ ସନ୍ନ୍ୟାସୀ ନେବେ ନାହିଁ । ସାମରିକ ବାହିନୀର ଅଂଶ ନ ହୋଇ ମଧ୍ୟ ସୈନ୍ୟ ବାହିନୀ ସଦୃଶ ସଂଗଠିତ ରେଜିମେଣ୍ଟର ସେବା କରିବା ପାଇଁ ଦୁଇ ମାସ ବିଶ୍ରାମ ନେଉଛନ୍ତି ।”