ବୃଦ୍ଧାଶ୍ରମରେ ରହୁଛନ୍ତି ମହାଭାରତର ଦେବରାଜ ଇନ୍ଦ୍ର ,ଏକଦା କୋଟି କୋଟି ଟଙ୍କାର ମାଲିକ ଥିଲେ ।

Spread the love

ପଞ୍ଜାବୀ ଫିଲ୍ମ ଜଗତର ଅମିତାଭ ବଚ୍ଚନ ରୂପରେ ପରିଚିତ ଅଭିନେତା ସତୀଶ କୌଲ କୋଟି କୋଟି ଟଙ୍କାର ମାଲିକ ହେବା ସ୍ୱତେ ନିଜର ଅନ୍ତିମ ସମୟରେ ଅତ୍ୟନ୍ତ ଖରାପ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ବିଗତ ସମୟରେ ସତୀଶ କୌଲଙ୍କ ସହ କାର୍ଯ୍ୟ କରିବା ପାଇଁ ବଡ଼ ବଡ଼ ନିର୍ମାତା ନିର୍ଦେଶକ ସ୍ୱପ୍ନ ଦେଖୁଥିଲେ । କଣ ଆପଣ ଜାଣିଛନ୍ତି ସେହି ସତୀଶ କୌଲ ବି. ଆର ଚୋପଡାଙ୍କ ମହାଭାରତ ଧାରାବାହିକରେ ଅଭିନୟ କରିଥିଲେ ।

Google

୮୦ ଦଶକରେ ପ୍ରସାରିତ ଏହି ଧାରାବାହିକରେ ଅଭିନେତା ସତୀଶ କୌଲ ଦେବରାଜ ଇନ୍ଦ୍ରଙ୍କ ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ ଆଜିର ସମୟରେ ସତୀଶ ଖରାପ ପରିସ୍ଥିତି ଦେଇ ଗତି କରୁଛନ୍ତି । ସତୀଶ ନିଜର ଅଭିନୟ କ୍ୟାରିୟର ପଞ୍ଜାବୀ ଫିଲ୍ମରୁ ଆରମ୍ଭ କରିଥିଲେ । ସତୀଶ ୧୯୭୯ ରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ପଞ୍ଜାବୀ ଫିଲ୍ମରେ ଅଭିନୟ କରିବା ସମୟରେ ହିଁ ସତୀଶ ବଲିଉଡରେ ଏଣ୍ଟ୍ରି କରିଥିଲେ ଏବଂ କର୍ମା , ଆଣ୍ଟି ନମ୍ବର ୱାନ ,ପ୍ୟାର ତୋ ହୋନା ହି ଥା ,ପ୍ୟାର କା ମନ୍ଦିର , ଖୁନି ମହଲ ଭଳି ଫିଲ୍ମରେ ଅଭିନୟ କରିଥିଲେ । ସତୀଶ ୩୦୦ ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଛନ୍ତି ଯେଉଁଥିରେ ଉଭୟ ହିନ୍ଦୀ ଏବଂ ପଞ୍ଜାବୀ ଫିଲ୍ମ ସାମିଲ ରହିଛି ।

Goolge

ଉଭୟ ହିନ୍ଦୀ ଏବଂ ପଞ୍ଜାବୀ ଫିଲ୍ମରେ ଅଭିନୟ କରିବା ପରେ ସତୀଶ ଟିଭି ଜଗତରେ ମଧ୍ୟ ସକ୍ରିୟ ହୋଇପାରିଥିଲେ । ସେ ବି.ଆର ଚୋପଡାଙ୍କ ପ୍ରସିଦ୍ଧ ଧାରାବାହିକ ମହାଭାରତରେ ଦେବରାଜ ଇନ୍ଦ୍ରଙ୍କ ଚରିତ୍ରରେ ଅଭିନୟ କରିଥିଲେ । ସେହି ଇନ୍ଦ୍ର ଯିଏ ଜଣେ ବ୍ରାହ୍ମଣର ଭେଶ ଧାରଣ କରି ଦାନବୀର କର୍ଣ୍ଣଙ୍କ କବଚ ଏବଂ କୁଣ୍ଡଳ ମାଗି ନେଇଥିଲେ । ଇନ୍ଦ୍ରଦେବଙ୍କ ଚରିତ୍ରରେ ସତୀଶ କୌଲଙ୍କୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ସତୀଶ କୌଲ ମହାଭାରତରେ ଅଭିନୟ କରିବା ପୂର୍ବରୁ ପଞ୍ଜାବୀ ଫିଲ୍ମରେ ବହୁତ ସକ୍ରିୟ ଥିଲେ କିନ୍ତୁ ୮୦ ଦଶକରେ ହିଁ ଆତଙ୍କି ଗତିବିଧି ଯୋଗୁଁ ସତୀଶ କୌଲଙ୍କ ଅଭିନୟ କ୍ୟାରିୟର ଧୂଳିସାତ ହୋଇଯାଇଥିଲା । ଏକ ନିୟୁଜ ଚ୍ୟାନେଲକୁ ଇଂଟରଭିୟୁ ଦେବା ସମୟରେ ସତୀଶ କୌଲ ଏହି ବିଷୟର ଖୁଲାସା କରିଥିଲେ ଏବଂ କହିଥିଲେ ଏହି କାରଣରୁ ହିଁ ସେ ଟିଭି ଜଗତରେ ଅଭିନୟ କରିବା ପାଇଁ ମନ ବଳାଇଥିଲେ ।

Goolge

ସତୀଶ କୌଲ ରାମାନନ୍ଦ ସାଗରଙ୍କ ଧାରାବାହିକ ବିକ୍ରମ ବେତାଳରେ ମଧ୍ୟ ଅଭିନୟ କରିସାରିଛନ୍ତି । ଏହି ଧାରାବାହିକରେ ସେ ଯୁବରାଜ ଆନନ୍ଦସେନ, ପ୍ରିନ୍ସ ଅଜୟ , ମଧୁସୂଦନ , ବୈଦ , ସତ୍ୱଶୀଳ ,ରାଜକୁମାର ବଜ୍ରମୁକ୍ତି , ସେନାପତି ଏବଂ ସୂର୍ଯ୍ୟମଲ ଭଳି ଅନେକ ଚରିତ୍ରରେ ଅଭିନୟ କରିଥିଲେ । ସତୀଶ କୌଲ ଲୁଧିଆନାରେ ନିଜର ଏକ ଆକ୍ଟିଂଗ ସ୍କୁଲ ମଧ୍ୟ ଖୋଲିଥିଲେ । ଖବର ଅନୁସାରେ ସେହି ଆକ୍ଟିଂଗ ସ୍କୁଲ ଠିକ ରୂପରେ ଚାଲିନଥିଲା ଯାହାଫଳରେ ସତୀଶ ସେହି ସ୍କୁଲରେ ଲଗାଇଥିବା ସମସ୍ତ ଟଙ୍କା ବୁଡିଯାଇଥିଲା । ଏକଦା କୋଟି କୋଟି ଟଙ୍କାର ମାଲିକ ଥିବା ଅଭିନେତାଙ୍କ ପାଖରେ ଖର୍ଚ୍ଚ କରିବା ପାଇଁ ଟଙ୍କାର ଅଭାବ ଦେଖା ଯାଇଥିଲା । ଏଣୁ ଏହି ପରିପ୍ରେକ୍ଷୀରେ ସତୀଶଙ୍କ ପତ୍ନୀ ଏବଂ ପୁତ୍ର ସତୀଶଙ୍କୁ ଛାଡି ଆମେରିକା ଚାଲିଯାଇଥିଲେ ।

Goolge

ଇଣ୍ଟରନେଟରୁ ପ୍ରାପ୍ତ ଖବର ଅନୁସାରେ ସତୀଶ କୌଲ ବର୍ତ୍ତମାନ ଲୁଧିଆନାର ବିବେକାନନ୍ଦ ବୃଦ୍ଧାଶ୍ରମରେ ରହୁଛନ୍ତି । ତାଙ୍କ ପାଖରେ ଖାଦ୍ୟପେୟ ନିମନ୍ତେ ଅର୍ଥ ନାହିଁ ଏବଂ ଔଷଧ ନିମନ୍ତେ ମଧ୍ୟ ଅର୍ଥର ଅଭାବ ରହିଛି । ଏହାପୂର୍ବରୁ ସତୀଶ କୌଲ ଲୁଧିଆନାର ଏକ ଡାକ୍ତରଖାନାରେ ଭର୍ତି ହୋଇଥିଲେ ଯେଉଁଠି ସେ ନିଜ ଚିକିତ୍ସାର ବିଲ ପୈଠ କରିବା ପାଇଁ ଅସମର୍ଥ ଥିଲେ । ଦୁଃଖର ବିଷୟ ହେଉଛି ଚାକଚକ୍ୟରେ ଜୀବନ ଅତିବାହିତ କରୁଥିବା ଅଭିନେତାଙ୍କୁ ଆଜି ଏହିପରି ଦୁଃଖ ଭୋଗିବା ପାଇଁ ପଡୁଛି । ଏକ ସମୟରେ ସତୀଶ କୋଟିପତି ଥିଲେ କିନ୍ତୁ ଆଜିର ସମୟରେ ସତୀଶଙ୍କୁ ଦୁଃଖ ଭୋଗିବା ପାଇଁ ପଡୁଛି