ବିବାହିତା ହେବା ସତ୍ତ୍ୱେ ମଧ୍ୟ ଅଜୟ ଦେବଗନ୍ କରୁଥିଲେ ଏହି ସୁନ୍ଦରୀ ଅଭିନେତ୍ରୀଙ୍କୁ ଡେଟ୍….

Spread the love

ବନ୍ଧୁଗଣ ବଲିଉଡ୍ ଫିଲ୍ମ୍ ଇଣ୍ଡଷ୍ଟ୍ରିର ସିଂଘମ୍ ଅଭିନେତା ଅଜୟ ଦେବଗନ୍ ଫିଲ୍ମ୍ ଜଗତର ଜଣାଶୁଣା ଅଭିନେତା ମଧ୍ୟରୁ ଅନ୍ୟତମ ଅଟନ୍ତି । ଅଜୟ ଦେବଗନଙ୍କ ପାଖାପାଖି ସମସ୍ତ ଫିଲ୍ମ୍ ବୋକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରିଥାଏ । ୯୦ ଦଶକରେ ଅଜୟ ଦେବଗନଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହିତ ଯୋଡ଼ା ଯାଇଥିଲା । କିନ୍ତୁ ଆଜି ଆମେ ଏମିତି ଏକ ଅଭିନେତ୍ରୀ ବିଷୟରେ ଜଣାଇବାକୁ ଯାଉଛୁ । ଯାହାକୁ ବିବାହିତା ହେବା ପରେ ମଧ୍ୟ ଅଜୟ ଦେବଗନ୍ ଡେଟ୍ କରୁଥିଲେ । ତେବେ ଚଲାନ୍ତୁ ଜାଣିବା ସେହି ଅଭିନେତ୍ରୀ ଜଣକ କିଏ ଯାହାକୁ ଅଜୟ ଦେବଗନ୍ ବିବାହ ପରେ ମଧ୍ୟ ଡେଟ୍ କରୁଥିଲେ ।

ଜଣାଇ ଦେଉଛୁ କି ଅଭିନେତା ଅଜୟ ଦେବଗନ୍ ବିବାହ ପରେ ଯେଉଁ ଅଭିନେତ୍ରୀଙ୍କୁ ଡେଟ୍ କରିଥିଲେ, ସେହି ଅଭିନେତ୍ରୀଙ୍କ ନାମ କଙ୍ଗନା ରନୈତ ଅଟେ । ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନୈତଙ୍କୁ ଫିଲ୍ମ୍ ଜଗତର ରାଣୀ କୁହାଯାଏ । ଦର୍ଶକ ଏହି ଅଭିନେତ୍ରୀଙ୍କ ଅଭିନୟକୁ ଦେଖିବା ପାଇଁ ଅଧିକ ପସନ୍ଦ କରିଥାନ୍ତି । କଙ୍ଗନା ରନୈତ “ୱାନସ୍ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ” ଫିଲ୍ମରେ ଅଜୟ ଦେବଗନଙ୍କ ସହିତ ନଜର ଆସିଥିଲେ । ଏହି ଅଭିନେତ୍ରୀ ନିଜର ଅନ୍ଦାଜ ପାଇଁ ବହୁତ ଲୋକପ୍ରିୟ ଅଟନ୍ତି ।

ଖବର ଅନୁସାରେ ଫିଲ୍ମ୍ “ୱାନସ୍ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ”ର ସୁଟିଙ୍ଗ ସମୟରେ ଅଜୟ ଦେବଗନ୍ ଏବଂ କଙ୍ଗନା ରନୈତ ଦୁହେଁ ଦୁହିଁଙ୍କ ବହୁତ ନିକଟବର୍ତ୍ତୀ ହୋଇଯାଇଥିଲେ । କଙ୍ଗନା ରନୈତ ଏବଂ ଅଜୟ ଦେବଗନ୍ ଦୁହେଁ ଦୁହିଁଙ୍କୁ ପସନ୍ଦ କରିବାରେ ଲାଗିଥିଲେ । ଏହି ଦୁଇ ଜଣ କଳାକାର ଦୁହେଁ ଦୁହିଁଙ୍କୁ ଡେଟ୍ ମଧ୍ୟ କରୁଥିଲେ । ଯେତେବେଳେ ଅଜୟ ଦେବଗନଙ୍କ ପତ୍ନୀ କାଜଲଙ୍କୁ ଏହି ବିଷୟରେ ଜଣା ପଡ଼ିଥିଲା; ସେତେବେଳେ ସେ ଅଜୟ ଦେବଗନଙ୍କୁ କଙ୍ଗନା ରନୈତ ଠାରୁ ଦୂରେଇ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ରିପୋର୍ଟ ଅନୁସାରେ କଙ୍ଗନା ରନୈତ ଏକ ପ୍ରେସ୍ କନଫରେନ୍ସରେ ଏହି କଥାକୁ ସ୍ୱୀକାର ମଧ୍ୟ କରିଥିଲେ । ଜଣେ ବିବାହିତ ବ୍ୟକ୍ତିକୁ ଡେଟ୍ କରିବା ତାଙ୍କ କ୍ୟାରିୟରର ସବୁଠାରୁ ବଡ ଭୁଲ୍ ଥିଲା । କିଛି ଦିନ ପୂର୍ବରୁ ରିଲିଜ୍ ହୋଇଥିବା ଅଜୟ ଦେବଗନଙ୍କ ଫିଲ୍ମ୍ “ଦେ ଦେ ପ୍ୟାର ଦେ” ବୋକ୍ସ ଅଫିସରେ ସୁପର୍ ହିଟ୍ ପ୍ରମାଣିତ ହୋଇଥିଲା । ଏହା ସହିତ କଙ୍ଗନା ରନୈତଙ୍କ ଫିଲ୍ମ୍ “ଜଜମେଣ୍ଟଲ” ମଧ୍ୟ କିଛି ସମୟ ପୂର୍ବରୁ ରିଲିଜ୍ ହୋଇଥିଲା ଯାହାକି ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା ।

ବନ୍ଧୁଗଣ, ବାସ୍ତବରେ କଙ୍ଗନା ରନୈତ ନିଜର ଯେଉଁ ଭୁଲକୁ ସ୍ଵୀକାର କରିଛନ୍ତି ତାହା ବାସ୍ତବରେ ଗ୍ରହଣ ଯୋଗ୍ୟ କି ? ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ । ଧନ୍ୟବାଦ !