୨ ବର୍ଷ ପର୍ଯ୍ୟନ୍ତ ମହେନ୍ଦ୍ର ସିଂହ ଧୋନୀ ବ୍ୟାକୁଳ ହୋଇ ଯାଉଥିଲେ ଏହି ଝିଅର ପ୍ରେମ ପାଇଁ, ଦେଖନ୍ତୁ ତାଙ୍କର ସୁନ୍ଦର ଫୋଟୋ ସବୁ

Spread the love

ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀଙ୍କୁ କିଏ ବା ନ ଜାଣେ ! ଏମ୍. ଏସ୍. ଧୋନୀ ବର୍ତ୍ତମାନ ସମୟରେ ବିଶ୍ଵ କ୍ରିକେଟରେ ସମସ୍ତଙ୍କ ଲୋକପ୍ରିୟ ଏବଂ ସମସ୍ତଙ୍କ ପ୍ରଶଂସାର ପାତ୍ର ଅଟନ୍ତି । ଭାରତୀୟ କ୍ରିକେଟ ଦଳରେ ମହେନ୍ଦ୍ର ସିଂହ ଧୋନୀଙ୍କ ଅବଦାନ ଅତୁଳନୀୟ ଓ ଅବିସ୍ମରଣୀୟ । ତାଙ୍କୁ କେବେ ମଧ୍ୟ ଭୁଲି ପାରିବ ନାହିଁ ।

ଏମ୍. ଏସ୍. ଧୋନୀଙ୍କ ଜୀବନରେ ଗୋଟିଏ ନାହିଁ ଅନେକ ଝିଅ ଓ ଅଭିନେତ୍ରୀଙ୍କ ସହ ଯୋଡ଼ାଯାଇଛି । ତଥାପି ଲୋକଙ୍କ କଥାକୁ ଗୁରୁତ୍ଵ ନ ଦେଇ ନିଜ କର୍ମ ପଥରେ ଆଗେଇ ଚାଲିଛନ୍ତି । ଯାହାପଫଳରେ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟରେ ନିଜର ସଫଳତା ପୁରା କରିପଡ଼ିଛନ୍ତି । କିନ୍ତୁ ଧୋନୀଙ୍କ ପ୍ରେମ ଜୀବନ, ସେ ଯେମିତି ଚାହୁଁ ଥିଲେ, ସେମିତି କିଛି ହୋଇପାରିଲା ନାହିଁ ।

ଧୋନୀଙ୍କ ଉପରେ ଆଧାରିତ ବୟୋପିକ ଫିଲ୍ମ ‘ଏମ୍. ଏସ୍. ଧୋନୀ-ଦ ଅନଟୋଲ୍ଡ ଷ୍ଟୋରି’ ଆପଣମାନେ ନିଶ୍ଚୟ ଦେଖିଥିବେ । ଯେଉଁଥିରେ ଧୋନୀ ପ୍ରଥମେ ଅନ୍ୟ ଝିଅକୁ ଭଲ ପାଉଥିଲେ କିନ୍ତୁ ଦୁର୍ଭାଗ୍ୟ ବଶତଃ ସେହି ଝିଅଟି ସଡକ ଦୁର୍ଘଟଣାରେ ମୃତ୍ୟୁବରଣ ହୋଇଗଲା । ଯାହାଫଳରେ ଧୋନୀ, ପ୍ରେମ ଜୀବନକୁ ନେଇ ଯେଉଁ ସ୍ଵପ୍ନ ଦେଖିଥିଲେ, ତାହା ଭାଙ୍ଗି ଚୁରମାର ହୋଇଯାଇଥିଲା ।

ଯାହାଫଳରେ ଧୋନୀ ପୁରା ଭାଙ୍ଗି ଗଲେ ଏବଂ ତାଙ୍କର ପ୍ରଦର୍ଶନ ବି ବହୁତ ଖରାପ ହୋଇଯାଇଥିଲା ।

ଏହି ସମୟରେ ମହେନ୍ଦ୍ର ସିଂହ ଧୋନୀ ହୋଟେଲ ମ୍ୟାନେଜମେଣ୍ଟରେ କାମ କରୁଥିବା ସାକ୍ଷୀ ସହ ଦେଖାହୋଇ ଥିଲା । ଏମାନଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଯାଇଥିଲା, ଧୋନୀ ସାକ୍ଷୀଙ୍କ ସହିତ ୨ ବର୍ଷ ଡେଟ୍ କରିବା ପରେ ଯାଇ ବାହା ହେଲେ । ଆପଣଙ୍କୁ ଗୋଟିଏ କଥା ଜଣାଇ ଦେଉଛୁ, ଧୋନୀ ଯେଉଁ ସ୍କୁଲରେ ପାଠ ପଢୁଥିଲେ, ସେହି ସ୍କୁଲରେ ସାକ୍ଷୀ ମଧ୍ୟ ଶିକ୍ଷା ଗ୍ରହଣ କରିଥିଲେ । ଦୁହେଁଙ୍କ ମଧ୍ୟରେ ବୟସଗତ ପାର୍ଥକ୍ୟ ୮ ବର୍ଷର ।

ଏହାର ଅର୍ଥ ସେ କେବେ ବି ସ୍କୁଲରେ ସାକ୍ଷୀ ସହ ଦେଖା ହୋଇନଥିଲେ । ମହେନ୍ଦ୍ର ସିଂହ ଧୋନି ଏବଂ ସାକ୍ଷୀଙ୍କର ଗୋଟିଏ ଝିଅ ଅଛି । ଏବଂ ତାଙ୍କ ନାମ ‘ଯିବା ଧୋନୀ’ ଅଟେ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଚଳିତ ବର୍ଷ ଧୋନୀ ପାଇଁ ବହୁତ ମହତ୍ବପୂର୍ଣ ଅଟେ କାରଣ ଧୋନୀଙ୍କ ଯୋଗ୍ୟତାରେ ଭାରତ ୨୦୧୯ର ବିଶ୍ଵ କପ୍ ଟାଇଟଲ୍ ଆଣିବାରେ ସଫଳ ହୋଇପାରିବେ ବୋଲି ସମସ୍ତଙ୍କ ବିଶ୍ଵାସ ।