ଧର୍ମେନ୍ଦ୍ର :- ପ୍ରଥମରୁ ଜଣାଥିଲେ ସନ୍ନି, ସୁନୀଲ ଜାଖଡ଼ଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ୁଛି; ତେବେ ମୁଁ ତାକୁ ମନା କରି ଦେଇଥାନ୍ତି ।

Spread the love

ଧର୍ମେନ୍ଦ୍ର ଦେଇଛନ୍ତି ସନ୍ନିଙ୍କୁ ନେଇ ଏକ ବଡ଼ ବୟାନ ।କହିଛନ୍ତି ବିନା ମୋତେ ପଚାରି ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତି କରି ଦେଇଥିଲା ।

ଅଭିନେତା ଧର୍ମେନ୍ଦ୍ର ନିଜ ବଡ଼ ପୁଅ ସନ୍ନିଙ୍କ ଗୁରୁଦାସପୁର ଆସନରୁ ନିର୍ବାଚନ ଲଢ଼ିବାକୁ ନେଇ ଏକ ବଡ଼ ବୟାନ ଦେଇ କହିଛନ୍ତି; ଯଦି ତାଙ୍କୁ ପ୍ରଥମରୁ ଜଣା ପଡ଼ିଥାନ୍ତା, ସନ୍ନି ଏହି ଆସନ ପାଇଁ ନିର୍ବାଚନ ଲଢ଼ିବା ପାଇଁ ଯାଉଛନ୍ତି; ତେବେ ଧର୍ମେନ୍ଦ୍ର ସନ୍ନିଙ୍କୁ ନିର୍ବାଚନ ଲଢିବାକୁ ମନା କରିଥାନ୍ତେ । ନିଜ ବୟାନରେ ଧର୍ମେନ୍ଦ୍ର କହିଛନ୍ତି ଏହି ଆସନ ପାଇଁ କଂଗ୍ରେସର ସୁନୀଲ ଜାଖଡ଼ ନିର୍ବାଚନ ଲଢ଼ିବା ପାଇଁ ଯାଉଛନ୍ତି । ଧର୍ମେନ୍ଦ୍ରଙ୍କ ଅନୁସାରେ ସୁନୀଲ ଜାଖଡ଼ଙ୍କ ପିତା ଜଣେ ଭଲ ମନୁଷ୍ୟ ଥିଲେ ଏବଂ ସୁନୀଲ ଜୋଖଡ଼ଙ୍କ ପିତା ବଳରାମ ଜୋଖଡ଼ ତାଙ୍କୁ ରାଜନୀତି ଶିଖାଇଛନ୍ତ ।

ଅନ୍ୟପଟେ ସନ୍ନି ଦେବଲ ଏହି ଆସନ ପାଇଁ କଂଗ୍ରେସ ସାଂସଦ ସୁନୀଲ ଜୋଖଡ଼ଙ୍କୁ ସ୍ଥାନୀୟ ବ୍ୟବସ୍ଥା ପାଇଁ ଦାୟୀ କରାଇଥିଲେ । ଯେତେବେଳେ ଧର୍ମେନ୍ଦ୍ରଙ୍କୁ ସନ୍ନିଙ୍କ ଏହି ନିର୍ବାଚନ ଲଢେଇ ବିଷୟରେ ପଚାରା ଯାଇଥିଲା, ସେହି ସମୟରେ; ସେ କହିଥିଲେ ଆମେ ଫିଲ୍ମ ଜଗତର ଅଟୁ । ଏଠାରେ ଆମେ କାହାରିକୁ ଦାୟୀ କରିବା ପାଇଁ ଆସି ନାହୁଁ । କେବଳ ଲୋକଙ୍କ ଅସୁବିଧା ବିଷୟରେ ଜଣାଇବା ପାଇଁ ଆସିଛୁ । ସୁନିଲଙ୍କ ପାଖରେ ଅନୁଭଵ ରହିଛି ଏବଂ ତାଙ୍କର ପିତା ମଧ୍ୟ ଜଣେ ନେତା ଥିଲେ । କିନ୍ତୁ ବର୍ତ୍ତମାନ ଆମେ ନିର୍ବାଚନ ମଇଦାନରେ ଅଛୁ ଏବଂ ଆମେ ପିଠି ଦେଖାଇ ଯିବୁ ନାହିଁ ।

ରାଜନୀତିର ଜ୍ଞାନ ନଥିଲା :

ଧର୍ମେନ୍ଦ୍ର ପତ୍ରକାର ମାନଙ୍କୁ କହିଛନ୍ତି; ଯେତେବେଳେ ସେ ରାଜନୀତିକୁ ଆସିଥିଲେ ସେହି ସମୟରେ ତାଙ୍କର ରାଜନୀତିରେ କୌଣସି ଜ୍ଞାନ ନ ଥିଲା । ବଳରାମ ଜାଖଡ଼ ହିଁ ତାଙ୍କୁ ରାଜନୀତି କିପରି କରାଯାଏ ଏବଂ ବିଧାୟକ ଏବଂ ସାଂସଦ ମଧ୍ୟରେ କଣ ଅନ୍ତର ରହିଛି; ସେହି ବିଷୟରେ ଜ୍ଞାନ ଦେଇଥିଲେ । ଧର୍ମେନ୍ଦ୍ରଙ୍କ ଅନୁସାରେ ସେ ବଲରାମ ଜାଖଡ଼ଙ୍କୁ ନିଜ ଗୁରୁ ମାନନ୍ତି ଏବଂ ଏକଦା ବଳରାମ ଜାଖଡ଼ଙ୍କ ପାଇଁ ରାଜସ୍ଥାନରେ ନିର୍ବାଚନ ପ୍ରଚାର କରିଥିଲେ । ଧର୍ମେନ୍ଦ୍ର କହିଛନ୍ତି; ଯେତେବେଳେ ତାଙ୍କୁ ବିଜେପି ତରଫରୁ ୨୦୦୪ ମସିହାରେ ବଳରାମ ଜାଖଡ଼ଙ୍କ ବିରୁଦ୍ଧରେ ରାଜସ୍ଥାନର ଚେରୁ ଅଞ୍ଚଳରେ ଟିକଟ ଦିଆ ଯାଇଥିଲା । ସେହି ସମୟରେ ସେ ଟିକଟ ନେବା ପାଇଁ ମନା କରି ଦେଇଥିଲେ ଏବଂ ପରେ ପାର୍ଟି ତରଫରୁ ତାଙ୍କୁ ବିକାନିୟର ଆସନରେ ଲଢ଼ିବାର ସୁଯୋଗ ମିଳିଥିଲା ।

ଆମେ ଚାଲାକ୍ ନାହୁଁ :

ଧର୍ମେନ୍ଦ୍ର କହିଛନ୍ତି ଆମେ ନେତା ନୁହଁ ଏବଂ ଆମପରି ଇଣ୍ଡରଷ୍ଟ୍ରି ଲୋକେ ରାଜନୀତିରୁ ଦୂରେଇ ରହୁ । କାରଣ ଆମେ ଚାଲାକ ଲୋକ ନୁହଁ । କିନ୍ତୁ ଆମେ ଭାବୁକ ସମ୍ପ୍ରଦାୟର ଲୋକ ଅଟୁ । ମୁଁ ସନ୍ନିଙ୍କୁ କହିଥିଲି ରାଜନୀତି ଏକ କଠିନ ବିଷୟ ଅଟେ କିନ୍ତୁ ତା ପୂର୍ବରୁ ହିଁ ସନ୍ନି ନିର୍ବାଚନ ଲଢ଼ିବା ପାଇଁ ହଁ କରି ଦେଇଥିଲେ ।

ବିଜେପି ସନ୍ନିଙ୍କୁ ଅଭିନେତା ଏବଂ ସାଂସଦ ବିନୋଦ ଖାନ୍ନାଙ୍କ ଗୁରୁଦାସପୁର ଲୋକସଭା ଆସନରୁ ନିର୍ବାଚନ ମଇଦାନରେ ଲଢ଼ିବା ପାଇଁ ସୁଯୋଗ ଦେଇଥିଲେ ଏବଂ ଏହି ଆସନ ପାଇଁ ସୁନାଲ ଜାଖଡ଼ ସାଂସଦ ଅଛନ୍ତି । ବିଜେପି ତରଫରୁ ଲୋକସଭାର ଗୁରୁଦାସପୁର ଆସନରେ ଟିକଟ ମିଳିବା ପରେ ସନ୍ନି ଦେବଲ ନିଜର ପ୍ରଚାର କରୁଛନ୍ତି ଏବଂ ଗୁରୁଦାସପୁର ଲୋକଙ୍କ ସହ ମିଶି ନିଜ ପାଇଁ ଏବଂ ବିଜେପି ପାଇଁ ଭୋଟ ମାଗୁଛନ୍ତି । ସନ୍ନିଙ୍କ ପ୍ରଚାରରେ ତାଙ୍କ ପିତା ଧର୍ମେନ୍ଦ୍ର ମଧ୍ୟ ସାଥ ଦେଇଛନ୍ତି ଏବଂ ନିଜ ପୁଅ ପାଇଁ ଗୁରୁଦାସପୁର ଲୋକଙ୍କୁ ଭୋଟ ମାଗୁଛନ୍ତି । ଧର୍ମେନ୍ଦ୍ରଙ୍କ ଅନୁସାରେ ତାଙ୍କୁ ଯେଉଁ ଆସନ ଦିଆଯାଇଛି, ସେଥିପାଇଁ ସେ ଲଢ଼ିବେ ଏବଂ ପ୍ରଚାର ସମୟରେ ଯେଉଁ ସର୍ତ୍ତ ଲୋକଙ୍କୁ କରାଯାଇଛି ତାହାକୁ ପୂର୍ଣ ମଧ୍ୟ କରିବେ ।