ବଡ ହେବାପରେ ଷ୍ଟାଇଲିଷ୍ଟ ଦେଖା ଯାଉଛନ୍ତି ନ୍ୟାସା ଦେବଗନ, ମାଆ କାଜୋଲଙ୍କ ଠାରୁ ଅଧିକ ସୁନ୍ଦର ଫୋଟରେ ଦେଖା ଯାଉଛନ୍ତି ।

Spread the love

ବଲିଉଡରେ ସୁନ୍ଦର ଅଭିନେତ୍ରୀ ମାନଙ୍କ ଅଭାବ ନାହିଁ । ଏଠାରେ ଜଣଙ୍କ ଠାରୁ ଅନ୍ୟ ଜଣେ ସୁନ୍ଦର ଅଟନ୍ତି । କିଛି ଅଭିନେତ୍ରୀ କମ ବୟସ ହୋଇଥିଲେ ମଧ୍ୟ ବହୁତ ଲୋକପ୍ରିୟ ହୋଇଛନ୍ତି ଏବଂ ଦୁନିଆରେ ନିଜର ନାମ ଅର୍ଜନ କରିଛନ୍ତି । ଅନ୍ୟ କେତେକ ଅଭିନେତ୍ରୀ ମାନଙ୍କ ବୟସ ୪୦ରୁ ଅଧିକ ହୋଇଥିଲେ ମଧ୍ୟ ତାଙ୍କର ଲୋକପ୍ରିୟତା କମି ନାହିଁ । କହିବାକୁ ଗଲେ ଏମାନଙ୍କର ବୟସ ବଢିବା ସହ ସୁନ୍ଦରତା ମଧ୍ୟ ବଢିଥାଏ । ଅଭିନେତ୍ରୀ ମାନେ ଯେତେ ସୁନ୍ଦର ଅଟନ୍ତି, ତାଙ୍କ ଝିଅମାନେ ସେମାନଙ୍କ ଠାରୁ ଅଧିକ ସୁନ୍ଦର ଅଛନ୍ତି । ଆଜିକାଲି ମାଆ ମାନଙ୍କ ଠାରୁ ଅଧିକ ସେମାନଙ୍କର ଝିଅମାନଙ୍କୁ ଅଟେନ୍ସନ ମିଳୁଛି । କିଛିଦିନ ତଳେ ଲୋକପ୍ରିୟ ଅଭିନେତ୍ରୀ କାଜଲଙ୍କ ସହ ତାଙ୍କ ପୁତ୍ରୀ ଏୟାରପୋର୍ଟରେ ଏକାଠି ଦେଖିବାକୁ ମିଳିଥିଲା, ଯେଉଁଥିରେ ତାଙ୍କ ଝିଅ ବହୁତ ଷ୍ଟାଇଲିସ ଦେଖା ଯାଉଥିଲେ । ବର୍ତ୍ତମାନ ନ୍ୟାସାଙ୍କ ଫୋଟ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଛି, ଯେଉଁଥିରେ ସେ ପୁର୍ବ ଅପେକ୍ଷା ଅଧିକ ହଟ ଏବଂ ସୁନ୍ଦର ଦେଖା ଯାଉଛନ୍ତି ।

ରେଷ୍ଟୁରାଣ୍ଟ ବାହାରର ଫୋଟୋ :

କିଛିଦିନ ତଳେ କାଜଲ ଏବଂ ଅଜୟ ଦେବଗନଙ୍କ ଝିଅ ନ୍ୟାସା ଦେବଗନ ମୁମ୍ବାଇର ଏକ ରେଷ୍ଟୋରେଣ୍ଟରେ ନିଜର ବନ୍ଧୁମାନଙ୍କ ସହ ରାତ୍ର ଭୋଜନ କରିବାକୁ ଆସିଥିଲେ । ଭୋଜନ କରି ବାହାରକୁ ବାହାରିବା ସମୟରେ ମିଡ଼ିଆ ତାଙ୍କୁ ଘେରି ଯାଇଥିଲେ ଏବଂ ଫୋଟୋ ଉଠାଇବାକୁ ଲାଗିଲେ । ଭାଇରଲ ହୋଇଥିବା ଫୋଟ ସେହି ସମୟର ଯେଉଁଥିରେ, ସେ ବହୁତ ସୁନ୍ଦର ଦେଖା ଯାଉଥିଲେ । ପ୍ରକୃତରେ ବୟସ ବଢିବା ସହ ତାଙ୍କର ସୁନ୍ଦରତା ମଧ୍ୟ ବଢି ବଢି ଯାଉଛି ବୋଲି କହିବାରେ କିଛି ଭୁଲ ହେବ ନାହିଁ । ଫୋଟ ଭାଇରଲ ହେବା ପରେ ଲୋକେ ତାଙ୍କର Dressing Senseରେ ପାଗଳ ହେବାକୁ ଲାଗିଲେ । ସେ ରେଷ୍ଟୁରାଣ୍ଟକୁ ନିଜ ଗାର୍ଲ ଗ୍ୟାଙ୍ଗ ସହ ଛୋଟ ପୋଷାକରେ ଭୋଜନ କରିବା ପାଇ ପହଞ୍ଚି ଥିଲେ । ସେ ଚେକ ପ୍ରିଣ୍ଟର ଏକ ଛୋଟ ପୋଷାକ ପିନ୍ଧିଥିଲେ, ଯେଉଁଥିରେ ସେ ସୁନ୍ଦର ଦେଖା ଯାଉଥିଲେ । ବାହାରକୁ ଯିବା ସମୟରେ କେଉଁଭଳି ପୋଷାକ ପିନ୍ଧିବାର ଅଛି; ସେହି ବିଷୟରେ ନ୍ୟାସା ଧ୍ୟାନ ରଖିଥାନ୍ତି । ପ୍ରଥମେ ସେ କ୍ୟାମେରା ସାମ୍ନାକୁ ଆସିବାକୁ ଭୟ କରୁଥିଲେ କିମ୍ବା ଅଧିର ହେଉଥିଲେ କିନ୍ତୁ ବର୍ତ୍ତମାନ ଏପରି କିଛି ହୋଇନଥିଲା । ସେ ହସ ହସ ମୁହଁ ସହ କ୍ୟାମେରା ସାମ୍ନାରେ ପୋଜ ଦେଇଥିଲେ । ତାଙ୍କର ଏହି ସୁନ୍ଦରତାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ପ୍ରଶଂସା କରୁଥିଲେ ।

ଖରାପ ଚେହେରା ପାଇଁ ଟ୍ରୋଲ ହୋଇ ସାରିଛନ୍ତି :

ନିଜର ଚେହେରା ପାଇଁ ନ୍ୟାସା ଅନେକ ଥର ସୋସିଆଲ ମିଡିଆରେ ଟ୍ରୋଲ ହୋଇ ସାରିଛନ୍ତି । କମେଣ୍ଟ ମାଧ୍ୟମରେ କିଛି ଲୋକ ତାଙ୍କୁ କାଜଲଙ୍କ ଝିଅ ବୋଲି ମାନୁ ନଥିଲେ ଏବଂ ଅନ୍ୟ କିଛି ତାଙ୍କୁ କାଜଲଙ୍କ ସୁନ୍ଦରତା ସହ ତୁଳନା କରିଥିଲେ । କିଛି ଲୋକ ତାଙ୍କୁ ଶ୍ୟାମଳ ରଙ୍ଗ ବୋଲି ଥଟ୍ଟା କରିଥିଲେ । ଅନେକ ଥର ଅଭିନେତ୍ରୀ କାଜଲ ନିଜ ଝିଅର ସପକ୍ଷରେ ରହି ଟ୍ରୋଲର୍ସଙ୍କୁ ଉଚିତ ଉତ୍ତର ଦେଇଛନ୍ତି । ଏପରି ଅଳ୍ପ ବୟସରେ କାହାରି ପିଲା ମାନଙ୍କୁ ଜର୍ଜ କରିବା ଠିକ ନୁହଁ । କିନ୍ତୁ ଆମର ବିଶ୍ୱାସ ଯେ, ନ୍ୟାସାଙ୍କ ଏହି ଲେଟେଷ୍ଟ ଫୋଟ ଆପଣଙ୍କର ହୃଦୟ ଚୋରି କରି ଦେଇଥିବ ।